Odisha news

ପରିବେଶ ସୁରକ୍ଷା – ଜୀବନ ରକ୍ଷା

0

ହିମାଂଶୁ ଶେଖର ଆଚାର୍ଯ୍ୟ : ସମ୍ପ୍ରତି ପରିବେଶ ପ୍ରଦୂଷଣ,ଅସହନୀୟ ତାପମାତ୍ରା ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ସମଗ୍ର ଜୀବଜଗତପାଇଁ ସତର୍କର ଘଣ୍ଟି ବଜାଇ ସାରିଲାଣି । ପରିଣାମ ସ୍ୱରୂପ, ଋତୁ ଚକ୍ରରେ ମଧ୍ୟ ପରିବର୍ତ୍ତନ ଘଟିଲାଣି । ଛଅ ଋତୁ ଆଜି ସାତ ସପନ । ପୌଷ ଓ ମାଘର ହାଡ ଭଙ୍ଗା ଶୀତ ଆଉ ନାହିଁ । ଶୀତର ପ୍ରଭାବ ଢେର କମି ଗଲାଣି । ଗରମ ପୋଷାକ ଆଗ ଭଳି ଦରକାର ପଡୁନି । ବରଂ ଘରେ ଫ୍ୟାନ୍ର ଆବଶ୍ୟକତା ପଡୁଛି । ଫାଲ୍ଗୁନ-ଚୈତ୍ର ନା ଥାଏ ଖରା ନା ଶୀତ । ମଳୟ ପବନ ସାଥେ ଭାସିଆସେ କୋଇଲିର କୁହୁତାନ । ମୃଦୁ ମଳୟ ପବନ ତନୁମନରେ ଶିହରଣ ଆଣେ । କିନ୍ତୁ ଆଗଭଳି ଶୁଭୁନାହିଁ କୋଇଲିର ସ୍ୱର କି ବହୁନାହିଁ ସୁଲୁସୁଲିଆ ପବନ । ହେମନ୍ତ ଓ ଶରତ ଋତୁର କଥା ନକହିବା ଭଲ । ଗ୍ରୀଷ୍ମଋତୁର ଅବଧି ବଢି ବଢି ·ଲିଛି । କେବଳ ବୈଶାଖ-ଜ୍ୟେଷ୍ଠ ନୁହେଁ ବର୍ଷର ଅନେକ ସମୟରେ ମୁଣ୍ଡଫଟା ଖରା । ସବୁଠି ହା-ହୁତାଶମୟ ପରିବେଶ । ଘରେ ଗରମ ତ ବାହାରେ ଅଗ୍ନିବର୍ଷା । ଅସହନୀୟ ହେଉଛି ଜୀବନ ଯାତ୍ରା । ଆଦ୍ୟ ଆଷାଢ଼ର ପହିଲି ବର୍ଷାର ମହକ ଆଉ ନାହିଁ । ସାରୁ ଗଛମୂଳରୁ ଶୁଭୁନି ବେଙ୍ଗର ରଡି । ଏବେ ମୌସୁମୀର ରହୁନି ଠିକଣା । ଧାରା ଶ୍ରାବଣ ହରାଇ ବସିଛି ତା’ର ପ୍ରାସଙ୍ଗିକତା ।

ଆଜି ବିଶ୍ୱ ପରିବେଶ ଦିବସ । ପରିବେଶ ପାଇଁ ଚିନ୍ତା କରିବାର ଦିନଟିଏ । ପରିବେଶ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ଓ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଏହି କଥାକୁ ଆଖି ଆଗରେ ରଖି ୧୯୭୨ ମସିହାରେ ମିଳିତ ଜାତିସଂଘର ସାଧାରଣ ପରିଷଦ ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରିବାପାଇଁ ସ୍ଥିର କରଥିଲା ।ତଦନୁଯାୟୀ ୧୯୭୪ ମସିହା ଠାରୁ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଇଆସୁଅଛି । ଏହି ଦିବସ ପାଳନ କରିବାର ଉଦେ୍ଦଶ୍ୟ ହେଉଛି ପ୍ରଦୂଷଣର ଭୟଙ୍କରତା ସମ୍ବନ୍ଧରେ ପ୍ରତ୍ୟେକ ଦେଶର ଜନସାଧାରଣଙ୍କୁ ସଚେତନ କରିବା ଓ ଏହି ପ୍ରଦୂଷଣର ଦୂରୀକରଣ ପାଇଁ ସର୍ବତ୍ର ଜନସହଯୋଗକୁ ଉସôାହିତ କରିବା । ଯାହାଫଳରେ ପରିବେଶର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ଆଗାମୀ ପିଢି ପାଇଁ ପରିବେଶ ସଂରକ୍ଷିତ ହୋଇ ରହିପାରିବ । ଏସବୁ ସତ୍ତ୍ୱେ ପୃଥିବୀ ସମେତ ଆମ ଦେଶ ତଥା ରାଜ୍ୟରେ ପ୍ରତିଦିନ ହଜାର ହଜାର ହେକ୍ଟର ଜଙ୍ଗଲ ଧ୍ୱଂସ ପାଉଛି । ଫଳରେ ପରିବେଶ ପ୍ରଦୂଷଣକୁ ରୋକିବାରେ ଆମର ପ୍ରଚେଷ୍ଟା ସେତେ ସନ୍ତୋଷଜନକ ହୋଇପାରୁନାହିଁ । ଫଳସ୍ୱରୂପ, ତାପାୟନ ବଢି ଚାଲିଛି, ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି, ମୃତ୍ତିକା କ୍ଷୟ ବଢିବାରେ ଲାଗିଛି, ବୃଷ୍ଟିପାତ ହ୍ରାସ ପାଉଛି ଓ ଉତ୍ପାଦନ ବ୍ୟାହତ ହେଉଛି ।

ଗତ ୨୦୧୬ ମଇ ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଲୀଳାକୁ ଦେଖି ଲାଗୁଥିଲା ଯେପରି ମହାବାତ୍ୟା ହେଉଛି । ଗତବର୍ଷ ଭୟଙ୍କର ଭୂମିକମ୍ପ ନେପାଳର ଜନଜୀବନ ଓ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବା ବେଳେ ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ନିର୍ଘାତ ପ୍ରହାରରେ ନେପାଳ ସମେତ ସିକିମ୍,ଭୁଟାନ,ଭାରତ,ପାକିସ୍ତାନ ପର୍ଯ୍ୟନ୍ତ ଏସୀୟ ଭୂଖଣ୍ଡ ଥରିଉଠିଥିଲା । ହିମାଳୟରେ ବାଦଲଫଟା ବର୍ଷାରୁ ସୃଷ୍ଟ ଉତ୍ତରାଖଣ୍ଡ ମହାପ୍ରଳୟକୁ ଏବେ ତିନିବର୍ଷ ପୂରିବାକୁ ଯାଉଛି । ସେହି ମହାପ୍ରଳୟର କଥା ମନେ ପଡିଲେ ଏବେବି ଲୋମ ଟାଙ୍କୁରି ଉଠେ, ଦୀର୍ଘଶ୍ୱାସ ବାହରି ଆସେ । ବିଗତ ଦିନରେ ଜାପାନରେ ଘଟିଯାଇଥିବା ଭୂମିକମ୍ପ ଓ ସୁନାମି ପ୍ରକୃତିର କ୍ରୁରତା ଓ ପରିବେଶ ପ୍ରଦୂଷଣ ଭୟାବହତାର ଜ୍ୱଳନ୍ତ ଦୃଷ୍ଟାନ୍ତ । ସେହିପରି ୧୯୯୯ ମସିହାରେ ମହାବିନାଶକାରୀ ମହାବାତ୍ୟା ଓ ୧୯୯୮ର ଅଂଶୁଘାତ ଜନିତ ପରିସ୍ଥିତିକୁ ଆମେ ଭୁଲିପାରିବା ନାହିଁ । ଆଗାମୀ ଜୁନ୍ ୫ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ……ବର୍ଷ ବର୍ଷ ଧରି ପ୍ରକୃତି ମାତା ଉପରେ ହୁମ୍ଦୁମ୍ ·ଲିଛି । ମାଆ ଚପଳ ବାଳକର ହୁମ୍ଦୁମ୍ ସମ୍ଭାଳି ନିଏ । କିନ୍ତୁ ଏକବିଂଶ ଶତାବ୍ଦୀର ମଣିଷ ବଡ ହୋଇଛି ।

ଏହାର ଜ୍ଞାନ ହୋଇଛି । ବିଜ୍ଞାନ ବଳରେ ଜଗତକୁ ଜିଣିବାର ପ୍ରୟାସ ଜାରି ରଖିଛି । କିନ୍ତୁ ଏସବୁ ସତ୍ତ୍ୱେ ସେ ଜାଣି ନ ଜାଣିଲା ପରି ପ୍ରକୃତି ଉପରେ ଅତ୍ୟାଚାର କରି·ଲିଛି । କାରଣ ଖୋଜି ବସିଲେ ପ୍ରକୃତି ବିଶ୍ୱ ମାନବ ସମାଜକୁ ଦେଇଛି ଜଳ, ବାୟୁ, ମୃତ୍ତିକା ଓ ଜଙ୍ଗଲ । ମାତ୍ର ଦ୍ରୁତ ଜନ ବିସ୍ଫୋରଣ, ଶିଳ୍ପ ଅଭିବୃଦ୍ଧି, ସଡକ ନିର୍ମାଣ, ଲୋକଙ୍କ ·ହିଦା ମେଣ୍ଟାଇବା ପାଇଁ ବସତି ନିର୍ମାଣ ପ୍ରଭୁତି ହେତୁ ବ୍ୟାପକ ଜଙ୍ଗଲ କଟା ·ଲିଛି । ଫଳରେ ବାୟୁ ମଣ୍ଡଳରୁ ଅମ୍ଳଜାନ କମି ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ୍ ବୃଦ୍ଧି ପାଇ ବିଶ୍ୱ ତାପମାତ୍ରା ବଢିବାରେ ଲାଗିଛି । ଖାଲି ସେତିକି ନୁହେଁ କଳକାରଖାନାରୁ ନିର୍ଗତ ଗ୍ୟାସ୍ ଏବଂ ଅନ୍ୟାନ୍ୟ ରାସାୟନିକ ପ୍ରକ୍ରିୟା ଓ ପ୍ରତିକ୍ରିୟାରୁ ବାୟୁ, ଜଳ, ମୃିତ୍ତିକା ମଧ୍ୟ ପ୍ରଦୂଷିତ ହେଉଛି । ଅଜ୍ଞାନ ବାଳକ ଦିନରେ ପ୍ରକୃତିର ଏହି କ୍ରୁର ରୂପ କିଭଳି ଆକାର ଧାରଣ କରିବ ତାହା ଆମ କଳ୍ପନାର ବାହାରେ । ପ୍ରତି ମୁହୂର୍ତ୍ତରେ ମହାପ୍ରଳୟର ଆଶଙ୍କାରେ ଆମେ ଶଙ୍କିତ ଓ ଅତିଷ୍ଠ । ପରିସ୍ଥିତି ଏପରି ହୋଇଛି ଯେ ସାମାନ୍ୟ ଟିକେ ପବନ ହେଲେ ମହାବାତ୍ୟା ଓ ଲଘୁ·ପ ସୃଷ୍ଟି ହେଲେ ସୁନାମି ଆସିବାର ଆଶଙ୍କା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଛି । ଜଙ୍ଗଲ ଧଂ୍ୱସ ହିଁ ଏହାର ପ୍ରମୁଖ କାରଣ ରୂପେ ଉଭା ହୋଇଛି ।

ବର୍ଷ ବର୍ଷ ଧରି ପ୍ରକୃତି ମାତା ଉପରେ ହୁମ୍ଦୁମ୍ ·ଲିଛି । ମାଆ ଚପଳ ବାଳକର ହୁମ୍ଦୁମ୍ ସମ୍ଭାଳି ନିଏ । କିନ୍ତୁ ଏକବିଂଶ ଶତାବ୍ଦୀର ମଣିଷ ବଡ ହୋଇଛି । ଏହାର ଜ୍ଞାନ ହୋଇଛି । ବିଜ୍ଞାନ ବଳରେ ଜଗତକୁ ଜିଣିବାର ପ୍ରୟାସ ଜାରି ରଖିଛି । କିନ୍ତୁ ଏସବୁ ସତ୍ତ୍ୱେ ସେ ଜାଣି ନ ଜାଣିଲା ପରି ପ୍ରକୃତି ଉପରେ ଅତ୍ୟାଚାର କରି·ଲିଛି । କାରଣ ଖୋଜି ବସିଲେ ପ୍ରକୃତି ବିଶ୍ୱ ମାନବ ସମାଜକୁ ଦେଇଛି ଜଳ, ବାୟୁ, ମୃତ୍ତିକା ଓ ଜଙ୍ଗଲ । ମାତ୍ର ଦ୍ରୁତ ଜନ ବିସ୍ଫୋରଣ, ଶିଳ୍ପ ଅଭିବୃଦ୍ଧି, ସଡକ ନିର୍ମାଣ, ଲୋକଙ୍କ ·ହିଦା ମେଣ୍ଟାଇବା ପାଇଁ ବସତି ନିର୍ମାଣ ପ୍ରଭୁତି ହେତୁ ବ୍ୟାପକ ଜଙ୍ଗଲ କଟା ·ଲିଛି । ଫଳରେ ବାୟୁ ମଣ୍ଡଳରୁ ଅମ୍ଳଜାନ କମି ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ୍ ବୃଦ୍ଧି ପାଇ ବିଶ୍ୱ ତାପମାତ୍ରା ବଢିବାରେ ଲାଗିଛି । ଖାଲି ସେତିକି ନୁହେଁ କଳକାରଖାନାରୁ ନିର୍ଗତ ଗ୍ୟାସ୍ ଏବଂ ଅନ୍ୟାନ୍ୟ ରାସାୟନିକ ପ୍ରକ୍ରିୟା ଓ ପ୍ରତିକ୍ରିୟାରୁ ବାୟୁ, ଜଳ, ମୃିତ୍ତିକା ମଧ୍ୟ ପ୍ରଦୂଷିତ ହେଉଛି । ଅଜ୍ଞାନ ବାଳକ ସିନା ଜାଣି ନ ଥିଲା, ହେଲେ ଏବର ବିଜ୍ଞାନୀପୁଅମାନେ ଭଲଭାବେ ଜାଣିଛନ୍ତିଯେ ପ୍ରକୃତିମାତା ସୁକୁମାର ଭାବେ ଗଢା ।

ବୈଜ୍ଞାନିକଙ୍କ ମତରେ ତାପ ଓ ଶୀତଳତା ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ପାଇଁ ବୃକ୍ଷରାଜି ଓ ବନାନୀ ଏକାନ୍ତ ଆବଶ୍ୟକ । ବର୍ତ୍ତମାନ ଗାଁ ଗଣ୍ଡା ବୃକ୍ଷ ଶୂନ୍ୟ । କାଁ ଭାଁ ଦୁଇ ·ରିଟା ଗଛ ଥିବ କି ନ ଥିବ । ସେଗୁଡିକର ଶାଖା ମଧ୍ୟ କର୍ତ୍ତିତ । ଯାହାଫଳରେ ଅଦିନରେ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ଡାକି ଆଣିଛୁ ବୋଲି କହିଲେ ଭୁଲ୍ ହେବ ନାହିଁ । ବିଗତ ଦିନରେ ମିଆଁମାର ଓ ବାଂଲାଦେଶରେ ସାମୁଦ୍ରିକ ବାତ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନି ଘଟିଲା ତାହାର ମୂଳ କାରଣ ହେଉଛି ଜଙ୍ଗଲ ଧ୍ୱଂସ । ଆମ ଦେଶରେ ମଧ୍ୟ ସେହିପରି ଜଙ୍ଗଲ ଧ୍ୱଂସ ଯୋଗୁଁ ଅସମୟରେ ବନ୍ୟା, ଝଡବାତ୍ୟା, ବଜ୍ରପାତ, ସୁନାମ, ଅଂଶୁଘାତ ଓ ଭୂକମ୍ପ ଭଳି ବିପର୍ଯ୍ୟୟର ସମ୍ଭାବନା ବଢି ବଢି ·ଲିଛି । ଏବେ ସାରା ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ପରିସ୍ଥିତି ଏପରି ହୋଇଛି ଯେ ବର୍ଷକରେ ସାତ ଆଠ ମାସ କେବଳ ମୁଣ୍ଡଫଟା ଖରା କିଛି ମାସ ବର୍ଷା ଓ ଶୀତକୁ ଛାଡିଦେଲେ ବସନ୍ତ, ଶରତ ଓ ହେମନ୍ତ ଋତୁ ହଜିଯିବାକୁ ବସିଲାଣି ତାପମାତ୍ରା ଯଦି ଏପରି ବଢିଚାଲେ ତାହେଲେ ଅମେ ବିପଦକୁ ଡକିଅନିବା ବୋଲି ପରିବେଶବିତ୍ ମାନେ କହୁଛନ୍ତି । ସେମାନଙ୍କ ମତରେ ଯଦି ପୃଥିବୀର ତାପମାତ୍ରା ଆଉ ୩ ଡିଗ୍ରୀ ବଢି ·ଲେ ତାହେଲେ ମେରୁ ନିକଟରେ ଜମା ହୋଇ ଜଳବାୟୁକୁ ନିୟନ୍ତ୍ରଣ କରୁଥିବା ବରଫ ପାହାଡ ସବୁ ତରଳି ଯିବ । ଏପରି ଭାବେ ଯଦି ବରଫ ତରଳେ, ସମୁଦ୍ର ଜଳ ପତ୍ତନ ଆଉ ୧୫ ଫୁଟ୍ ବଢିଯିବ । ୧୫ ଫୁଟ୍ ତ ଦୂରର କଥା, ଜଳପତ୍ତନ ୩ ରୁ ୫ ଫୁଟ୍ ବଢିଗଲେ ସମଗ୍ର ବିଶ୍ୱ ପ୍ରଳୟରେ ଲୀନ ହେବ ।

ଏବେ ଚିନ୍ତା କରିବାର ବେଳ ଆସିଛି । ପରିବେଶ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ବଡ ଆହ୍ୱାନ ।ଏବେ ପୁଣି କରୋନାର ପ୍ରକୋପ ବିଶ୍ୱପାଇଁ ଆତଙ୍କର କାରଣ ହୋଇଛି । କରୋନା ପରବର୍ତ୍ତୀ ଅବସ୍ଥା ପରିବେଶ ଉପରେ କିପରି ପ୍ରଭାବ ପକାଇବ ତାହା ସମୟ କହିବ । ଆମକୁ ମନେରଖିବାକୁ ହେବଯେ, କେବଳ ଆମର ସୁରକ୍ଷା ନୁହେଁ ଉତ୍ତରପିଢିର ସୁରକ୍ଷା ଦାୟିତ୍ୱ ହିଁ ଆମ ଉପରେ ନ୍ୟସ୍ତ । ଏଥିପାଇଁ ସୁବ ସ୍ତରରେ ସଚେତନତା ସୃଷ୍ଟି ହେବା ଦରକାର । ପରିବେଶକୁ ଭଲପାଉଥିବା ଓ ଏହାର ସୁରକ୍ଷା ପାଇଁ ଚିନ୍ତା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏକଥା ଜାଣିବା ଜରୁରୀ । ପ୍ରତ୍ୟେକ ବ୍ୟକ୍ତି ଗଛଟିଏ ଲଗାଇ ତାକୁ ବଞ୍ଚାଇରଖି ବଡ ଗଛରେ ପରିଣତ କରିପାରିଲେ ତାହାହିଁ ଆମର ପ୍ରକୃତ ଲକ୍ଷ୍ୟ ପୂରଣ କରିପାରିବ । ଏହାହିଁ ବିଶ୍ୱ ପରିବେଶ ଦିବସର ଅନୁଚିନ୍ତା ।

Leave A Reply