ନଗେନ୍ଦ୍ର ନାଥ ପଟ୍ଟନାୟକ : ବିଗତ ସତର ବର୍ଷ ଧରି ଦେଶ ଯେତେସବୁ ସମସ୍ୟାର ସମ୍ମୁଖୀନ ହୋଇଛି ତନ୍ମଧ୍ୟରୁ ବେରଜକାରୀ ଏକ ପ୍ରମୁଖ ସମସ୍ୟା । ସରକାରୀ ହେଉ କି ଘରୋଇ କ୍ଷେତ୍ର,ସବୁଠାରେ ଚାହିଦା ମୁତାବକ ଚାକିରୀ ଯେ ଖୁବ୍ କମ । କେନ୍ଦ୍ର ସରକାର ଅଧୀନରେ ହେଉ କି ରାଜ୍ୟ ସରକାର ସରକାରୀ ଚାକିରୀଟିଏ ହାତେଇବା ପ୍ରତ୍ୟେକ ଚାକିରୀ ଅନ୍ୱଷଣକାରୀଙ୍କ ପାଇଁ ପ୍ରଥମ ପସନ୍ଦ ହୋଇ ରହିଥାଏ । ତେବେ ସରକାରୀ ଚାକିରୀ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି, ଲଗାମହୀନ ଭ୍ରଷ୍ଟାଚାର, ଘୋର ଅନିୟମିତତା ଇତ୍ୟାଦି ଗୁରୁତର ସମସ୍ୟା ବ୍ୟାଘାତ ସୃଷ୍ଟି କରିଥାଏ ।
ବର୍ତମାନର ପରିବର୍ତିତ ପରିସ୍ଥିତିରେ ଚାକିରୀ ଓ କର୍ମସଂସ୍ଥାନର ସ୍ୱରୂପ କ୍ରମଶଃ ବଦଳିିବାରେ ଲାଗିଛି । ବି ଆଉ ସି ବର୍ଗର ବେସରକାରୀ ପେସାଦାର ପଦଲାଗି କେନ୍ଦ୍ରୀୟ ସେବାରେ ରୋଜଗାର ଯୋଗାଇ ଦେବା ଦିଗରେ ଜାତୀୟ ନିୟୋଜନ ସଂସ୍ଥା ( ଏନଆରଏ)କୁ ମଂଜୁରୀ ପ୍ରଦାନ କରି କେନ୍ଦ୍ର ସରକାର ଏକ ବଡ ଧରଣର ପଦକ୍ଷେପ ଗ୍ରହଣ କରିଛନ୍ତି । ସୁତରାଂ ନିଯୁକ୍ତି ପ୍ରକ୍ରିୟାରେ ଏ ପ୍ରକାରର ସଂସ୍କାରରୁ ନିଶ୍ଚିତ ରୂପେ ଆଶାନୁରୂପ ଫାଇଦା ମିଳିବ ବୋଲି ଆଶା କରାଯାଉଛି । ବାସ୍ତବରେ ଜାତୀୟ ସ୍ତରୀୟ ନିଯୁକ୍ତିରେ ଯୋଗ୍ୟ ପ୍ରାର୍ଥୀକୁ ଚୟନ ଲାଗି ଉଦ୍ଦିଷ୍ଟ ପରୀକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ତଥା ମଜଭୁତ କରବା ଦିଗରେ ସରକାରଙ୍କର ଏଭଳି ଠୋସ ପଦକ୍ଷେପ ବେଶ୍ ପ୍ରଶଂସନୀୟ ଓ ସ୍ୱାଗତଯୋଗ୍ୟ ।
ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ଆମ ଦେଶରେ ପାଖାପାଖି କୋଡିଏଟି ପ୍ରମୁଖ ନିଯୁକ୍ତି ସଂସ୍ଥା ସାଧାରଣତଃ ଏଭଳି ପ୍ରତିଯୋଗୀତା ପରୀକ୍ଷାର ଆୟୋଜନ କରିଥାନ୍ତି । ଏମାନଙ୍କ ପରୀକ୍ଷାକେନ୍ଦ୍ର ପୃଥକପୃଥକ ସ୍ଥାନମାନଙ୍କରେ ଅନୁଷ୍ଠିତ ହେବାର ନୀତିଗତ ଭାବେ ସ୍ଥିର କରାଯାଇଥାଏ । ବେଳେବେଳେ ପରୀକ୍ଷାର୍ଥୀଙ୍କୁ ଏଥିପାଇଁ ଅନ୍ୟ ରାଜ୍ୟକୁ ବି ଯିବାକୁ ପଡେ । ତେବେ ଅଧିକାଂଶ ସମୟରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଏତେ ବଢିଯାଏ ଯେ ସେମାନଙ୍କୁ ରେଳଗାଡି ଓ ବସଗୁଡିକରେ ଯାତ୍ରା କରିବା ଛଡା ଅନ୍ୟ ବିକଳ୍ପ ନ ଥାଏ । ସଂପ୍ରତି କେନ୍ଦ୍ର ସରକାର ଦେଶର ତିନୋଟି ପ୍ରମୁଖ ସଂସ୍ଥା ଯଥା-କର୍ମଚାରୀ ଚୟନ ଆୟୋଗ, ରେଲୱ ନିଯୁକ୍ତି ବୋଡ ତଥା ବ୍ୟାଙ୍କିଙ୍ଗ୍ କାର୍ମିକ ସଂସ୍ଥାଙ୍କୁ ଜାତୀୟ ନିଯୁକ୍ତି ସଂସ୍ଥାକୁ ସାଧାରଣ ଯୋଗ୍ୟତା ପରୀ କ୍ଷାରେ ସାମିଲ କରିଛନ୍ତି । ଖୁବ୍ଶୀଘ୍ର ଅନ୍ୟ ସବୁ ବଡବଡ ସଂସ୍ଥା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଛି ।
କେନ୍ଦ୍ର ସରକାରଙ୍କ ଏଭଳି ଦୂରଦର୍ଶୀ ପଦକ୍ଷେପ ତୃଣମୂଳ ସ୍ତରରେ କି ପ୍ରକାର ପରିବର୍ତର୍ନ ଆଣିବାକୁ ଯାଉଛି ତାହା ଅଧିକାଂଶ ଲୋକ ଏଯାଏ ହୃଦୟଙ୍ଗମ କରିବାରେ ସକ୍ଷମ ହୋଇନାହାଁନ୍ତି । ପ୍ରକୃତରେ ଜାତୀୟ ନିଯୁକ୍ତି ସଂସ୍ଥା ଗଠନର ଲାଭ ଦେଶର କୋଟିକୋଟି ପରୀକ୍ଷାଙ୍କୁ ଉପଲବ୍ଧ ହୋଇପାରିବ । କାହିଁକିନା, ସେମାନେ ଗୋଟିଏ ପରୀକ୍ଷାରେ ଏକାଧିକ ପଦପାଇଁ ଆବେଦନ କରିପାରିବେ । ଯାହାଫଳରେ ସେମାନେ ଚାକିରୀ ପାଇଁ ବାରମ୍ବାର ଆବେଦନ କରିବା ଆଉ ନିର୍ଦ୍ଧାରିତ ଫିସ ଦାଖଲ କରିବା ବୋଝ ତଥା ଝାମେଲାରୁ ମୁକ୍ତି ପାଇପାରିବେ । ଏହି ସଂସ୍ଥା ଗଠନ ହେବା ଫଳରେ ବ୍ୟାଙ୍କ ଓ ରେଲଓ ସାଙ୍ଗକୁ କେନ୍ଦ୍ର ସରକାର ଏବଂ ବ୍ୟାଙ୍କ ଆଦି ସାର୍ବଜନୀନ ଉଦେ୍ଦ୍ୟାଗରେ ବି ଆଉ ସି ଅଣ ପେସାଦାର ପଦପଦବୀରେ ନିଯୁକ୍ତି ସକାଶେ କେବଳ ମାତ୍ର ଗୋଟିଏ ପରୀକ୍ଷା ଅନୁଷ୍ଟିତ ହେବ । ସେଥିରେ ଉତୀର୍ଣ୍ଣ ହେବା ପରେ ଯାଇ ଅନ୍ତିମ ପରୀକ୍ଷାରେ ବସିପାରିବ । ଏ ପ୍ରସଙ୍ଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫାଇନାଲ ( ଶେଷ ) ପରୀକ୍ଷାରେ ଅସଫଳ ହେଲା ପରେ ମଧ୍ୟ ପୁଣିଥରେ ପ୍ରବେଶିକା ପରୀକ୍ଷା ଦେବାରୁ ଛାଡ କରାଯିବ । ଉଲ୍ଲେଖ ଅନାବଶ୍ୟକ ଯେ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହେବା ଏକପ୍ରକାରେ ପ୍ରାଥମିକ ଯୋଗ୍ୟତା ବୋଲି ବିଚାର କରାଯାଏ ।
ସବୁଠାରୁ ବଡ କଥା ହେଲା ଏବେ ଚାକିରୀ ଅନ୍ୱେଷଣକାରୀଙ୍କୁ ପରୀକ୍ଷା ଦେବାଲାଗି ଦୂରଦୂରାନ୍ତରେ ଅବସ୍ଥିତ ସହରଗୁଡିକରେ ଆଉ ଅସୁବିଧାର ସାମନା କରିବାକୁ ପଡିବନାହିଁ ।
ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ବର୍ତର୍ମାନ ସମଗ୍ର ଦେଶରେ ଏକ ହଜାରରୁ ଅଧିକ ପରୀକ୍ଷାକେନ୍ଦ୍ର ସ୍ଥାପନ କରାଯିବ । ଖାଲି ସେତିକି ନୁହେଁ ପ୍ରତିଟି ଜିଲ୍ଲାରେ ମଧ୍ୟ ଗୋଟିଏ ଲେଖାଏଁ ପର କ୍ଷାକେନ୍ଦ୍ର ସ୍ଥାପନ କରାଯିବାକୁ ପ୍ରୟାସ କରାଯିବ । ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଏହି ସାଧାରଣ ଯୋଗ୍ୟତା ପରୀକ୍ଷା ଯୁବଗୋଷ୍ଟୀଙ୍କ ପାଇଁ ବରଦାନ ସଦୃଶ । ଏହି ପ୍ରୟାସରେ ବେକାରୀଙ୍କ ସମୟ ଓ ଧନ ନଶ୍ଚିତ ରୂପେ ସଂଚିତ ହୋଇପାରିବ । ଏହାଦ୍ୱାରା ଗରିବୀ ପୃଷ୍ଟଭୂମୀର ପ୍ରାର୍ଥୀଙ୍କୁ ଆଶ୍ୱାସନା ମିଳିପାରିବ । ସାଂପ୍ରତିକ ପରିସ୍ଥିତିରେ ପ୍ରାର୍ଥୀଙ୍କୁ ବହୁ ସଂସ୍ଥାଦ୍ୱାରା ସଂଚାଳିତ ବିଭିନ୍ନ ପରୀକ୍ଷାରେ ଭାଗ ନେବାକୁ ପଡିଥାଏ । ପରୀକ୍ଷା ବାବଦ ଶୁଳ୍କ ବ୍ୟତୀତ ପ୍ରାର୍ଥୀମାନଙ୍କର ଯାତ୍ରା ,ରହଣି ,ଖାନପିନା,ଓ ଅନ୍ୟାନ୍ୟ ଅତିରିକ୍ତ ଖର୍ଚ୍ଚକୁ ବହନ କରିବାକୁ ପଡିଥାଏ । ସାଧାରଣ ଯୋଗ୍ୟତା ପରୀକ୍ଷା ( କମନ ଏଲିଜିବିଲିଟି ଟେଷ୍ଟ ) ଇତ୍ୟାଦି ଏକକ ପରୀକ୍ଷା ଦ୍ୱାରା ପ୍ରାର୍ଥୀଙ୍କ ଉପରେ ଆର୍ଥିକ ବୋଝ ବିଶେଷ ରୂପେ ହ୍ରାସପାଇବ । ଏହାଛଡା, ମହିଳା ପ୍ରାର୍ଥୀଙ୍କୁ ମଧ୍ୟ ଯଥେଷ୍ଟ ଆଶ୍ୱସ୍ତି ମିଳିବ । କାରଣ ବେଳେବେଳେ ସୁଦୂର ସ୍ଥାନରେ ଅବସ୍ଥିତ ପରୀକ୍ଷା କେନ୍ଦ୍ରକୁ ଯିବା ଲାଗି ସେମାନଙ୍କୁ ଉପଯୁକ୍ତ ବ୍ୟକ୍ତିଙ୍କୁ ତଲାସି କରିବାକୁ ପଡିଥାଏ । ପ୍ରତ୍ୟେକ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ରହିଲେ ସାଧାରଣତଃ ଗ୍ରାମାଂଚଳର ପ୍ରାର୍ଥୀମାନେ ବିଶେଷକରି ମହିଳା ପ୍ରାର୍ଥୀମାନେକୁ ଅଧିକ ଫାଇଦା ମିଳିବ । ପୁନଶ୍ଚ ପରୀକ୍ଷା ଲାଗି ପଂଜୀକରଣ ଅନଲାଇନ ଜରିଆରେ କରାଯାଇପାରିବ ।
ଏ ସଂପର୍କରେ ଉଲ୍ଲେଖନୀୟ କଥା ହେଉଛି ଅତୀତରେ ଚାକିରୀ ପାଇଁ ଅନ୍ୟ ରାଜ୍ୟରୁ ମହାରଷ୍ଟ୍ରକୁ ଆସୁଥିବା ପ୍ରାର୍ଥୀଙ୍କୁ ମାରଧର, ପିଟାପିଟି ଓ ଗଣ୍ଡଗୋଳ ଜନିତ ଅଭାବିତ ଘଟଣାମାନ ଘଟିଥିବା ଦେଖିବାକୁ ମିଳିଥିଲା । ଅଧିକିନ୍ତୁ ପୃଥକପୃଥକ ଭାବେ ନିଯୁକ୍ତି ପରୀକ୍ଷାରେ ଭାଗ ନେଉଥିବା ପ୍ରାର୍ଥୀ ଓ ସଂସ୍ଥାମାନଙ୍କୁ ଆର୍ଥିକ ବୋଝକୁ ସମ୍ଭାଳିବାକୁ ପଡିଥାଏ । ଏଥିରେ ଥରକୁ ଥର ବ୍ୟୟର ଭାର, ନିୟମ ଓ ବ୍ୟବସ୍ଥା ତଥା ସୁରକ୍ଷା ସଂକ୍ରାନ୍ତ ପ୍ରସଙ୍ଗ ଓ ପରୀକ୍ଷା ପରିଚାଳନାଗତ ସମସ୍ୟା ଇତ୍ୟାଦି ମନ୍ଦ ଦିଗଗୁଡିକ ଦେଖିବାକୁ ମିଳେ । ଏପରିକି ଏସବୁ ପରୀକ୍ଷାରେ ପ୍ରାର୍ଥୀଙ୍କୁ ଅଢେଇରୁ ତିନକୋଟି ପ୍ରାର୍ଥୀ ସାମିଲ ହୋଇଥାନ୍ତି । ସାଧାରଣ ଯୋଗ୍ୟତା ପରୀକ୍ଷାରେ ପ୍ରାର୍ଥୀ ଗୋଟିଏ ସାଧାରଣ ଯୋଗ୍ୟତା ପରୀକ୍ଷାରେ କେବଳ ଥରୁଟିଏ ଅଂଶଗ୍ରହଣ କରିବ ତଥା ଉଚ୍ଚ ସ୍ତରର ପରୀକ୍ଷା ପାଇଁ ଏସବୁ ନିଯୁକ୍ତି ସଂସ୍ଥାକୁ ଆବେଦନ କରିପାରିବ । ତେବେ ଏକଥା ସତ ଯେ ଅଲଗା ଅଲଗା ଜିଲ୍ଲାରେ ସମାନ ପଦରେ ନିଯୁକ୍ତି ପାଇଁ ଭିନ୍ନଭିନ୍ନ ପରୀକ୍ଷା ଦେବାଦ୍ୱାରା ବେକାରୀଙ୍କ ଉପରେ ଆର୍ଥିକ ଓ ମାନସିକ ବୋଝ ଭାରି ପଡିଥାଏ । ନଜ ଘରଠାରୁ ବହୁ ଦୂରରେ ଅବସ୍ଥିତ ପରୀକ୍ଷାକେନ୍ଦ୍ରକୁ ଯିବା ଲାଗି ବିଚରା ବେକାରୀ ପ୍ରାର୍ଥୀଟିଏ ପାଇଁ ଆବଶ୍ୟକ ଟଙ୍କା-ପଇସା ନଥାଏ । ପୁଣି ପରୀକ୍ଷା ସମୟନିର୍ଘଂଟ କେତେବେଳେ ଯେ ବଦଳିଯାଏ ତାହା କହିବା ମୁସ୍କିଲ ହୋଇପଡେ ।
ମୋଟାମୋଟି ଅଲଗାଅଲଗା ପରୀକ୍ଷା ଅନୁଷ୍ଠିତ କରିବାଟା ବିଶାଳ ଗଣତାନ୍ତ୍ରିଙ୍କ ରାଷ୍ଟ୍ର ଭାରତର ସଂଘୀୟ ଢାଂଚାର ଅନୁରୂପ ନୁହେଁ । ଏପରି ସୁବ୍ୟବସ୍ଥିତ ବ୍ୟବସ୍ଥା ଦ୍ୱାରା ବିଭିନ୍ନ ବିଭାଗ ପକ୍ଷରୁ କରାଯାଉଥିବା ନିଯୁକ୍ତି ପରୀକ୍ଷାରେ ହେଉଥିବା ଅଯଥା ଖର୍ଚ୍ଚକୁ ରୋକାଯାଇପାରିବ । ପୁନଶ୍ଚ ନିଯୁକ୍ତି ପରୀକ୍ଷାର ଫଳକୁ ବି ଅତିଶୀଘ୍ର ଘୋଷଣା କରାଯାଇପାରିବ । ଫଳରେ ବିଭାଗୁଡିକ ବିଭିନ୍ନ ଚାକିରୀରେ ନିଜର ପସନ୍ଦ ମୁତାବକ ଯୋଗ୍ୟପ୍ରାର୍ଥୀଙ୍କୁ ଚୟନ କରିବାକୁ ଉତମ ସୁଯୋଗ ପାଇବେ । ସୁତରାଂ କେନ୍ଦ୍ର ସରକାରଙ୍କ ଏଭଲି ଦୂରଦର୍ଶୀ ଓ ପ୍ରଭାବୀ ପଦକ୍ଷେପ ନିଶ୍ଚିତ ରୂପେ ପ୍ରଶାସନିକ ସ୍ତରରେ ସୁଧାର ଆଣିବା ସଙ୍ଗେସଙ୍ଗେ ପାରଦର୍ଶିତା ବୃଦ୍ଧି କରିବାରେ ସହାୟ ହୋଇପାରିବ ।