Odisha news

ବ୍ୟକ୍ତିଙ୍କୁ ଭାରି ପଡିଲା ଏଲିଅନ ଙ୍କ ସହିତ ରାତି ବିତାଇବା କୁ ନେଇ କରିଥିବା ଦାବି : ପତ୍ନୀ ଦେଲେ ଛାଡପତ୍ର

ନୂଆଦିଲ୍ଲୀ : ଏଲିଅନ ମାନଙ୍କର ତଥ୍ୟକୁ ନେଇ ପ୍ରାୟ ବିଶ୍ୱରେ ବିଭିନ୍ନ ପ୍ରକାରର ମତ ଶୁଣିବାକୁ ମିଳିଥାଏ l କେହି କହି ଥାଆନ୍ତି ଯେ ଏହା କାଳ୍ପନିକ ବୋଲି l କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ଏଲିଅନ ଙ୍କୁ ଦେଖି ଥିବାର ଦାବି କରିଛନ୍ତି l ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି l ସ୍ଟିବ କୋଲବର୍ନ ନାମକ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ତାଙ୍କୁ ଅନେକ ଥର କିଡନାପ କରି ନେଇଛନ୍ତି ଓ ତାଙ୍କ ଶରୀରରେ ନାନୋ ଚିପ ଫିଟ କରିଛନ୍ତି l

ଡେଲି ଷ୍ଟୋର ତଥ୍ୟ ଅନୁସାରେ ଗୋଟିଏ ସୋ ରେ ଏଲିଅନ ମାନଙ୍କ ସହିତ ଯୋଡି ହୋଇଥିବା ଘଟଣା ସହିତ ଯୋଡି ହୋଇଥିବା ଘଟଣା ବିଷୟରେ କହିବାକୁ ସ୍ଟିବ କହିଛନ୍ତି ଯେ ଏଲିଅନ ମାନଙ୍କ ଯୋଗୁଁ ମୋ ଜୀବନ ନଷ୍ଟ ହୋଇ ଯାଇଛି l ସେ କହିଥିଲେ ଯେ ଅଧିକାଂଶ ସମୟ ମତେ UFO କୀଡନାପ କରି ସାରିଛନ୍ତି ଓ ସେମାନେ ଷ୍ଟିଲ ରେ ତିଆରି ହୋଇଥିବା କାରଣରୁ ତାଙ୍କ ରଙ୍ଗ ପାଉଁଶିଆ ରଙ୍ଗର ଅଟେ l ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ପ୍ରଥମଥର ତାଙ୍କ ବଗିଚାରେ ଗୋଟିଏ UFO ବୁଲୁଥିବାର ଦେଖିଥିଲେ l

ଏହାପରେ ଯେତେବେଳେ ସେ ତା ନିକଟକୁ ଯିବାକୁ ଚେଷ୍ଟା କରିଥିଲେ ସେତେବେଳେ ଗୋଟିଏ ସବୁଜ ରଙ୍ଗର ଆଲୋକ ଦ୍ୱାରା ତାକୁ ଟାଣି ନେଇ ଯାଇଥିଲେ ଓ ଏଲିଅନ ମାନେ ନିଜ ସହ ନେଇ ଯାଇଥିଲେ l ଏହାପରେ ସ୍ଟିବ କହିଥିଲେ ମତେ ମେଡିକାଲ ଷ୍ଟେସନ ନେଇ ଯାଇଥିଲେ ଯେଉଁଠାରେ ମୋ ବାହୁ ବନ୍ଧ ରେ ଗୋଟିଏ ନାନୋ ଚିପ ଲଗାଯାଇଥିଲା l ସେ କହିଛନ୍ତି ଯେ ସେଠାରୁ ଫେରିବା ପରେ ମୋ ବଂଚିବାର ଶୈଳୀ ସମ୍ପୂର୍ଣ ବଦଳି ଯାଇଥିଲା l ତାଙ୍କ ବଦଳିଥିବା ପ୍ରକୃତି ଯୋଗୁଁ ତାଙ୍କ ପତ୍ନୀ ତାଙ୍କୁ ଛାଡି ଚାଲି ଯାଇଥିଲେ l ସେହି କାରଣରୁ ସେ ନିଜ କାମ ଉପରେ ମଧ୍ୟ ଧ୍ୟାନ ଦେଇ ପାରି ନଥିଲେ l ସେହି କାରଣରୁ ଚାକିରୀ ମଧ୍ୟ ଗଲା l

Comments are closed.