ପାଂଚପୀଢ ୧୨/୫: କରଞ୍ଜିଆ ବନଖଣ୍ଡକୁ ବହୁଦିନ ବ୍ୟବଧାନ ପରେ ଗତକାଲି ଝାଡ଼ଖଣ୍ଡୀ ଦନ୍ତା ହାତୀର ପ୍ରତ୍ୟାବର୍ତ୍ତନ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଗଣ୍ଡବେଡା ଠାରୁ ଦେଓ ନଦୀ ଉପକ୍ରମ କରି କରଞ୍ଜିଆ ବନଖଣ୍ଡ ମଧ୍ୟକୁ ଦନ୍ତା ହାତୀଟି ଆସିଥିଲା। ଏହି ହାତୀଟି ଗତକାଲି ଠାରୁ ଆଜି ସକାଳ ପର୍ଯ୍ୟନ୍ତ କରଞ୍ଜିଆ ବନାଞ୍ଚଳର ବଡଦେଉଳୀ ଜଙ୍ଗଲରେ ରହୁଥିଲା ଏବଂ ନିକଟରେ ଥିବା ପାଚିଲା ଧାନ ଫସଲ ଖାଇବା ସହ ନଷ୍ଟ ମଧ୍ୟ କରିଛି।ତାର ପ୍ରତ୍ୟାବର୍ତ୍ତନ ଯୋଗୁଁ ବନଖଣ୍ଡରେ ଥିବା ଗାଁ ଗୁଡ଼ିକର ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ଦନ୍ତା ହାତୀଟି ଆସିବା ପରେ ହାତୀପଲଙ୍କ କୈାଣସି ସମୟରେ ଆଗମନ ହୋଇପାରେ ବୋଲି ଵନ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ବନ ବିଭାଗ କର୍ମଚାରୀ ମାନେ ସେମାନଙ୍କୁ ଆଜି ଦୁଧିଆଣି ବନାଞ୍ଚଳର ଦରି ଅଞ୍ଚଳକୁ ଘଉଡ଼ାଇ ଦେଇଥିବା ସୂଚନା ଦେଇଛନ୍ତି