ରଣପୁର…… – ଗତ ବୁଧବାର ରାତି ରେ ହାତୀ ଆକ୍ରମଣରେ ଜଣେ ଯୁବକ ମୃତ ହୋଇଛି ଯୁବକ ଜଣକ ନିଜ ବିଲ କୁ ଫସଲ ଜଗିବାକୁ ଯାଇଥିବା ବେଳେ ଯୁବକ ଙ୍କୁ ଦଳି ମାରିଦେଲା ଦନ୍ତା ହାତୀ l ଏଭଳି ଘଟଣା ଘଟିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବନ୍ଧପଲ୍ଲl ଗ୍ରାମରେ l l ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉକ୍ତ ଗ୍ରାମର କିଛି ଚାଷୀ ଫସଲ ଜଗିବାକୁ ବିଲକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ଜଗବନ୍ଧୁ ଜେନା ନାମକ ଜଣେ ଚାଷୀଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲା l ତେବେ ଗୁରୁତର ଅବସ୍ଥାରେ ରଣପୁର ବନବିଭାଗ ଜଗବନ୍ଧୁଙ୍କୁ ନିକଟସ୍ଥ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ପରେ ଗୁରୁବାର ସକାଳ ସମୟରେ ବନବିଭାଗ ଅପାରଗତା ଙ୍କୁ ନେଇ ଜଗବନ୍ଧୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଗ୍ରାମବାସୀ ଓ ପରିବାର ଲୋକ ରଣପୁର ଥାନା ସମୁଖରେ ଶବ ରଖି ରାସ୍ତା ରୋକକରିଥିଲେ ରଣପୁର ଆଇ ଆଇ ସି ନିହାର ରଞ୍ଜନ ମହାନ୍ତି ଘଟଣା ସ୍ଥଳ ରେ ପହଞ୍ଚି ବୁଝାସୁଝା କରି ରାସ୍ତା ରୋକ କୁ ହଟେଇଥିଲେ ପରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ. ତହସିଲ ଦାର ଇପ୍ସସିତ ମହାନ୍ତି ରଣପୁର ବନବିଭାଗ ଅଧିକାରୀ ଉତ୍ତେଜନା ସ୍ଥଳରେ ପହଞ୍ଚି ଆଲୋଚନ କରି ମୂର୍ତକ ପରିବାରକୁ ଜିଲ୍ଲା ରେଡ଼କ୍ରସ ଫଣ୍ଡ ରୁ ଦଶ ହଜାର ଟଙ୍କା ସହିତ ରାଜ୍ୟ ସରକାର ଙ୍କ ତରଫରୁ ଚାରି ଲକ୍ଷ ଟଙ୍କା ର ର ସରକାରୀ ସହାୟତା ପ୍ରଦାନ କରିବା ନେଇ ପ୍ରତିଶୃତି ଦେବା ସହିତ ମୂର୍ତ ଜଗବନ୍ଧୁ ର ଏକ ମାତ୍ର ପୁତ୍ର କୁ ସରକାରୀ ସାହାଯ୍ୟ ରେ ପାଠ ପଢେଇବା ଏବଂ ତୁରନ୍ତ ହାତୀ ଘୋଡେ଼ଇବା ନେଇ ପ୍ରତିଶୃତି ଦେବା ପରେ ଉତ୍ତେଜନା ଥମିଥିଲେ ତେବେ ଏହି ଘଟଣା ଙ୍କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଥିବା ବେଳେ ବାରମ୍ବାର ହାତୀ ଆକ୍ରମଣରେ ଏନେକ ଲୋକଙ୍କର ଜୀବନ ଯାଉଥିବାବେଳେ ରଣପୁର ବନବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି l
