Odisha news

ମତଦାନରେ ବିଜୟ ପରେ କିପରି ହୋଇଥାଏ ନୂଆ ସରକାର ଗଠନ

0

ବର୍ତମାନ ସାରା ଭାରତର ନଜର ରହିଛି ରାଜଧାନୀ ଦିଲ୍ଲୀ ଉପରେ, ବିଜେପି ବିପୁଳ ବିଜୟ ହାସଲ କରି ଗଢିବାକୁ ଯାଉଛି ନୂତନ ସରକାର, ୨୦୨୫ ବିଧାନସଭା ମତଦାନ ରେ ଭାରତୀୟ ଜନତା ପାର୍ଟି ଐତିହାସିକ ବିଜ୍ଞ ହାସଲ କରିଛି l ବିଜେପି ସମୁଦାୟ ୪୮ ସିଟ ଉପରେ ବିଜୟ ହାସଲ କରିଛି, ଅନ୍ୟ ପକ୍ଷରେ ୨ଟି ଟର୍ମ ରେ ଶାସନ କରି ଆସୁଥିବା ଆମ ଆଦମୀ ପାର୍ଟି କୁ ମିଳିଛି ମାତ୍ର ୨୨ ଟି ସିଟ, କିନ୍ତୁ ଅନ୍ୟ ପକ୍ଷରେ ସବୁଠୁ ଆଶ୍ଚର୍ଯ୍ୟ କର ଘଟଣା ହେଉଛି ଯେ ୭୦ ଟି ଆସନ ଥିବା ବିଧାନସଭା ମତଦାନ ରେ କଂଗ୍ରେସ ଖାତା ମଧ୍ୟ ଖୋଲି ପାରିଲା ନାହିଁ, ଅନ୍ୟ ପକ୍ଷରେ ଆପ ସୁପ୍ରିମୋ କେଜ୍ରିୱାଲ ଙ୍କ ସମେତ ଅନେକ ନେତା ଏହି ବିଧାସଭା ମତଦାନ ରେ ହାରି ମଧ୍ୟ ଯାଇଛନ୍ତି l

କିନ୍ତୁ ଆପଣ କଣ ଜାଣିଛନ୍ତି କି କୌଣସି ରାଜ୍ୟରେ ମତଦାନ ରେ ବିଜୟୀ ହୋଇଥିବା ଦଳ କିପରି ସରକାର ଗଢିଥାଏ ? ଆଜି ଆମେ ସେହି ବିଷୟରେ ଜାଣିବା l

ଦିଲ୍ଲୀ ରେ ନୂଆ ସରକାର ଗଢିବାର ପ୍ରକ୍ରିୟା ମୁଖ୍ୟମନ୍ତ୍ରୀ ଅତିଶି ଙ୍କ ଇସ୍ତଫା ରୁ ଆରମ୍ଭ ହେବ , ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ୯ ତାରିଖ ଦିନ ଦିଲ୍ଲୀ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶି ଉପରାଜ୍ୟପାଳ ଙ୍କୁ ନିଜର ଇସ୍ତଫା ପତ୍ର ଦେଇଥିଲେ, ସୂଚନା ଯୋଗ୍ୟ ଯେ ଆପ ର ବଡ଼ ବଡ଼ ନେତା ଙ୍କ ମଧ୍ୟରେ କେବଳ ଅତିଶି ଙ୍କ ସିଟ ସୁରକ୍ଷିତ ରହିଥିଲା l

ଦ୍ଵିତୀୟ ପର୍ଯ୍ୟାୟ ରେ ଯେଉଁ ଦଳ ବିଜୟ ହାସଲ କରିଥିବ ସେ ଦିଲ୍ଲୀ ରେ ସରକାର କରିବା ପାଇଁ ଯୋଗ୍ୟ , ଅର୍ଥାତ ଭାରତୀୟ ଜନତା ପାର୍ଟି ଦିଲ୍ଲୀ ରେ ସରକାର ଗଠନ କରିବ l ସେଥିପାଇଁ ବିଜୟ ଲାଭ କରିଥିବା ଦଳ ପାର୍ଟି ର ଅନ୍ୟ ସଦସ୍ୟ ଙ୍କ ସହିତ ପରାମର୍ଶ କରି ନିଜର ମୁଖ୍ୟମନ୍ତ୍ରୀ ପାର୍ଥ ଚୟନ କରିବ l  ଏବଂ ଉପରାଜ୍ୟପାଳ ଙ୍କୁ ସାକ୍ଷାତ କରିବ l ସାକ୍ଷାତ ସମୟ ରେ ଦିଲ୍ଲୀ ର ଆଗାମୀ ମୁଖ୍ୟମନ୍ତ୍ରୀ ୪୮ ବିଧାୟକ ଙ୍କ ସମର୍ଥନ ସହିତ ସମର୍ଥଂ ପତ୍ର ଉପରାଜ୍ୟପାଳ ଙ୍କୁ ହସ୍ତାନ୍ତର କରିବ l ଏବଂ ଏହାପରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ବିଜେପି କୁ ସରକାର ଗଢିବା ପାଇଁ ଆଦେଶ ଦେବେ l

ତୃତୀୟ ପର୍ଯ୍ୟାୟ ରେ ନୂଆ ସରକାର ଗଠନ ପାଇଁ ଶପଥ ଗ୍ରହଣ ସମାରୋହ ତାରିଖ ଘୋଷଣା କରାଯିବ, ଏବଂ ଏହାପରେ ନୂଆ ସରକାର ର ଗଠନ ହେବ, ଅନ୍ୟ ପକ୍ଷରେ ଶପଥ ଗ୍ରହଣ ସମୟ ରେ ଦିଲ୍ଲୀ ର ନୂଆ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଅନ୍ୟ ମନ୍ତ୍ରୀ ମାନେ ଶପଥ ନେବେ  , ଏବଂ ଏହାପରେ ନୂଆ ସରକାର ର କାର୍ଯ୍ୟକାଳ ଆରମ୍ଭ ହେବ l

Leave A Reply