Odisha news

ଇମ୍ୟୁନିଟି ବୁଷ୍ଟର ତେନ୍ତୁଳି : ମୋଟାପଣ ସହ ଏହିସବୁ ରୋଗରୁ ଦୂରେଇ ରଖିଥାଏ , ଆଜି ହିଁ ନିଜ ଖାଦ୍ୟରେ ସାମିଲ କରନ୍ତୁ

ଯଦି ଦୀର୍ଘ ସମୟ ଧରି ବ୍ୟାୟାମ କରିବା ପରେ ମଧ୍ୟ ଓଜନ ହ୍ରାସ ହୋଇ ନଥାଏ ତେବେ ଓଜନ ହ୍ରାସ କରିବା ପାଇଁ ତେନ୍ତୁଳି ଗୋଟିଏ ପ୍ରାକୃତିକ ଖାଦ୍ୟ । ତେନ୍ତୁଳି ରେ ଭିଟାମିନ ସି , କ୍ୟାଲସିୟମ , ଭିଟାମିନ ଇ ବି , ଆଇରନ , ଫସଫରସ , ପୋଟାସିୟମ , ମାଙ୍ଗାନିଜ ଓ ଫାଇବର ରେ ଭରପୁର ମାତ୍ରା ରେ ରହିଛି । ଯାହା ଇମ୍ୟୁନିଟି ଷ୍ଟ୍ରଙ୍ଗ କରିବା ସହିତ ଶରୀରରେ ଏନର୍ଜି ବଢ଼ାଇବା ସହିତ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
* ରକ୍ତଚାପ ନିୟନ୍ତ୍ରଣ କରିଥାଏ – ତେନ୍ତୁଳି ରେ ପ୍ରଚୁର ପରିମାଣରେ ଆଇରନ ଓ ପୋଟାସିୟମ ରହିଛି ଓ ଏହା ରକ୍ତଚାପ କୁ ନିୟନ୍ତ୍ରିତ କରିଥାଏ । ତା ସହିତ ନୂଆ ବ୍ଲଡ଼ ସେଲ କୁ ମଧ୍ୟ ତିଆରି କରିଥାଏ ।
* ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରେ – ତେନ୍ତୁଳି ରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ଓ ଭିଟାମିନ ସି ରହିଛି । ଯାହା ଇମ୍ୟୁନିଟି ବଢ଼ାଇବା ସହିତ ଶରୀରକୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରେ ।
* ମୋଟା ପଣ ରୁ ଦୂରେଇ ରଖେ – ତେନ୍ତୁଳି ରେ ଥିବା ହାଇଡ୍ରା ସାଇଟ୍ରୀକ ଏସିଡ ଶରୀରରେ ପ୍ରସ୍ତୁତ ହେଉଥିବା ଚର୍ବି କୁ ଧୀରେ ଧୀରେ କମ୍ କରିଥାଏ ଓ ଓଭର ଡ଼ାଏଟିଂ ରୁ ଦୂରେଇ ରଖେ । ଯେଉଁ କାରଣରୁ ଓଜନ ବୃଦ୍ଧି ହେବାରେ ସାହାଯ୍ୟ କରେ ।

Comments are closed.