ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ମଦନପୁର ପଞ୍ଚାୟତ ଅନ୍ତର୍ଗତ ହସନପୁର ଗ୍ରାମର ବଟକୃଷ୍ଣ ପ୍ରଧାନ ଗତ 22 ତାରିଖ ଶନିବାର ସକାଳ 6 ଘଟିକା ସମୟରେ ଏକ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ |
ପ୍ରକାଶ ଥାଉକି ହାତୀଟି ଟମକା ଅଂଚଳରୁ ଆସି ଅତର୍କିତ ଭାବେ ମୃତକ ଙ୍କ ବାଡ଼ି ଭିତରେ ପଶି ଦିନ ମଜୁରିଆ ବଟକୃଷ୍ଣଙ୍କୁ କଚାଡି ମାରିଦେଇଥିଲା l ଖବର ପାଇ ଗରିବ ସେବା ସଦନର ସଭାପତି ଡକ୍ଟର ଶମ୍ଭୁନାଥ ରାଉତଙ୍କ ସମେତ ଉପଦେଷ୍ଟା ସୁଦର୍ଶନ ସାହୁ, ସଦସ୍ୟ ପ୍ରଦୀପ ସାହୁ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହ ସୁଧୀକ୍ରିୟା ନିମିତ୍ତ କିଛି ସହାୟତା ପ୍ରଦାନ କରିବା ପାଁଇ ପ୍ରତିଶୃତି ଦେଇଥିଲେ |ସେହି କ୍ରମରେ ଆଜି ଗରିବ ସେବା ସଦନ ଶାଳପଡାର ସମସ୍ତ ସଦସ୍ୟ ସଦସ୍ୟା ପୁନର୍ବାର ମୃତକଙ୍କ ପରିବାରକୁ ଭେଟି ଆବଶ୍ୟକୀୟ ରାସନ ସାମଗ୍ରୀ ସହ ପରିବାରର ସମସ୍ତ ସଦସ୍ୟଙ୍କ ପାଁଇ ବସ୍ତ୍ର ଓ ପୋଷାକ ପତ୍ର ପ୍ରଦାନ କରିଥିଲେ |ଭବିଷ୍ୟତରେ ସରକାରଙ୍କ ପାଖରୁ ଆର୍ଥିକ ସହାୟତା ପ୍ରାପ୍ତ ନିମିତ୍ତ କାଗଜାତ ସଂଗ୍ରହ ଓ ମୃତକଙ୍କ ବିଧବା ପତ୍ନୀଙ୍କ ପାଁଇ ବିଧବା ଭତ୍ତା ଆବେଦନ ପାଁଇ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଁଇ ଡକ୍ଟର ରାଉତ ପ୍ରତିଶୃତି ଦେଇଥିଲେ |ଏହି କାର୍ଯ୍ୟକ୍ରମରେ ଗରିବ ସେବା ସଦନର ସଦସ୍ୟ ସଦସ୍ୟା ଯଥା -କୃଷ୍ଣଚନ୍ଦ୍ର ପରିଡା, ରମଣୀ ରଞ୍ଜନ ଚକ୍ର, ମାନସ ଆଚାର୍ଯ୍ୟ, ତପନ ଧୀର, ମନମୋହନ ଶା,ସରୋଜ ବିଶ୍ୱାଳ, ପିତାମ୍ବର ସାହୁ,ପୁଷ୍ପଲତା ମହାନ୍ତି କଲ୍ୟାଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ |