Odisha news

ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଏନକାଉଣ୍ଟର୍ : ଜଣେ ଆତଙ୍କବାଦୀ ନିହତ

0

କାଶ୍ମୀର: ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଏନକାଉଣ୍ଟର୍। ରାଜୌରୀ ଜିଲ୍ଲା କାଲାକୋଟରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ। କାଲାକୋଟରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଗତକାଲି ରାତିରୁ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା।

ସିଆରପିଏଫ୍, ରାଜ୍ୟ ପୋଲିସର ମିଳିତ ଅପରେସନରେ ଏହି ଏନକାଉଣ୍ଟର ହୋଇଛି। ତେବେ ଅଞ୍ଚଳରେ ଏବେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିଛି। ଯାହା ପରେ ପୁରା ଅଞ୍ଚଳକୁ କଡ୍ରନ୍ କରି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ଅପରେସନ୍ ଅଲଆଉଟ୍ ଜରିଆରେ କାଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନ ସେନା ଜାରି ରଖିଛି।

ପ୍ରକାଶଥାଉକି, ନିକଟ ଅତୀତରେ କାଶ୍ମୀର ଦକ୍ଷିଣାଞ୍ଚଳରେ ଥିବା ପୁଲ୍‌ୱାମାର ପ୍ରିଚୋରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ।

ସେହିପରି କିଛି ଦିନ ତଳେ ଶ୍ରୀନଗରରେ ଆତଙ୍କବାଦୀମାନେ ସେନା ଉପରେ ଆକ୍ରମଣ କରିଥିଲେ। ଏଥିରେ ଦୁଇ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଥିଲେ।

Leave A Reply

Your email address will not be published.