ମାହାଙ୍ଗା : ମାହାଙ୍ଗା ଗୋପାଳପୁର ଅଂଚଳର ୪ଜଣ ଯୁବକ ନିଶ୍ଚିନ୍ତକୋଇଲି ବ୍ଲକ ତରତଶାସନ ଗ୍ରାମ ପଞ୍ଚାୟତ ଲୁଣାନଦୀର ଦକ୍ଷିଣ ପାଶ୍ୱର୍ରେ ଥିବା ହନୁମାନଗଡ଼ା ମଙ୍ଗଳାଗଣ୍ଡରେ ସ୍ନାନ କରୁଥିଲା ବେଳେ ପାଣିରେ ବୁଡ଼ି ଦୁଇ ସାଙ୍ଗ ଶୋଚନୀୟ ଭାବେ ଅକାଳରେ ମୃତୁ୍ୟବରଣ କରିଛନ୍ତି । ଅନ୍ୟ ଦୁଇ ସାଙ୍ଗ ଅଳ୍ପକେ ନିଶ୍ଚିତ ମୃତୁ୍ୟ ମୁଖରୁ ବର୍ତ୍ତି ଯାଇଛନ୍ତି । ଆଜି ମାହାଙ୍ଗା ଥାନା ଗୋପାଳପୁର ଗ୍ରାମ ପଞ୍ଚାୟତ ଦୁଲାରପୁର ଗ୍ରାମର ଶୁକଦେବ ସାମଲଙ୍କ ପୁତ୍ର ଲିଟୁ ସାମଲ ୨୧ବର୍ଷ , ନବକିଶୋର ପାଲଙ୍କ ପୁତ୍ର ଜିତେନ୍ଦ୍ର ପାଲ ୨୨ବର୍ଷ, ବିଦ୍ୟାଧର ନାୟକଙ୍କ ପୁତ୍ର ହୃଷିକେଶ ନାୟକ ୨୧ବର୍ଷ ,ବନବିହାରୀ ବିଶ୍ୱାଳଙ୍କ ଚନ୍ଦ୍ରକାନ୍ତ ବିଶ୍ୱାଳ ୨୨ବର୍ଷଙ୍କ ଘର ଏକାଗ୍ରାମରେ ଅଟନ୍ତି ।
ଏହି ୪ଜଣ ପରସ୍ପର ସାଙ୍ଗ ଅଟନ୍ତି । ପୂର୍ବରୁ ଏହି ୪ଜଣ ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ମଙ୍ଗଳବାର ଦିନ ଏହି ୪ଜଣ ସାଙ୍ଗ ସ୍ନାନ କରିବା ନିମନ୍ତେ ବାଇକ ଯୋଗେ ଅସୁରେଶ୍ୱର ନିକଟବର୍ତ୍ତୀ ତରତଶାସନ ଗ୍ରାମ ପଞ୍ଚାୟତ ହନୁମାନଗଡ଼ା ଲୁଣାନଦୀର ମଙ୍ଗଳାଗଣ୍ଡକୁ ଆସିଥିଲେ । ଏହି ୪ ସାଙ୍ଗ ଲୁଣା ନଦୀରେ ସ୍ନାନ କରୁଥିଲା ବେଳେ ନଦୀର ପ୍ରଖର ସ୍ରୋତରେ ୪ଜଣଯାଙ୍କ ଭାସି ଯାଇଥିଲେ । ଏହି ସମୟରେ ୪ସାଙ୍ଗ କରୁଣ ଚିକôାର କରିବା ସହ ବଞ୍ଚାଅ ବଞ୍ଚାଅ ବୋଲି ପାଟି କରିଥିଲେ ।
୪ସାଙ୍ଗଙ୍କ କରୁଣ ଚିକôାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସି ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଉଦ୍ୟମ କରିଥିଲେ । କିନ୍ତୁ ଲୋକଙ୍କ ଉଦ୍ୟମ ବିଫଳ ହୋଇଥିଲା । ଖବରପାଇ ନିଶ୍ଚିନ୍ତକୋଇଲି ଦମକଳ ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଦୁଃସାହସର ସହ ୪ଜଣ ସାଙ୍ଗକୁ ଉଦ୍ଧାର କରି ଚିକିସôା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ଲିଟୁ ସାମଲ ଓ ଜିତେନ୍ଦ୍ର ପାଲଙ୍କୁ ମୃତ ଘୋଷଣା କରିଥିଲେ । ଡ଼ାକ୍ତର ହୃଷିକେଶ ନାୟକ ଓ ଚନ୍ଦ୍ରକାନ୍ତ ବିଶ୍ୱାଳଙ୍କୁ ଚିକିସôା କରିବା ପରେ ତାଙ୍କର ଅବସ୍ଥା ଉଦବେଗଜନକ ଥିବାରୁ ସେମାନଙ୍କୁ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ଏହି ଘଟଣାଟି ପ୍ରଚାରିତ ହେବାକ୍ଷଣୀ ମଙ୍ଗଳାଗଣ୍ଡ ଓ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥାନା ଅପମୃତୁ୍ୟ ମାମଲା ୦୨/୨୦୨୦ରେ ଏକ ମୋକଦ୍ଦମା ରୁଜୁ କରିଛନ୍ତି । ପୋଲିସ ମୃତ ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ଡ଼ାକ୍ତରଖାନାକୁ ପଠାଇଛନ୍ତି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବା ନିମନ୍ତେ ସାଧାରଣରେ ଦୃଢ ଦାବି ହୋଇଛି ।