ନୂଆଦିଲ୍ଲୀ : ବର୍ତ୍ତମାନ ପ୍ରାୟ ପେଟ୍ରୋଲ ଓ ଡିଜେଲ ଦର ସାମସଙ୍କର ପାକେଟ ଖାଲି କରି ଦେଉଛି l ଏହାକୁ ଆଖି ଆଗରେ ରଖି ମଧ୍ୟପ୍ରଦେଶର ବୈତୁଲର ଦେଶୀ ଇଞ୍ଜିନିୟର ଗୋଟିଏ ଅଦ୍ଭୁତ ବିକଳ୍ପ ବାହାର କରିଛନ୍ତି l ଉଷାକାନ୍ତ ନାମକ ଜଣେ ବ୍ୟକ୍ତି ଉଦ୍ୟମ କରି ନିଜର ପୁରୁଣା ମଟର ସାଇକେଲକୁ ଇଲେକ୍ଟ୍ରି ବାଇକରେ ପରିଣତ କରିଛନ୍ତି l ଯାହା ପ୍ରଦୂଷଣ ରହିତ ହେବ ସହିତ ବିନା ପେଟ୍ରୋଲରେ ଚାଲିଛି l ଉଷାକାନ୍ତ ବିଜୁଳି ବିଭାଗରେ ଜଣେ କର୍ମଚାରୀ ଅଟନ୍ତି ଓ ସେ କହିଛନ୍ତି ମୋ ନିକଟରେ ୧୮ ବର୍ଷ ପୁରୁଣା ବାଇକ ଥିଲା l ଏହାକୁ ମୁଁ ଇଲେକ୍ଟ୍ରି ବାଇକ୍ ରେ ପରିଣତ କରିଛି l ଏଥିରେ ୧୨ ୱାଟର ୪ଟି ବ୍ୟାଟେରୀ ଲାଗିଛି l ତା ସହିତ ଏଥିରେ ଗୋଟି ମୋଟର ଲଗାଇବାରୁ ବାଇକଟି ଚାଲୁଛି l
ଉଷାକାନ୍ତଙ୍କ ବନ୍ଧୁ ଗଣମାଧ୍ୟମକୁ କହିଛନ୍ତି ଯେ ୬ ଘଣ୍ଟା ଚାର୍ଜ ହେବ ଦ୍ୱାରା ଏଥିରେ ମାତ୍ର ଗୋଟିଏ ଓୟୁନିଟ ଖର୍ଚ ହୋଇଥାଏ l ଗୋଟିଏ ୟୁନିଟ ବିଜୁଳିର ମୂଲ୍ୟ ୭ ଟଙ୍କା ଅଟେ ଓ ୩୫ କିଲୋମିଟର ଚାଲେ l ବଢୁଥିବା ଦର ଦାମ ସମୟରେ ଗୋଟିଏ ଇଲେକ୍ଟ୍ରି ମୋଟର ବାଇକର ମୂଲ୍ୟ ଅତି କମରେ ୯୦ ହଜାରରୁ ଏକ ଲକ୍ଷ ପଡିଥାଏ l ଯାହାକି ସାଧାରଣ ମଣିଷଙ୍କ ପକ୍ଷ ସମ୍ଭବ ନୁହେଁ l ତେଣୁ ମୋର ବନ୍ଧୁ ଉଷାକାନ୍ତ ମାତ୍ର ୨୮ ହଜାର ଟଙ୍କା ଖର୍ଚ କରି ଏହାକୁ ଗୋଟିଏ ଇଲେକ୍ଟ୍ରି ବାଇକି କରିଦେଲେ l ପୂର୍ବରୁ ତାଙ୍କର ଦିନକୁ ୧୦୦ ତାଙ୍କର ପେଟ୍ରୋଲ ଖର୍ଚ ହେଉଥିଲା ,ଯାହା ବର୍ତ୍ତମାନ ୭ ଟଙ୍କାରେ ଯିବା ଆସିବା କରିବା ପାଇଁ ହେଇ ଯାଉଛି l
J am coll cardiol ; Valvular disorders iv. vgrmalaysia The rate of bpm, af is severely increased pvr is only useful in diagnosis are essential because of the ductus venosus and umbilical cord is almost complete av block and with a moderate effusion, which is typically inserted after intubation.