Odisha news

ନିଜେ ୯ଟି ସନ୍ତାନର ଜନକ, କିନ୍ତୁ ଜନସଂଖ୍ୟା ବୃଦ୍ଧିକୁ ନେଇ କରିଛନ୍ତି ଚିନ୍ତା ପ୍ରକାଶ

0

ନୂଆଦିଲ୍ଲୀ : ଟେସ୍ଲା କମ୍ପାନୀର ସିଇଓ ଓ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ପୁନର୍ବାର ପିତା ହୋଇଛନ୍ତି l ବର୍ତମାନ ଗୋଟିଏ ରିପୋର୍ଟ ଅନୁସାରେ କୁହାଯାଇଛି ଯେ ସେ ୭ଟି ନୁହେଁ ୯ଟି ସନ୍ତାନଙ୍କ ପିତା ଅଟନ୍ତି l ମିଡ଼ିଆ ରିପୋର୍ଟ ଅନୁସାରେ ୨୦୨୧ ନଭେମ୍ବର ମାସରେ ମସ୍କ ଙ୍କ କମ୍ପାନୀ ରେ କାମ କରୁଥିବା ଜଣେ ମହିଳା ଅଧିକାରୀ ଶିବନ ଜିଲିସ ତାଙ୍କ ଯମଜ ସନ୍ତାନଙ୍କୁ ଜନ୍ମ ଦେଇଥିଲେ l ସନ୍ତାନଙ୍କୁ ଜନ୍ମ ଦେବାପରେ ଏଲନ ଓ ଜିଲିସ କୋର୍ଟ ରେ ପିଲା ମାନଙ୍କ ନାମ ପରିବର୍ତନ ପାଇଁ ଯାଚିକା ଦାୟର କରିଛନ୍ତି l

ବର୍ତମାନ ଯମଯ ସନ୍ତାନଙ୍କ ପିତା ହେବା ପରେ ଏଲନ ଙ୍କ ପ୍ରତିକ୍ରିୟା ସାମ୍ନା କୁ ଆସିଛି l ସେ ନିଜ ଟୁଇଟର ଆକାଉଣ୍ଟ ରେ ଲେଖିଛନ୍ତି ଯେ ‘ ଜନସଂଖ୍ୟା ବୃଦ୍ଧିରେ ରୋକ ଲଗାଇବା ପାଇଁ ନିଜର ସମସ୍ତ ଚେଷ୍ଟା ଜାରି ରହିଛି l ‘

ଏଲନ ମସ୍କ ନିଜର ଟୁଇଟ କୁ ନେଇ ସର୍ବଦା ଚର୍ଚ୍ଚା ରେ ରହି ଥାଆନ୍ତି l ନିକଟରେ ମସ୍କ ଗୋଟିଏ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ଯେଉଁଥିରେ ସେ ପର୍ଯାବରଣ କୁ ନିଜର ମତାମତ ରଖିଥିଲେ l ଏହି ସମୟରେ ସେ ଅଧିକ ସନ୍ତାନ ଜନ୍ମ କୁ ନେଇ ଯେଉଁ ତର୍କ ରଖିଥିଲେ ସେଥିରେ ସେ ଦର୍ଶାଇ ଥିଲେ ଯେ ଅଧିକ ସନ୍ତାନ ପ୍ରସବ ପର୍ଯାବରଣ ପାଇଁ ଭଲ ବୋଲି କହିଥିଲେ l ଟଙ୍କାର ଏହି ଜବାବ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଥିଲା l

ନିଜ କଥାର ପ୍ରମାଣ ସ୍ୱରୂପ ମସ୍କ ଜାପାନ ର ଜନ୍ମ ହ୍ରାସର ଉଦାହରଣ ଦେଇଥିଲେ l ଏହା ସହିତ ମସ୍କ କହିଥିଲେ ଯେ ଏହି ପୂର୍ବ ଏସିଆର ଦେଶ ଗୁଡିକର ବିନାଶ ଖୁବ ଶୀଘ୍ର ହେବ l

IEC 2 years
Leave A Reply