ଗୋଟିଏ ବର୍ଷରେ ୧୨ ମାସ ଓ ଏହି ୧୨ ମାସରେ ୨୪ ଟି ଏକାଦଶୀ ପଡିଥାଏ l ଏଥି ମଧ୍ୟରୁ ନିର୍ଜଳା ଏକାଦଶୀ ସର୍ବଶ୍ରେଷ୍ଠ ଅଟେ l ଏହିଦିନ ବ୍ରତ ଓ ପୂଜା କରିବା ଦ୍ୱାରା ୨୪ ଟି ଏକାଦଶୀ ସମାନ ଫଳ ପ୍ରାପ୍ତି ହୋଇଥାଏ l ଚଳିତ ଥର ନିର୍ଜଳା ଏକାଦଶୀ ମଈ ୩୧ ତାରିଖ ଦିନ ଅନୁଷ୍ଠିତ ହେବ l ଆଜି ଆସନ୍ତୁ ଜାଣିବା ବର୍ଷର ସବୁଠୁ ବଡ଼ ଏକାଦଶୀ ରେ କେଉଁସବୁ ଭୁଲ କରିବା ଉଚିତ ନୁହେଁ l
* ଶାସ୍ତ୍ର ଅନୁସାରେ ନିର୍ଜଳା ଏକାଦଶୀ ଦିନ କଦାପି ତୁଳସି ଙ୍କୁ ଜଳ ଅର୍ପିତ କରିବା ଉଚିତ ନୁହେଁ l ତୁଳସୀ ରେ ମା ଲକ୍ଷ୍ମୀ ବାସ କରି ଥାଆନ୍ତି ଓ ସେହିଦିନ ମା ଲକ୍ଷ୍ମୀ ନିର୍ଜଳା ଉପବାସ କରନ୍ତି l
* ନିର୍ଜଳା ଏକାଦଶୀ ରେ ଅନ୍ନ ଭୋଜନ କରିବା ଉଚିତ ନୁହେଁ l ଏହିଦିନ ରସୁଣ , ପିଆଜ ଓ ମାଂସ ମଦିରା ଠାରୁ ଦୂରେଇ ରହିବା ଉଚିତ l
* ନିର୍ଜଳା ଏକାଦଶୀ କଦାପି ବାଇଗଣ , ମସୁର ଡାଲି , କିମ୍ବା କୌଣସି ପ୍ରକାରର ମୂଳ ଜିନିଷ ଖାଇବା ଉଚିତ ନୁହେଁ l
* ନିର୍ଜଳା ଏକାଦଶୀ ରେ କଦାପି କଳା ରଙ୍ଗର କପଡା ପିନ୍ଧିବା ଉଚିତ ନୁହେଁ l ଏକାଦଶୀ ରେ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଶୁଭ ହୋଇଥାଏ l
* ନିର୍ଜଳା ଏକାଦଶୀ ରେ ନଖ , କେଶ , ଦାଢ଼ୀ କାଟିବା ଉଚିତ ନୁହେଁ l ଏକାଦଶୀ ରେ ଖଟ ରେ କିମ୍ବା ବିଛଣା ରେ ଶୋଇବା ଉଚିତ ନୁହେଁ l ତଳେ ଶୋଇବା ଉଚିତ ନୁହେଁ l
* ନିର୍ଜଳା ଏକାଦଶୀ ରେ କଦାପି ପର ଆଲୋଚନା , ପର ନିନ୍ଦା କରିବା ଉଚିତ ନୁହେଁ l କାହାକୁ ଅପମାନିତ କରିବା ଉଚିତ ନୁହେଁ l