Odisha news

ପୁଣି ଏକ ଦନ୍ତାହାତୀ ର ମୃତ୍ୟୁ : ତଦନ୍ତ ଓ ବ୍ୟବଛେଦ ରିପୋର୍ଟ ଭିତରେ ଅଟକି ଯାଉଛି ହାତୀ ସୁରକ୍ଷା ବ୍ୟବସ୍ଥା

0
ଭଞ୍ଜନଗର – ଗୋଟିଏ ପରେ ଗୋଟିଏ ବଣୁଆ ହାତୀଙ୍କ ମୃତ୍ୟୁ । ଏବେ ପୁଣି ଆଉ ଗୋଟିଏ । ପିଛା ଛାଡୁନି ହାତୀ ମୃତ୍ୟୁ ଘଟଣା । ଯାହାକି ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ର ତାରାସିଂ ବନାଞ୍ଚଳ ରେ ବୁଧବାର ରାତିରେ ପୁଣି ଏକ ଦନ୍ତାହାତୀ ର ମୃତ୍ୟୁ ହୋଇଛି । ଯାହାକି ଗୁରୁବାର ସକାଳୁ ସକାଳୁ  ,  ତାରସିଂ ସେକ୍ସନ ର ମାଣପୁରୁ  ଗାଁ ନିକଟ ଏକ ପରିବା କ୍ଷେତ ନିକଟରେ ହାତୀ ମୃତ୍ୟୁ ଘଟଣା ପ୍ରଘଟ ହେଲା । ଖବର ପାଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା , ସ୍ଥାନୀୟ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେହିଭଳି ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ପହଞ୍ଚିଥିଲେ । ହାତୀ ମୃତ୍ୟୁ ଘଟଣା କୁ ନେଇ ବିଭାଗୀୟ ଅଧିକାରୀ କହିଛନ୍ତି , ଘଟଣାର ତଦନ୍ତ ଏବଂ ବ୍ୟବଛେଦ ରିପୋର୍ଟ ପରେ ସ୍ପଷ୍ଟ ହେବ । ଏନେଇ ସଂଧ୍ୟା ସୁଦ୍ଧା ଭୁବନେଶ୍ବର ଓୟୁଏଟି ଟିମ୍ ଆସି ପହଞ୍ଚିଥିବା ପରେ  ମୃତ ହାତୀର ବ୍ୟବଛେଦ କରାଯାଇଥିବା ଜଣାପଡ଼ିଛି । ଏବେ ଅପେକ୍ଷା ବ୍ୟବଛେଦ ରିପୋର୍ଟକୁ । ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ପକ୍ଷରୁ ମିଳୁଥିବା ସୂଚନା ପ୍ରକାରେ, ବିଦ୍ୟୁତ  ଆଘାତରୁ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଅତୀତରେ ବାରହା୍ ଶିକାର ପାଇଁ ଦୁର୍ବୃତ୍ତ ମାନେ , ତାର ବିଛାଉଥିବା ଜଣାପଡିଛି । ସେହିଭଳି ବାରହା୍ ଶିକାର ପାଇଁ ଲାଗିଥିବା ବିଦ୍ୟୁତ ତାର ରେ ଛନ୍ଦି ହୋଇ , ଏହି ହାତୀ ର ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।
କିନ୍ତୁ ବନବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କୈାଣସି ସ୍ପଷ୍ଟ କରା ଯାଇନାହିଁ । ବନବିଭାଗ ପକ୍ଷରୁ ପରୋକ୍ଷରେ କୁହାଯାଉଛି , ବାର୍ଦ୍ଧକ୍ୟ ଜନିତ କିମ୍ବା ଅସୁସ୍ଥତା କାରଣରୁ ହାତୀ ଟିର ମୃତ୍ୟୁ ହୋଇଥାଇପାରେ । କିନ୍ତୁ “ଲୁଚିଛି  ନା’ ଗୋଡ଼ ଦି’ ଟା ଦିଶୁଛି” ଢଙ୍ଗରେ ବନ ବିଭାଗ , ଘଟଣାକୁ ଯେତେ ଘୋଡେଇବାକୁ ଚେଷ୍ଟା କଲେ ମଧ୍ୟ, ପାରିପାର୍ଶ୍ବିକ ଅବସ୍ଥା ବୟାନ କରୁଛି ଅନ୍ୟକିଛି । ହାତୀ ମୃତ୍ୟୁ ଘଟଣା ମନୁଷ୍ୟକୃତ ବୋଲି ସ୍ପଷ୍ଟ ବାରିହୋଇ ପଡୁଛି । କାହିଁକି ନା , ଘଟଣା ସ୍ଥଳର କିଛି ସନ୍ଦେହ ପୂର୍ଣ୍ଣ ଚିହ୍ନକୁ , ନିଶ୍ଚିନ୍ନ କରିବାର ପ୍ରୟାସ ,  ବିଭାଗୀୟ କର୍ମଚାରୀଙ୍କ ଗୋପନ-ବିଚାର  , ଟୁପୁରୁ-ଟାପୁରୁ କଥା ସବୁ ସନ୍ଦେହ ବଢାଇଛି । ଏପରିକି ବିଦ୍ୟୁତ୍ ଆଘାତ ଜନିତ କାରଣକୁ ଏଡ଼ାଇବା ପାଇଁ ଭିନ୍ନ ରୂପ ଦିଆଯାଉଥିବା ବେଳେ , ବିଦ୍ୟୁତ ବିଭାଗ ଅଧିକାରୀ ଏବଂ କର୍ମଚାରୀ ଙ୍କ ଉପସ୍ଥିତି ହଁ ସନ୍ଦେହକୁ ଅଧିକ ଘନୀଭୂତ କରୁଛି । ଅନ୍ୟପକ୍ଷରେ  ଏଲିଫେଣ୍ଟ୍ ଟ୍ରାକିଂ ବ୍ୟବସ୍ଥା ଥିବା ସତ୍ବେ , ସ୍ଥାନୀୟ ଅଞ୍ଚଳରେ ହାତୀର ଉପସ୍ଥିତି କୁ ବନକର୍ମଚାରୀ ମାନେ କିଭଳି ଜାଣି ପାରିଲେ ନାହିଁ , ତାହା ଆଉଏକ ବଡ଼ ପ୍ରଶ୍ନ ହୋଇଛି । ଗତ କିଛି ମାସ ହେଲା , ଏହି ବନଖଣ୍ଡରେ ୩ ଟି ହାତୀ ଙ୍କ ମୃତ୍ୟୁ ହୋଇସାରିଲାଣି । ଅତୀତର ଘଟଣା ଯଦିଓ ଭିନ୍ନ ପ୍ରକାର , ତଥାପି ବାରମ୍ବାର ହାତୀ ମୃତ୍ୟୁ ଘଟଣା ଘଟୁଥିଲେ ମଧ୍ୟ , ବନବିଭାଗ ଏହାର ସ୍ଥାୟୀ ପ୍ରତିକାର କାହିଁକି କରୁନି ତାହା ଆଉଏକ ପ୍ରଶ୍ନ ହୋଇଛି । ହାତୀ ମୃତ୍ୟୁ ଘଟଣାରେ , ମୃତ ହାତୀର ଦାନ୍ତ ଜବତ , ଅଭିଯୁକ୍ତ ଙ୍କୁ ଗିରଫ , ଏବଂ ତଳିଆ ବନକର୍ମଚାରୀ ଙ୍କୁ ନିଲମ୍ବନ କରି କାମ ସାରିଦେବି ବନବିଭାଗ । ହେଲେ ହୀତୀ ମୃତ୍ୟୁ ଘଟଣା ରୋକିବାରେ ଗୁରୁତ୍ବ କାହିଁକି ଦିଆଯାଉନାହିଁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଏବଂ ସମାଜସେବୀ ମାନେ ଏବେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ଏପରିକି ବନବିଭାଗ ର ଏଭଳି ଆଚରଣ ଏବଂ ହାତୀ ମୃତ୍ୟୁ ଘଟଣା ପ୍ରତିବାଦରେ , ଏକ ବଡ଼ ଧରଣର ଆନ୍ଦୋଳନ କରିବାପାଇଁ ଏକ ସଂଗଠନ ସଜବାଜ ହେଉଥିବା , ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।
Nalco
Leave A Reply