Odisha news

ରାଜଧାନୀରେ ଜଙ୍ଗଲୀ ହାତୀ ଆତଙ୍କ

0

ଭୁବନେଶ୍ୱର  : ରାଜଧାନୀରେ ଜଙ୍ଗଲୀ ହାତୀକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଇନଫୋସିଟି ଥାନା ଚୁନକୋଳି ବସ୍ତି ଅଂଚଳରେ ଦୁଇଟି ହାତୀ ପଶି ଆତଙ୍କିତ କରିଛନ୍ତି । ଗୋଟିଏ ହାତୀ ଜଙ୍ଗଲକୁ ଚାଲିଯାଇଥିବାବେଳେ ଆଉ ଗୋଟିଏ ଦନ୍ତା ଅଂଚଳରେ ଆତଙ୍କ ଖେଳାଇଦେଇଛି। ହାତୀଟି ବ୍ୟାପକ କ୍ଷୟକ୍ଷତି କରିବା ସହ ବାଟ ବଣା ହୋଇ ଲୋକମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଛି । ସକାଳୁ ମର୍ଣ୍ଣିୱାର୍କରେ ଯାଉଥିବା ଦୁଇ ଯୁବକଙ୍କ ଗାଡିକୁ ହାତୀ ଭାଙ୍ଗି ଦେବା ସହ ଦୁଇ ଯୁବକ ଆହତ ମଧ୍ୟ ହୋଇଛନ୍ତି । ଅଂଚଳରେ ପାଚେରୀ ଭାଙ୍ଗିବା ସହ ଅନେକ କ୍ଷୟକ୍ଷତି କରିଛି। କଫଳରେ
ଲୋକମାନେ ଭୟଭିତ ହୋଇପଡିଛନ୍ତି। ଖବର ପାଇ ବନ ବିଭାଗ ଟିମ ପହଚିଂ ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ହାତୀଟି ବସ୍ତି ଅଂଚଳରେ ବୁଲୁଛି । ଫଳରେ ଲୋକେ ଜୀବନ ବିକଳରେ ଅଂଚଳଛାଡି ଅନ୍ୟାନ୍ୟ ସ୍ଥାନକୁ ଚାଲିଯାଇଛନ୍ତି । ବନ ବିଭାଗ ଟିମ ସାଇରନ ବଜାଇ ହାତୀକୁ ଘଉଡାଇବା ଉଦ୍ୟମ ଜାରି ରଖିଛି ।

Leave A Reply