ଆଘାତପ୍ରାପ୍ତ, ଅସୁସ୍ଥ ଓ ପରିଣତ ବୟସ୍କ ହାତୀମାନଙ୍କ ଯନô ନେଉଛି ଗୁଜରାଟର ରାଧେ କ୍ରିଷ୍ଣ ମନ୍ଦିର ହସ୍ତୀ କଲ୍ୟାଣ ଟ୍ରଷ୍ଟ
ରାଧେ କ୍ରିଷ୍ଣ ମନ୍ଦିର ହସ୍ତୀ କଲ୍ୟାଣ ଟ୍ରଷ୍ଟ (ଆରକେଟିଇଡବ୍ଲୁ୍ୟଟି) ଗୁଜରାଟ ଚାରିଟେବଲ ଟ୍ରଷ୍ଟ ଆଇନ, ୧୯୫୦ ଅଧୀନରେ ପଞ୍ଜିକୃତ ଏକ ପବ୍ଲିକ ଚାରିଟେବଲ ଟ୍ରଷ୍ଟ । ଏହି ଟ୍ରଷ୍ଟର ଉଦେ୍ଦଶ୍ୟ ହେଉଛି ଆଶ୍ରୟ ସ୍ଥଳୀ ସ୍ଥାପନ ଏବଂ ଉଦ୍ଧାର କରାଯାଉଥିବା, ଆଘାତପ୍ରାପ୍ତ, ଅସୁସ୍ଥ, ପରିଣତ ବୟସରେ ପହଞ୍ଚିଥିବା, ମାନବ-ପ୍ରାଣୀ ସଂଘର୍ଷର ଶିକାର ହୋଇଥିବା, ମାନବୀୟ ଅପବ୍ୟବହାର ଶିକାର ହୋଇଥିବା ଅଥବା ପରିତ୍ୟକ୍ତ ଭାବରେ ଛାଡି ଦିଆଯାଇଥିବା ପ୍ରାଣୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଯୋଗାଇଦେଇ ପ୍ରାଣୀଙ୍କର କଲ୍ୟାଣକୁ ପ୍ରୋତ୍ସାହିତ କରିବା ।
ଦାତାମାନଙ୍କ ନିକଟରୁ ଏହି ଟ୍ରଷ୍ଟକୁ ଅନେକ ହାତୀ ମିଳିଛି, ଯେପରିକି ସର୍କସ, ମନ୍ଦିର ଏବଂ ବ୍ୟକ୍ତିବିଶେଷଙ୍କ ନିକଟରେ ଥିବା ହାତୀ, ଯେଉଁମାନଙ୍କ ନିକଟରେ ହାତୀଙ୍କର ଯନô ନେବାକୁ ଆର୍ଥିକ ସମ୍ବଳ ନାହିଁ । ହାତୀମାନଙ୍କୁ ଯନô ଯୋଗାଇଦେବା ସହିତ ଏହି ଟ୍ରଷ୍ଟ ମାହୁନ୍ତ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ଉତ୍ତମ ଜୀବନ ଯାପନ ସୁବିଧା ଯୋଗାଇ ଦେଉଛି, ଯେଉଁମାନେ ହାତୀମାନଙ୍କ ସହିତ ଆସିଥିଲେ ।
ହାତୀ ଦାନ କରିବା ଏବଂ ସେମାନଙ୍କୁ ରାଜ୍ୟ ମଧ୍ୟରେ ଆରକେଟିଇଡବ୍ଲୁ୍ୟଟିକୁ ହସ୍ତାନ୍ତର କରିବା ଅଥବା ଆନ୍ତଃରାଜ୍ୟ ସ୍ଥାନାନ୍ତରଣ ନିମନ୍ତେ ଅନୁଦାନ ଯୋଗାଇବା ନିମନ୍ତେ ଅନୁରୋଧ ସକାଶେ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ ଅଧୀନରେ ରହିଥିବା ବ୍ୟବସ୍ଥା ମୁତାବକ ସମସ୍ତ କାଗଜପତ୍ର ହାତୀ ଦାତାମାନଙ୍କ ନିମନ୍ତେ ଉପଲବ୍ଧ ରହିଛି ।
ହାତୀ ଦାନ କରାଯାଉଥିବା ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ (ସିଡବ୍ଲୁଏଲଡବ୍ଲୁ୍ୟ) ପ୍ରତ୍ୟେକଟି ସ୍ଥାନାନ୍ତରଣ ନିମନ୍ତେ ସିଡବ୍ଲୁ୍ୟଏଲଡବ୍ଲୁ୍ୟ, ଗୁଜରାଟ ନିକଟରୁ ଆପତ୍ତି ନଥିବା ପ୍ରମାଣପତ୍ର (ଏନ୍ଓସି) ପ୍ରତ୍ୟକ୍ଷ ଭାବରେ ଲୋଡିଥାନ୍ତି । ସିଡବ୍ଲୁ୍ୟଏଲଡବ୍ଲୁ୍ୟ, ଗୁଜରାଟଙ୍କ ନିକଟରୁ ଏନ୍ଓସି ପ୍ରାପ୍ତ ହେବାପରେ ସଂପୃ୍କତ ରାଜ୍ୟର ସିଡବ୍ଲୁ୍ୟଏଲଡବ୍ଲୁ୍ୟଙ୍କ ପକ୍ଷରୁ ହାତୀ ପରିବହନ ନିମନ୍ତେ ଦାତାଙ୍କୁ ଅନୁମତି ପତ୍ର ଜାରି କରାଯାଇଥାଏ ।
କୋଣସି କ୍ଷେତ୍ରରେ ଟ୍ରଷ୍ଟ ଜଙ୍ଗଲ ବିଭାଗ ନିକଟରୁ ଅନୁମତି ହାସଲ କରିବାରେ ସଂପୃକ୍ତ ନଥାଏ । ତେବେ ହାତୀର ମାଲିକ ଯେତେବେଳେ ପରିବହନ ଖର୍ଚ୍ଚ ବହନ କରିବାକୁ ଅସମର୍ଥ ହୁଅନ୍ତି ଅଥବା ତାଙ୍କ ନିକଟରେ ହାତୀ ପରିବହନ ସକାଶେ ଲୋକବଳ ଏବଂ ସମ୍ବଳ ନଥାଏ ସେକ୍ଷେତ୍ରରେ ଟ୍ରଷ୍ଟ ପ୍ରାଣୀଙ୍କର ପରିବହନ ନିମନ୍ତେ ସହାୟତା ଯୋଗାଇ ଦେଇଥାଏ ।
ଟ୍ରଷ୍ଟ ପକ୍ଷରୁ ହାତୀଙ୍କର କଲ୍ୟାଣ ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା କରାଯାଇଥାଏ । ଟ୍ରଷ୍ଟ ପକ୍ଷରୁ କରାଯାଉଥିବା କାର୍ଯ୍ୟ ସମ୍ଭବତଃ ଭାରତରେ ଏହି ଧରଣର ଏକମାତ୍ର ଅଟେ, ଯାହାକୁ ସମ୍ମାନନୀୟ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ନିକଟରେ ପ୍ରଶଂସା କରିଛନ୍ତି ।
