ଖୋର୍ଦ୍ଧା,୯ା୫(ସ.ବୁ୍ୟ): ଖୋର୍ଦ୍ଧା ଅବକାରୀ ସ୍କାର୍ଡ଼ ବେଗୁନିଆ ଥାନା ଅଧିନସ୍ଥ ବଡ଼ପଦର ଗ୍ରାମରେ ଚଢାଉ କରି ଦେଶୀ ମଦ ତିଆରି କରୁଥିବା ଅଭିଯୋଗରେ ଅଭିଯୁକ୍ତ ତ୍ରୀନାଥ ସାହୁକୁ ଗିରଫ କରିବା ସହିତ ୩୮୦୦ଲିଟର ମହୁଲ ପୋଚ ଏବଂ ମଦ ତିଆରି ପାଇଁ ଆବଶ୍ୟକୀୟ ସାମଗ୍ରୀ ୧୯ଗୋଟି ପ୍ଲାଷ୍ଟିକ୍ ଡ଼୍ରମ ଏବଂ ୩୫ ଲିଟର ଦେଶୀ ମଦ ଜବତ କରିଥିବା ଜଣାପଡ଼ିଛି । ଜବତ କରାଯାଇଥିବା ସାମଗ୍ରୀର ମୂଲ୍ୟ ୫୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଆକଳନ କରାଯାଇଛି ।
ଅଭିଯୁକ୍ତ ବିରୁଦ୍ଧରେ କେଶ ନଂ.୧୦/୨୦-୨୧ରେ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲଣ କରାଯାଇଛି । ଏହି ଚଢାଉରେ ଖୋର୍ଦ୍ଧା ଅବକାରୀ ରେଞ୍ଜ ଇନିସ୍ପେକ୍ଟର ରଂଜନ କୁମାର ନାଏକ ଖୋର୍ଦ୍ଧା ଅବକାରୀ ରେଞ୍ଜ ସବ-ଇନିସ୍ପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ଏବଂ ତାଙ୍କ ଅଫିସ କର୍ମ·ରୀ ଟାଙ୍ଗୀ ଅବକାରୀ ରେଞ୍ଜ ଇନିସ୍ପେକ୍ଟର ନିନା ବେଉରା ଓ ତାଙ୍କ ଅଫିସ କର୍ମ·ରୀ ଭୁବନେଶ୍ୱର ଅବକାରୀ ରେଞ୍ଜ ଇନିସ୍ପେକ୍ଟର ଦେବାଶିଷ ପଟେଲ ଏବଂ ତାଙ୍କ ଅଫିସ୍ କର୍ମ·ରୀ ସାମିଲ ଥିଲେ ।
