Odisha news

ଅଧିକ ମାତ୍ରାରେ ଲୁଣ ଖାଇବା ଦ୍ୱାରା”କ୍ୟାନ୍ସର ଓ ହୃଦ”ରୋଗର ଶିକାର ହୋଇପାରନ୍ତି

0

ଦୈନଦିନ ଜୀବନରେ ଲୁଣର ଆବଶ୍ୟକତା ସକାଳ ରୁ ନେଇ ରାତି ପର୍ଯ୍ୟନ୍ତ ରୋଷେଇଘରେ ରହିଥାଏ l ବିନା ଲୁଣରେ ଖାଦ୍ୟ ପ୍ରସ୍ତୁତ କରିବା କାହାପକ୍ଷରେ ସମ୍ଭବ ନୁହେଁ l ଯେତେବେଳେ ଜଣେ ରୋଷେଇଘରକୁ ପ୍ରଥମେ ପ୍ରବେଶ କରେ ତାକୁ ସର୍ବ ପ୍ରଥମେ ଲୁଣର ଆବଶ୍ୟକତା ପଡିଥାଏ l ଯଦି ଦୈନଦିନ ଖାଇବାରେ କେତେବେଳେ କେମିତି ଲୁଣ କମିଗଲା ଆମେ ଖାଦ୍ୟ ତିଆରି କରିଥିବା ଲୋକଟିକୁ ପ୍ରଥମେ ଦୋଷ ଦେଇଥାଉ l କାରଣ ଏହି ଖାଦ୍ୟ ଆମକୁ ସ୍ଵାଦହୀନ ଲାଗିବl ସହିତ ରୁଚିକର ମଧ୍ୟ ହୋଇନଥାଏ l ଆପଣ ଜାଣିଛନ୍ତି କି ଅଧିକ ଲୁଣ ଖାଇବା ଦ୍ୱାରା ବେଳେବେଳେ ଏମିତି ପ୍ରକାରର ରୋଗରେ ଆମେ ଆକ୍ରାନ୍ତ ହୋଇଥାଉ ଯାହାର କୌଣସି ଚିକିତ୍ସା ନଥାଏ l ଆଜି ଆମେ ଆପଣାକୁ ଏହିପରି କିଛି ରୋଗ ବିଷୟରେ କହିବୁ l

* ହୃଦରୋଗ -ଲୁଣ ଅଧିକ ମାତ୍ରାରେ ଖାଇବା ଦ୍ୱାରା ହୃଦୟର ମାଂସପେଶୀ ଗୁଡିକ ଟାଣି ହୋଇଯାଏ l ଯାହା ଫଳରେ କୋଷିକା ଗୁଡିକ ଆପେଆପେ ବଢିଚାଲେ ଓ ହୃଦୟର କାର୍ଯ୍ୟ ପ୍ରଣାଳୀରେ ବାଧା ଆସିଥାଏ l ଏହା ଦ୍ୱାରା ଆମର ହୃତପିଣ୍ଡ ଟି କାର୍ଯ୍ୟ କରିବାକୁ ସକ୍ଷମ ହୋଇ ନଥାଏ l

* ହାର୍ଟ ଷ୍ଟ୍ରୋକ -କିଛି ଲୋକ ଷ୍ଟ୍ରୋକ ର ଶିକାର ଖୁବ ସହଜରେ ହୋଇଯାନ୍ତି l ଏହା ଆମ ମସ୍ତିଷ୍କରେ ସବୁଠାରୁ ଅଧିକ ପ୍ରଭାବ ପକାଇ ଥାଏ l ବୈଜ୍ଞାନିକ ମାନଙ୍କ ମତରେ ଲୁଣ ଅଧିକ ଖାଉଥିବା ଲୋକ ମାନେ ଷ୍ଟ୍ରୋକ ର ଶିକାର ହେବାର ମୁଖ୍ୟ କାରଣ l ଯେଉଁ ଲୋକ ମାନଙ୍କ ପାଖରେ ମlଇଗ୍ରେନର ସମସ୍ୟା ଦେଖାଯାଏ ସେମାନେ ଅଧିକ ଲୁଣ ଖାଇବା ଉଚିତ ନୁହେଁ ,କାରଣ ଏହା ଦ୍ୱାରା ଷ୍ଟ୍ରୋକର ସମ୍ଭାବନା ଅଧିକ ବଢ଼ିଯାଏ l

* ହାଇ ବ୍ଲଡ଼ ପ୍ରେସର -ଆପଣ ଅଧିକ ଲୁଣ ଖାଇବା ଦ୍ୱାରା ସର୍ବ ପ୍ରଥମେ ହାଇ ବ୍ଲଡ଼ ପ୍ରେସର ରୋଗର ଶିକାର ହେବେ l ଲୁଣର ଅନ୍ୟନାମ ହେଲା “ହାଇପର ଟେନସନ “l ଏଥିପାଇଁ ହାଇ ବ୍ଲଡ଼ ପ୍ରେସରରେ ଭାରତରେ ପ୍ରତ୍ୟକ ବର୍ଷ ଅନେକ ଲୋକଙ୍କର ମୃତ୍ୟୁ ହୋଇଥାଏ l

* ମୁଣ୍ଡ ବିନ୍ଧା -ମୁଣ୍ଡ ବିନ୍ଧାର ସମସ୍ୟା ଆଜିକାଲି ଗୋଟିଏ ସାଧାରଣ ସମସ୍ୟା l ଯାହାର ଅଧିକତର ସମାଧାନ ଘରୋଇ ଉପାୟ ଦ୍ୱାରା କରl ଯାଇଥାଏ l ଅଧିକ ମାତ୍ରାରେ ଲୁଣ ଖାଇବା ମଧ୍ୟ ମୁଣ୍ଡ ବିନ୍ଧାର ଗୋଟିଏ କାରଣ l ଯଦି ଏଥିରେ ଟିକେ ବି କିଛି ଅବହେଳା ହୁଏ ତେବେ ଏହା ମାଈଗ୍ରେନର ରୂପ ଧାରଣା କରେ l

* ପେଟରେ କ୍ୟାନ୍ସର -ଯେଉଁ ଲୋକ ମାନଙ୍କର ଅଧିକ ମାତ୍ରାରେ ଲୁଣ ଖାଇବା ଅଭ୍ୟାସ ଅଛି ,ସେମାନଙ୍କୁ ପେଟରେ କ୍ୟାନ୍ସର ହେବାର ସମ୍ଭାବନା ଅଧିକ l ଏହାର ଗୋଟିଏ କାରଣ ହେଲା ଅଧିକ ଲୁଣ l ଆମ ଶରୀରର ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଲୁଣ ଖାଇଲେ ଶରୀରରେ କ୍ୟାନ୍ସର ସେଲ ଗୁଡିକ ଆକ୍ଟିଭ ହୋଇଯାଏ l ଏହାର ମୁଖ୍ୟ ପ୍ରଭାବ ପେଟ ଉପରେ ପଡିଥାଏ l କେବେକେବେ ସ୍ତିତି ଅଟେ ଗମ୍ଭିର ହୋଇଯାଏ ଯେ ମଣିଷ ମୃତ୍ୟୁ ମୁଖକୁ ଚାଲିଯାଏ l

ତେଣୁ ପ୍ରତ୍ୟକଦିନ ଆମ ମାନଙ୍କୁ ଗୋଟିଏ ନିର୍ଦ୍ଧିଷ୍ଟ ମାତ୍ରାର ଲୁଣ ଖାଇବା ଆବଶ୍ୟକ l ଯଦି ଆମେ ଏହିସବୁ ରୋଗରୁ ଦୁରେଇ ରହିବାକୁ ଚାହୁଁଚେ ତେବେ ୫ ଗ୍ରାମ ରୁ ଅଧିକ ଲୁଣ ଖାଇବା ଉଚିତ ନୁହେଁ l

Leave A Reply