Odisha news

ଆଜି ହେଉଛି ଗୁରୁବାର ଓ ଜଳକ୍ରୀଡା ଏକାଦଶୀ, ଘଟୁଛି ବିଶେଷ ଯୋଗ: ଘରର ସୁଖସମୃଦ୍ଧି ପାଇଁ କରନ୍ତୁ ଏହି ମନ୍ତ୍ର ପାଠ

0

ଜ୍ୟେଷ୍ଠମାସ କୃଷ୍ଣପକ୍ଷ ର ଏକାଦଶୀ ତିଥି କୁ ଜଳକ୍ରୀଡା ଏକାଦଶୀ କୁହାଯାଇ ଥାଏ l ଚଳିତ ଥର ଏହା ଗୁରୁବାର ଦିନ ପଡୁଥିବା କାରଣରୁ ଏହାର ଅନେକ ମହତ୍ୱ ରହିଛି l ମାନ୍ୟତା ଅନୁସାରେ ଏହିଦିନ ଲକ୍ଷ୍ମୀ ଓ ବିଷ୍ନୁ ଙ୍କୁ ମିଳିତ ଭାବରେ ପୂଜା କରିବା ଦ୍ୱାରା ସମସ୍ତ ପାପ ରୁ ମୁକ୍ତି ମିଳିଥାଏ ଓ ବ୍ୟକ୍ତିର ଇଛା ପୂରଣ ହୋଇଥାଏ l ଏହି ଦିନ ଗଙ୍ଗା ସ୍ନାନ ସହିତ ଦାନ ଧର୍ମର ମଧ୍ୟ ଅନେକ ମହତ୍ୱ ରହିଛି l

* ଗୁରୁବାର ଏକାଦଶୀ ଦିନଟି ହିନ୍ଦୁ ଧର୍ମରେ ଅନେକ ମହତ୍ୱ ରଖିଥାଏ l ତେଣୁ ଏହିଦିନ ବିଷ୍ଣୁ ପୂଜନ ସହିତ ବିଷ୍ନୁ ସହସ୍ର ନାମ ପାଠ କରିବା ଦ୍ୱାରା ସମସ୍ତ ପାପ ରୁ ମୁକ୍ତି ମିଳିଥାଏ l ତା ସହିତ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ l

* ଜଳକ୍ରୀଡା ଏକାଦଶୀ ଗୁରୁବାରରେ ଅନୁଷ୍ଠିତ ହେଉଥିବା କାରଣରୁ ଓସ୍ତ ବୃକ୍ଷ କୁ ପୂଜା କରିବାର ଅନେକ ମହତ୍ୱ ରହିଛି l ଏହାଦ୍ୱାରା ପିତୃ ପୁରୁଷ ଶାନ୍ତି ପାଇ ଥାଆନ୍ତି ଓ ଜୀବନରେ ସଫଳତା ଲାଭ ହୋଇଥାଏ l

* ଏକାଦଶୀ ଗୁରୁବାର ଦିନ ଲକ୍ଷ୍ମୀ ବିଷ୍ନୁ ଙ୍କୁ ମିଳିତ ଭାବରେ ପୂଜା କରାଯାଇ ଥାଏ ଓ ଏହା ସେହିଁ ଏହି ମନ୍ତ୍ର ‘ଓଂ ନମଃ ଭଗବତେ ବାସୁଦେବାୟ ‘ ୧୦୮ ଥର ଜପ କରିବା ଦ୍ୱାରା ଋଣ ବହାରରୁ ମୁକରି ମିଳିଥାଏ l

* ଏକାଦଶୀ ଗୁରୁବାରରେ ବିଷ୍ନୁ ଙ୍କୁ ଶଙ୍ଖରେ ନିହାତି ଅଭିଷେକ କରାନ୍ତୁ ଓ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ l ଏହାଦ୍ୱାରା ସେ ଖୁବ ଶୀଘ୍ର ସନ୍ତୁଷ୍ଟ ହୋଇ ଆଶୀର୍ବାଦ ପ୍ରଦାନ କରନ୍ତି l ଏହି ଜଳାଭିଷେକ ରେ ଗୋଟିଏ ତୁଳସୀ ପତ୍ର ନିହାତି ଅର୍ପଣ କରନ୍ତୁ l

* ଗୁରୁବାର ଦିନ ଯଦି ଏକାଦଶୀ ପଡୁଛି ତେବେ ଆଦୌ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ l ଏହିଦିନ ତୁଳସୀ ଏକାଦଶୀ ରେ ଉପବାସ କରି ଥାଆନ୍ତି l ଏହିଦିନ ତୁଳସୀ ଙ୍କୁ ବିଶେଷ ଭାବରେ ପୂଜା କରାଯାଏ ଓ ହଳଦିଆ ବସ୍ତ୍ର ଅର୍ପଣ କରାଯାଇ ଥାଏ l ଯାହା ଦ୍ୱାରା ତୁଳସୀ ସନ୍ତୁଷ୍ଟ ହୋଇ ନାରୀ ମାନଙ୍କୁ ଅହ୍ୟ ସୁଲକ୍ଷଣୀ ବର ପ୍ରଦାନ କରନ୍ତି l

* ଏକାଦଶୀ ଗୁରୁବାରରେ ପଡୁଥିଲେ ଉଭୟ ସ୍ୱାମୀସ୍ତ୍ରୀ ଉପବାସ ବ୍ରତ କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ l

Leave A Reply