Odisha news

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ : ଓଡ଼ିଶାରେ ଖାଲିପଡ଼ିଥିବା ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ

0

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଆସନ୍ତା ଜୁନ୍‌ ୧୦ ତାରିଖରେ ରାଜ୍ୟରେ ଖାଲିପଡ଼ିଥିବା ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମେ’ ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀ ମେ’ ୩୧ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ କରିପାରିବେ। ଜୁନ୍‌ ୩ ତାରିଖ ସୁଦ୍ଧା ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରି‌ପାରିବେ। ସୂଚନାଯୋଗ୍ୟ, ରାଜ୍ୟସଭା ସାଂସଦ  ଏନ୍‌ ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରୁଥିବାରୁ ଏହି ୩ଟି ଆସନ ଲାଗି ନିର୍ବାଚନ ହେଉଛି।

ନିର୍ବାଚନ କମିସନ ଗୁରୁବାର ସୂଚନା ଦେଇଛନ୍ତି ଯେ, ଓଡ଼ିଶା ସମେତ ହରିୟାଣା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ବିହାର, ଉତ୍ତରାଖଣ୍ଡ, ରାଜସ୍ଥାନ, ପଂଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଦି ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ପାଇଁ ଜୁନ୍‌ ୧୦ ତାରିଖରେ ନିର୍ବାଚନ ହେବ। ବିଜେପିର ନିର୍ମଳା ସୀତାରମଣ ଓ କଂଗ୍ରେସର ପି ଚିଦାମ୍ବରମଙ୍କ ସ୍ଥାନ ମଧ୍ୟ ଖାଲି ହେଉଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୧୧ଟି ଓ ମହାରାଷ୍ଟ୍ର-ତାମିଲନାଡୁରେ ୬-୬ଟି ଆସନରେ ନିର୍ବାଚନ ହେବ।

ଯେଉଁ ୫୭ ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି ସେମାନଙ୍କ ମଧ୍ୟରେ ମୁଖ୍‌ତାର ନକଭୀ, ଗୋପାଳ ନାରାୟଣ ସିଂହ, ମୀସା ଭାରତୀ, ଶରଦ ଯାଦବ (ପରଲୋକ ପରେ ଖାଲି), ରେବତୀ ରମନ ସିଂହ, ସୁଖରାମ ସିଂହ, କପିଲ ସିବଲ, ସୀତଶ ଚନ୍ଦ୍ର ମିଶ୍ରା, ସଂଜୟ ସେଠ, ସୁରେନ୍ଦ୍ର ସିଂହ ନାଗର, ଅମ୍ବିକା ସୋନୀ, ପି. ଚିଦାମ୍ବରମ, ପ୍ରଫୁଲ୍ଲ ପଟେଲ, ସଂଜୟ ରାଉତ, ପୀୟୁଷ ଗୋୟଲ, ଜୟରାମ ରମେଶ, ଓସ୍କାର ଫର୍ଣ୍ଣାଡିଜ୍‌ (ପରଲୋକ ପରେ ଖାଲି) ଓ ନିର୍ମଳା ସୀତାରମଣଙ୍କ ଭଳି ଜଣାଶୁଣା ନେତା ରହିଛନ୍ତି।

IEC 2 years
Leave A Reply