Odisha news

୨ଟି ସଂଘରୋଧ କେନ୍ଦ୍ରରେ ୧୬ ଆକ୍ରାନ୍ତ ଚିହ୍ନଟ

0

ଦଶରଥପୁର : କରୋନା ସଂକ୍ରମଣ ଦଶରଥପୁର ବ୍ଲକରେ ଦିନକୁଦିନ ବଢିବଢି ଚାଲିଛି । ଗୋଟିଏ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଂଚିଛି । ପ୍ରଥମେ ଏପ୍ରିଲ ୨୦ରୁ ଆରମ୍ଭ ହୋଇ ଥିବାବେଳେ ଆଜି ସୁଧା ୬୫ରେ ପହଂଚିଛି । ଯାହାକି ୬୦ରୁ ଅଧିକ କଲିକତା ସମ୍ପର୍କ ରହିଛି । ଆଜି ଆଜି ଗୋଟିଏ ଦିନରେ ସର୍ବାଧିକ ୧୬ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପୂର୍ବରୁ ଏହି ବ୍ଲକରରେ କଟିକଟାରେ ଗତ ୩୦ ଏପ୍ରିଲରେ ସର୍ବାଧିକ ୧୪ ଜଣ ଆକ୍ରାନ୍ତ ବାହାରିଥିଲା ।

ବ୍ଲକସ୍ଥ ଜୟଚଣ୍ଡି ଉଚ୍ଚ ବିଦ୍ୟାଳୟ ତଥା ଜୟଚଣ୍ଡି ମହାବିଦ୍ୟାଳୟ (ଗୋଟିଏ ପ୍ରାଙ୍ଗଣ) ଦୁବାକାଣରେ ୬ ଜଣ ଏବଂ ଜାଡୁଆ ଉଚ୍ଚ ବିଦ୍ୟାଳୟ ନିଜାପୁରରେ ୧୦ ଜଣ ଆକ୍ରାନ୍ତ ସଂଘରୋଧ କେନ୍ଦ୍ରରେ ଥିବା ଜଣାପଡିଛି । ନିଜାମପୁର ପଂଚାୟତରେ ୬ (ନିଜାମପୁର ଗ୍ରାମର ୩୭, ହରିହରପୁରର ୪୩, ପାରିପାଦାର ୫୦,ସୋଲପାଟର ୪୨କୁଳସାହିର ୬୯/୩୮) , କୟାଁରେ ୩(ଦୁବାକଣର ମହିଳା ୪୫, ପୁରୁଷ ୫୧/୨୩), ଥାଲକୁଡିରେ ୧(ଧନିପୁରର ୬୧), ରାହାସୋଂରେ ୧(୬୯), ତରପଦାରେ ୧(ଖୋସାଲପୁରର୫୨/୨୯), ଦୁଦୁରାଅନ୍ତାରେ ୧(ଗୁଡିଆପାଟଣା ୪୫), ଅସନପୁରରେ ୧(ପଥରପଡାର ୪୦) ଏବଂ କନିକାପଡା ପଂଚାୟତରେ ୧( ଦାମୋଦରପୁରର ୫୦) ଜଣ ଆକ୍ରାନ୍ତ ହୋଂଛନ୍ତି । ଏମାନେ ସମସ୍ତେ କଲିକତାରୁ ଫେରିଥିବାବେଳେ ଗତ ୧୮ ତାରିଖ ଦିନ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା ।

ଏହି ୧୬ ଆକ୍ରାନ୍ତ ମଧ୍ୟରୁ  ୧୫ ଜଣ କଲିକତାରୁ ଫେରିଥିବାବେଳେ କେବଳ ଜଣେ ନିଜାମପୁର ପଂଚାୟତରେ ୫୦ ବର୍ଷିୟା ପୁରୁଷ ତେଲେଙ୍ଗାନା ରାଜ୍ୟ ହାଇଦ୍ରାବଦରୁ ଫେରିଥିଲେ । ଆଜି ଏହି ୧୬ ଜଣକର ନମୁନାରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଦଶରଥପୁର ବ୍ଲକର ମୋଟ ୬୭ ଆକ୍ରାନ୍ତ ମଧ୍ୟରୁ ୬୦ ଜଣରୁ ଅଧିକ କଲିକତା ସମ୍ପର୍କ ଥିବା ଜଣାପଡିଛି ।  ଖବର ପାଇ ଦଶରଥପୁର ବିଡିଓ ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ସୌଭାଗ୍ୟ କୁମାର ବେହେରା, ଅତିରିକ୍ତ ତହସିଲଦାର କୈଳାସ ଚନ୍ଦ୍ର ମହାଳିକ, ମଂଗଳପୁର ଗୋଷ୍ଠି ସ୍ୱସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ଉମାକାନ୍ତ ମଲ୍ଲିକ, ମଂଗଳପୁର ଆଇଆଇସି ଅସିତ ରଂଜନ ମହାନ୍ତି, ଏସଆଇ ହରିଶ ସିଂ, ଜନସ୍ୱସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବନିତା ଦାସ, ବିପିଏମ ବିକାଶରଂଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆକ୍ରାନ୍ତଙ୍କ ସମ୍ପର୍କରେ ପଚାରି ବୁଝିଥିଲେ ।

Leave A Reply