ଆମ ଜୀବନରେ ବ୍ୟାୟାମର ଅନେକ ମହତ୍ତ୍ଵ ରହିଛି । କିନ୍ତୁ ଆଜିକାଲିର ବ୍ୟସ୍ତ ବହୁଳ ସମୟରେ ଆମେମାନେ ନିଜକୁ ରୋଗ ଗ୍ରସ୍ତ କରି ପକାଇଲେ ମଧ୍ୟ ବ୍ୟାୟାମ କରିପାରୁ ନାହୁଁ।ବ୍ୟାୟାମ ଆମ ଶରୀର ଓ ମସ୍ତିସ୍କ କୁ ସୁସ୍ଥ ରଖିବ ସହିତ ମନକୁ ପ୍ରଫୁଲିତ କରିଥାଏ । ଆମ ମନ ଯଦି ସୁସ୍ଥ ରୁହେ ତେବେ ଆମେ ଦିନର ପ୍ରତେକଟି କାର୍ଯ୍ୟକୁ ଠିକରେ ସମ୍ପାଦନ କରିଥାଉ । ଆଗକାଳରେ ଆମର ପୂର୍ବ ପୁରୁଷ ମାନେ ନିଜକୁ ସୁସ୍ଥ ରଖିବା ପାଇଁ ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରିବା ସହିତ ଠିକ୍ ସମୟରେ ବିଶ୍ରାମ ମଧ୍ୟ କରୁଥିଲେ । ଆଜିକାଲି କିନ୍ତୁ ସେପରି ହେଉ ନାହିଁ ,ମଣିଷ ପାଖରେ ଠିକ୍ ସମୟରେ ଖାଇବା ଓ ଠିକ୍ ସମୟରେ ଶୋଇବା ପାଇଁ ଉପଯୁକ୍ତ ସମୟ ମଧ୍ୟ ମିଳୁ ନାହିଁ । ତେଣୁ ବ୍ୟାୟାମ କରିବା ଆମ ପାଖରେ କଷ୍ଟକର ହୋଇ ଯାଉଛି । ବ୍ୟାୟାମ ଆମେ ଯେହେତୁ କରି ପାରୁନାହୁଁ ଖୁବ୍ କମ୍ ବୟସରୁ ବିଭିନ୍ନ ରୋଗ ଦ୍ବାରା ଆକ୍ରାନ୍ତ ହେଉଛୁ। ତେଣୁ ନିକଟରେ ହୋଇଥିବା ଗୋଟିଏ ଗବେଷଣାରେ ସମୀକ୍ଷା କରି ଜଣା ପଡ଼ିଛି ଯେ ଆପଣ ଯଦି ବ୍ୟାୟାମ କରି ପରୁ ନାହାନ୍ତି ତେବେ ସକାଳ ସୂର୍ଯ୍ୟଙ୍କ କିରଣରେ ଆପଣ ସୂର୍ଯ୍ୟ ସ୍ନାନ କରି ପାରିବେ । ଯେପରି କି ନିଜ ବଗିଚାରେ ଏପଟ ସେପଟ ହେବା କିମ୍ବା କିଛି ଘର ବାହାରର କାର୍ଯ୍ୟ କରିବା ,ନଚେତ୍ ସାଇକେଲ ଚଳାଇ ସୂର୍ଯ୍ୟଙ୍କ କୀରଣରେ ଝାଳ ବାହାର କରନ୍ତୁ ।

Comments are closed.