Odisha news

ଏହି ୫ଟି କାମ କରିବା ଦ୍ୱାରା ବର୍ନ ହୋଇଥାଏ ସବୁଠୁ ଅଧିକ କ୍ୟାଲୋରୀ , ଦୃତ ଗତିରେ ଓଜନ ହ୍ରାସ ହେବା ସହ ମାନସିକ ଚାପ ଦୂର ହୋଇଥାଏ

0
୧) ଦଉଡି ଡେଇଁବା ଅର୍ଥାତ୍ ସ୍କିପିଂ –
ପ୍ରତିଦିନ ପ୍ରାୟ ୧୦ ରୁ ୧୫ ମିନିଟ ଦଉଡ଼ି ଡେଇଁବା ବା ସ୍କିପିଙ୍ଗ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ଓ ଷ୍ଟାମିନା ଦୃତ ବେଗରେ ବୃଦ୍ଧି ହୋଇଥାଏ । ଯଦି ପ୍ରତିଦିନ ଆପଣ ଛୋଟ ଛୋଟ ଆକ୍ଟିଭିଟି କରି ଥକି ଯାଉଛନ୍ତି ତେବେ ଆପଣ ପ୍ରତିଦିନ ୧୦ ମିନିଟ୍ ସ୍କୀପିଂ କରନ୍ତୁ ।
୨) ଦଉଡିବା –
ଦଉଡିବା ହେଉଛି ସବୁଠୁ ସହଜ ବ୍ୟାୟାମ । ଦଉଡିବା ଦ୍ଵାରା ଶରୀର ସମ୍ପୂର୍ଣ୍ଣ ରୋଗ ମୁକ୍ତ ରହିଥାଏ । ଆପଣ ଆରମ୍ଭ ରୁ ୫ ମିନିଟ୍ ପାଇଁ
ଦଉଡିବା ଆରମ୍ଭ କରନ୍ତୁ ଓ ପରେ ଧୀରେ ଧୀରେ ସମୟ ବୃଦ୍ଧି କରନ୍ତୁ ।
୩) ସାଇକ୍ଲିଂ –
ସାଇକ୍ଲିଂ ପାଇଁ ଆପଣ ଯଦି ନିର୍ଦ୍ଧିଷ୍ଟ ସମୟ ବାହାର କରି ପାରୁ ନାହାଁନ୍ତି ତେବେ ପ୍ରତିଦିନ ନିଜର ଛୋଟ ଛୋଟ କାର୍ଯ୍ୟ ପାଇଁ ବାଇକ୍ କିମ୍ବା କାର୍ ର ବ୍ୟବହାର ନକରି ସାଇକଲ ର ବ୍ୟବହାର କରନ୍ତୁ । ଏହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ।
୪) ସ୍ଵିମିଂ ବଢାଇ ଥାଏ ଫିଟ୍ ନେସ –
 ସ୍ଵିମିଂ ସମୟରେ ଆପଣଙ୍କର ଅନେକ କ୍ୟାଲୋରୀ ବର୍ନ ହୋଇଥାଏ । କାହିଁକି ନା ଏହି ସମୟରେ ଆପଣଙ୍କ ସମ୍ପୂର୍ଣ୍ଣ ଶରୀର ଆକ୍ଟିଭ ରହିଥାଏ ଓ ବ୍ରେନ୍ ମଧ୍ୟ ଆକ୍ଟିଭ ରହିଥାଏ । ସ୍ଵିମିଂ ଦ୍ଵାରା ସମ୍ପୂର୍ଣ୍ଣ ଶରୀର କାର୍ଯ୍ୟ କରିଥାଏ । ଯଦି ଆପଣ ନିଜକୁ ଫିଟ୍ ରଖିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ସ୍ଵିମିଂ ନିହାତି କରନ୍ତୁ ।
୫) ବ୍ୟାଡମିଣ୍ଟନ ଖେଳିବା ଉଚିତ୍ –
ବ୍ୟାଡମିଣ୍ଟନ ଗୋଟିଏ ଏପରି ଖେଳ ଯାହା ସମ୍ପୂର୍ଣ୍ଣ ଶରୀରକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ । ବ୍ୟାଡମିଣ୍ଟନ ଖେଳିବା ଦ୍ଵାରା ସମଗ୍ର ଶରୀର ଗତିଶୀଳ ହୋଇଥାଏ । ଏହି ଖେଳ ଦ୍ଵାରା କ୍ୟୋଲୋରି ମଧ୍ୟ ବର୍ନ ହୋଇଥାଏ ।
* ଏହି ସବୁ ଶାରିରୀକ ବ୍ୟାୟାମ ଆପଣଙ୍କୁ ମାନସିକ ଓ ଶାରିରୀକ ସୁସ୍ଥ ପ୍ରଦାନ କରିବ ।
* ଏହି ସବୁ ବ୍ୟାୟାମ ଦ୍ଵାରା ଆପଣ ଉଚ୍ଚ ରକ୍ତଚାପ, ମଧୁମେହ , କୋଳେଷ୍ଟ୍ରାଲ୍, ଥାଇରଏଡ଼, ଯୁରିକ୍ ଏସିଡ ସମସ୍ୟା ରୁ ନିଜକୁ ରକ୍ଷା କରି ପାରିବେ ।
* ଏହି ସବୁ ଖେଳ ବା ବ୍ୟାୟାମ ମାନସିକ ଚାପ ଠାରୁ ଦୂରେଇ ରଖିଥାଏ ଓ କାର୍ଯ୍ୟରେ ଏକାଗ୍ରତା ବୃଦ୍ଧି କରିଥାଏ ।
Leave A Reply

Your email address will not be published.