Odisha news

ମୟୂରଭଞ୍ଜରେ ଥମୁନି ହାତୀ ଉପଦ୍ରବ, ପୁଣି ଚାଲିଗଲା ୨ ଜୀବନ : ହାତୀଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଚଢିଗଲେ ମୋବାଇଲ୍ ଟାୱାରର

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାରେ ହାତୀପଲର ଭୟ ଥମିବାର ନାମ ନେଉନାହିଁ । ଜିଲ୍ଲାର ବିଭିନ୍ନ ପ୍ରାନ୍ତଃରେ ହାତୀପଲ ଗୁଡିକ ଏଣେ ତେଣେ ବିଚରଣ କରି ଧନଜୀବନ ନଷ୍ଟ କରୁଛନ୍ତି । ଗୋଟିଏ ପରେ ଗୋଟିଏ ନୀରିହ ଜୀବନ ହାତୀ ଆକ୍ରମଣ ଦ୍ୱାରା ଟଳି ପଡୁଛନ୍ତି । କିଛିଦିନ ହେବ ହାତୀପଲ ଗୁଡିକ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥିବାବେଳେ ବନବିଭାଗ ପକ୍ଷରୁ ସେମାନଙ୍କୁ ଘୋଉଡାଇବାରେ ଆଖିଦୃଶିଆ ସଫଳତା ପାଉନଥିବା ଦେଖାଦେଇଛି । ବନବିଭାଗର ସଠିକ୍ କାର୍ଯ୍ୟ ପ୍ରଣୟନ ବା ହାତୀ ଘଉଡାଇବା ପାଇଁ ବନବିଭାଗ କର୍ମଚାରୀଙ୍କର ଯଥେଷ୍ଟ ଅଭାବ ତଥା ଲୋକମାନଙ୍କୁ ସଠିକ୍ ଭାବରେ ସଚେତନ କରେଇ ପାରୁନଥିବାରୁ ଜୀବନ ହାନୀ ଘଟୁଛି । ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ତଥା ବାଙ୍ଗିରିପୋଷି ବନାଞ୍ଚଳରେ ରବିବାର ରାତିରେ ପୁଣି ହାତୀ ଆକ୍ରମଣରେ ଦୁଇଜଣଙ୍କ ଶୋଚନୀୟ ମୃତୁ୍ୟ ହୋଇଛି । ଏପରିକି ହାତୀଦାଉରୁ ରକ୍ଷା ପାଇବା ପାଇଁ ନୀରିହ ଲୋକମାନେ ମୋବାଇଲ୍ ଟାୱାର ଉପରେ ଉଠି ଆଶ୍ରୟ ନେଉଛନ୍ତି ।

ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଜୋକା ପଞ୍ଚାୟତରେ ୪ଦିନ ହେଲା ୭୦ରୁ ଉଦ୍ଧ୍ୱର୍ ଝାଡଖଣ୍ଡୀ ହାତୀପଲ ପ୍ରବେଶ କରିଥିବାବେଳେ ସେମାନଙ୍କୁ ଘଉଡାଇବାକୁ ନୟାନ୍ତ ହେବାକୁ ପଡିଛି । ତେବେ ହାତୀପଲ ଲୋକଙ୍କ ଚାଷଜମି ଓ ଘରଭାଙ୍ଗି ନଷ୍ଟ କରୁଥିବାବେଳେ ସାରସକଣା ବ୍ଲକ ଅନ୍ତର୍ଗତ ଦିଗାରିଶୋଳ ଗ୍ରାମରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟ ହୋଇଛି । ମୃତକ ଦିଗାରିଶୋଳ ଗ୍ରାମର ୫୫ବର୍ଷୀୟ ବୃଦ୍ଧା ଫୁଲମଣି ମୁଣ୍ଡା ଓ ୩୮ ବର୍ଷୀୟ ଯୁବକ ବୁଦ୍ଧିଆ ମୁଣ୍ଡା । ରବିବାର ରାତିରେ ଗ୍ରାମ ଭିତରକୁ ୭୦ରୁ ଅଧିକ ଝାଡଖଣ୍ଡୀ ହାତୀପଲ ପଶି ଆସି ଅନେକ ଘର ଭାଙ୍ଗିବା ସହ ଧାନ, ଚାଉଳ, ହାଣ୍ଡିଆ ଖାଇ ଉପଦ୍ରବ କରିବା ଦେଖିବାକୁ ମିଳିଛି । ଫୁଲମଣୀ ମୁଣ୍ଡା ଘରେ ଶୋଇଥିବାବେଳେ ହାତୀ ତାଙ୍କ ଘର ଉପରକୁ ଆକ୍ରମଣ କରିଥିଲା । ଫଳରେ କାନ୍ଥ ପଡିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ସେହିଭଳି ବୃଦ୍ଧିଆ ମୁଣ୍ଡା ହାତୀପଲ ହାବୁଡରେ ପଡି ଯାଇଥିବାବେଳେ ହାତୀ ତାଙ୍କୁ ଦଳି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୋ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Nalco
Leave A Reply