Odisha news

ପ୍ରଚାର ଅଭିଯାନରେ ସୂରଜ

0

ଅସୁରାଳି,ତା୧୨/୧୦ : ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଦିନକୁ ଦିନ ରାଜନୈତିକ ବାତାବରଣ ଉଷ୍ମ ହେଉଛି । ଗତକାଲି ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ତାଙ୍କର ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ସୂର୍ଯ୍ୟବଂଶୀ ସୂରଜ ଆଜି ଧାମନଗର ବ୍ଳକର ଅସୁରାଳି ଅଂଚଳରେ ତାଙ୍କର ଲୋକ ସମ୍ପର୍କ ଅଭିଯାନ ଆରମ୍ଭ କରିଥିବା ଦେଖା ଯାଇଛି । ବିଜେପି ପ୍ରାର୍ଥୀ ବୁଧବାର ଅପରାହ୍ନରେ ସ୍ଥାନୀୟ ଅଂଚଳର ବରିଷ୍ଠ ନାଗରିକ, ଶିକ୍ଷାବିତ୍, ସମାଜସେବୀ ଆଦିଙ୍କୁ ଭେଟି ତାଙ୍କ ପ୍ରତି ସମର୍ଥନ ଜଣାଇବାକୁ ଅନୁରୋଧ କରିଥିଲେ । ଏଥିସହିତ ସେ ଅନେକ ଯୁବଗୋଷ୍ଠୀ ଏବଂ ନିଜ ଦଳର ପୁରୁଖା କର୍ମୀ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଭେଟିଥିଲେ । ଏହି ଅବସରରେ ସୂରଜ ଦଳୀୟ କର୍ମୀଙ୍କ ଘରେ ଭୋଜନ କରି ସେମାନଙ୍କ ମଧ୍ୟରେ ଉତ୍ସାହ ଏବଂ ଆତ୍ମିୟତା ସୃଷ୍ଟି କରିଥିଲେ । ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟକ୍ରମରେ ବହୁସଂଖ୍ୟକ ସମର୍ଥକଙ୍କ ସହ ଅଜୟ କୁମାର ବଳ, ରାଜେନ୍ଦ୍ର ସାହୁ, ବୁଦ୍ଧଦେବ ଜେନା,ପ୍ରଦୀପ ବଳ, ବୈକୁଣ୍ଠ ନାଥ ସାହୁ, ସୂରଜ ସାହୁ, କ୍ଷିରୋଦ ସ୍ୱାଇଁ, ରଜତ ଲେଙ୍କା, ନିହାର ଦାସ, ନରେନ୍ଦ୍ର ରାଉତ,ପ୍ରତାପ ନାଥ, ଅଶୋକ ରାଉତ, ଦେବାଶିଷ ମଲ୍ଲିକ,ସନ୍ତୋଷ ସାହୁ, ଅଜୟ କୁମାର ବାରିକ, ନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ

Nalco
Leave A Reply