Odisha news

ଇଦୁଜ୍‌ଜୁହାର ତାତ୍ପର୍ଯ୍ୟ

0

ବିଶ୍ୱରେ ଭାରତ ଏକ ଏପରି ଦେଶ ଯେଉଁଠି ଏକ ତ୍ରିରଙ୍ଗା ପତକା ତଳେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ, ସଂସ୍କୃତି ଓ ଭାଷାଭାଷୀ ଲୋକ ଏକତ୍ରିତ ହୋଇ ବସବାସ କରନ୍ତି । ପରସ୍ପର ଭିତରେ ଭାଇଚାରା ରକ୍ଷା କରି ଏକତ୍ରିତ ହୋଇ ବିଭିନ୍ନ ସମୟରେ ହେଉଥିବା ପର୍ବପର୍ବାଣୀ ପାଳନ କରନ୍ତି ଏବଂ ସମସ୍ତେ ସମସ୍ତଙ୍କର ସେଣ୍ଟିମେଣ୍ଟ ଓ ଧର୍ମକୁ ସମ୍ମାନ ଦିଅନ୍ତି । ଭାରତ ବର୍ଷରେ ବହୁ ଇସ୍‌ଲାମ ଧର୍ମାବଲମ୍ବୀ ବସବାସ କରନ୍ତି । ସବେ ବାରାତ୍‌, ସବେ କଦର୍‌, ଇଦୁଲ ଫିତର, ଇଦୁଜଜୁହା ମୁହରମ୍‌ ଏବଂ ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିନ । ନିମ୍ନରେ ମୁଁ ଇଦୁଜଜୁହାର ତାତ୍ପର୍ଯ୍ୟ ବର୍ଣ୍ଣନା କରୁଛି ।
ଇସ୍‌ଲାମିକ୍‌ କ୍ୟାଲେଣ୍ଡର ଅନୁଯାୟୀ ଜିଭ୍‌ହିୱା ହେଉଛି ବର୍ଷର ଶେଷ ମାସ । ଏହି ମାସର ୧୦ ତାରିଖ ଦିନ ଇଦୁଜ୍‌ଜୁହା ସାରା ବିଶ୍ୱରେ ପାଳନ କରାଯାଏ । ଆଜକୁ ପ୍ରାୟ ସାଢ଼େ ତିନି ହଜାର ବର୍ଷ ପୂର୍ବେ ଆରବ ଦେଶରେ ଧଲ୍ଲାଙ୍କ ପୟ ଗମ୍ବରା ହଜରତ୍‌ ଇବ୍ରାହିମ୍‌ ଜନ୍ମଗ୍ରହଣ କରିଥିଲେ । ତାଙ୍କରି ଦ୍ୱାରା ସର୍ବପବିତ୍ର କାବା ଯାହା ମMାରେ ଅବସ୍ଥିତ ଅଲ୍ଲାଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କର ଅତିପ୍ରିୟ ପୁତ୍ର ଇସ୍‌ମାଇଲ୍‌ଙ୍କ ସହଯୋଗରେ ନିର୍ମାତା କରାଯାଇଥିଲା । ବିଶ୍ୱର ଯେଉଁ ମୁସ୍‌ଲମାନ ଭାଇ ଓ ଭଉଣୀମାନେ ସେଠାରେ ଆର୍ଥିକ ସକ୍ଷମ ଥିଲେ ଜୀବନରେ ଅନ୍ତତଃ ଥରେ ହଜ୍‌ ପାଇଁ ଏହି ମାସର ୯ ତାରିଖ ଦିନ ଅରଫାତ୍‌ ମୈଦାନ୍‌ରେ ଏକତ୍ରିତ ହୁଅନ୍ତି ଓ ପ୍ରାର୍ଥନା କରନ୍ତି ।
ଏହି ଦିନ ହଜରତ୍‌ ଇବ୍ରାହିମ୍‌ଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଯେ ସେ ତାଙ୍କର ସବୁଠାରୁ ପ୍ରିୟ ବସ୍ତୁ ଅଲ୍ଲାଙ୍କ ନିକଟରେ ସମର୍ପଣ ବା କୁର୍ବାନୀ କରିବାକୁ । ସେ ପ୍ରଥମେ ୧୦୦ଟି ଓଟ କୁର୍ବାନୀ କରିଥିଲେ । ତା’ପରଦିନ ପୁଣି ସ୍ୱପ୍ନାଦେଶ ହେଲା ତାଙ୍କର ପ୍ରିୟ ବସ୍ତୁକୁ ଅଲ୍ଲାଙ୍କ ନିକଟରେ ସମର୍ପଣ କରିବାକୁ । ତହିଁ ଆରଦିନ ସକାଳେ ପୁଣି ୧୦୦ଟି ଓଟର କୁର୍ବାନୀ କରିଥିଲେ । ପୁଣି ସେ ତା’ପରଦିନ ତୃତୀୟଥର ସ୍ୱପ୍ନ ଦେଖିଥିଲେ ନିଜର ଅତିପ୍ରିୟ ବସ୍ତୁର କୁର୍ବାନୀ କରିବାକୁ । ଏଥିରେ ହଜରତ୍‌ ଇବ୍ରାହିମ୍‌ ବିଚଳିତ ହୋଇ କ’ଣ କରିବେ ଚିନ୍ତା କଲେ । ସେ ସ୍ଥିର କଲେ ତାଙ୍କ ପୁତ୍ର ଇସ୍‌ମାଇଲ୍‌ ହେଉଛନ୍ତି ତାଙ୍କର ସବୁଠାରୁ ପ୍ରୟ । ବୋଧହୁଏ ଅଲ୍ଲା ତାହା ତାଙ୍କର ସେହି ସବୁଠୁ ପ୍ରିୟ ସନ୍ତାନର ବଳିଦାନ ଚାହୁଁଛନ୍ତି । ଇସ୍‌ମାଇଲ୍‌ଙ୍କୁ ସେତେବେଳେ ୯ବର୍ଷ ବୟସ ମାତ୍ର । ଇବ୍ରାହିମ୍‌ ତାଙ୍କ ପୁତ୍ରଙ୍କୁ କହିଲେ ମତେ ସ୍ୱପ୍ନାଦେଶ ହୋଇଛି ମୋର ସବୁଠୁ ପ୍ରିୟ ବସ୍ତୁକୁ ଅଲ୍ଲାଙ୍କ ନିକଟରେ ସମର୍ପଣ କରିବାକୁ ଏବଂ ତୁମେ ହେଉଛ ମୋର ସବୁଠୁ ପ୍ରିୟ । ଏଥିରେ ଇସ୍‌ମାଇଲ୍‌ ଉତ୍ତର ଦେଲେ ଯେ ଆପଣଙ୍କୁ ଯାହା ଆଦେଶ ମିଳିଛି ଅଲ୍ଲାଙ୍କ ତରଫରୁ ଆପଣ ବିନାଦ୍ୱିଧାରେ ତାହା କର;ୁ । ଆପଣ ମତେ ଧୈର୍ଯ୍ୟବାନ ପାଇବେ । ଇବ୍ରାହିମ୍‌ ନିଜର ପତ୍ନୀ ହାଜରାଙ୍କ ଠାରୁ ଅନୁମତି ନେଇ ଇଦୁଜ୍‌ଜୁହା ଦିନ ସକାଳେ ପୁଅକୁ ଗାଧୋଇ ଭଲ ବସ୍ତ୍ର ପରିଧାନ କରାଇ କାଖରେ ଦଉଡି ଓ ଛୁରି ଧରି ମିନା ମୈଦାନ୍‌ ଆଡ଼େ ବାହାରି ପଡ଼ିଲେ । ତାଙ୍କର ସବୁଠାରୁ ପ୍ରିୟ ପୁତ୍ର ଇସ୍‌ମାଇଲ୍‌ଙ୍କର କୁର୍ବାନୀ କରିବା ପାଇଁ । ରାସ୍ତାରେ ତିନି ଜାଗାରେ ବିଭିନ୍ନ ରୂପରେ ସୈତାନ୍‌ ତାଙ୍କର ମନ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇଲା । କି;ୁ ହଜରତ୍‌ ଇବ୍ରାହିମ୍‌ ତିଳେମାତ୍ର ବିଚଳିତ ନହୋଇ ୭ଟି ଗୋଡ଼ି ମାରି ଭଗାଇ ଥିଲେ । ସେ ନିଜ ଆଖିରେ ପଟି ବାନ୍ଧି ପୁତ୍ରକୁ ଶୁଆଇ ଯେମିତି ଛୁରି ଚଲେଇବା ଆରମ୍ଭ କଲେ ଅଲ୍ଲା ତାଙ୍କ ଦୂତଜିବ୍ରାଇଲ୍‌ଙ୍କୁ ପଠାଇ ପୁତ୍ର ଜାଗାରେ ମେ„ା ଜାତୀୟ ପଶୁ ଦୁମ୍ବାକୁ ଶୁଆଇଥିଲେ ଓ ତାହାର କୁର୍ବାନୀ ହେଲା । ଷହି ପରୀକ୍ଷାଟି ଅଲ୍ଲାଙ୍କୁ ଏତେ ମାତ୍ରାରେ ପସନ୍ଦ ହେଲା ଯେ ଏହି ବଳିଦାନ ପ୍ରଥାକୁ ସବୁଦିନ ପାଇଁ ଚଲାଇ ରଖିବାକୁ ନିର୍ଦ୍ଦେଶ ଦେଲେ । ସେହିଦିନଠାରୁ ପ୍ରତିବର୍ଷ ଜିଲ୍‌ହିଜ୍ଜା ଦ୍ୱାର ୧୦, ୧୧, ୧୨ ତାରିଖ ଦିନ ଆର୍ଥିକ ସକ୍ଷମ ମୁସଲମାନ ଭାଇ ଓ ଭଉଣୀମାନେ ଅଲ୍ଲାଙ୍କ ନିର୍ଦ୍ଦେଶ ମତେ କୁର୍ବାନୀ କରନ୍ତି ।
ସମସ୍ତ ମୁସଲମାନ ଭାଇମାନେ ୧୦ ଜିଲ୍‌ହିଜ୍ଜା ଦିନ ଦିନ ଇଦ୍‌ଗାହମାନଙ୍କରେ ଏକତ୍ରିତ ହୋଇ ଅଲ୍ଲାଙ୍କ ନିକଟରେ ଏକ ତ୍ୟାଗପୁତଃ ଜୀବନ ନିର୍ବାହ କରିବା ପାଇଁ ନମାଜ ପ୍ରାର୍ଥନା କରନ୍ତି । ଏହି ପର୍ବଟିକୁ ବଳିଦାନର ପର୍ବ କୁହାଯାଏ । ଏହି ପର୍ବରେ ଯଦିଓ ପଶୁବଳି ଦିଆଯାଏ କି;ୁ ଏହାର ତାତ୍ପର୍ଯ୍ୟ ମନୁଷ୍ୟ ଲୋଭ ମାୟାର ସଂସ୍କାର ପ୍ରତି ଆକୃଷ୍ଟ ନହୋଇ ଅଲ୍ଲାଙ୍କ ନିକଟରେ ତାହାର ସମ୍ପୂର୍ଣ୍ଣ ସମର୍ପଣ ପ୍ରକଟ କରିଥାଏ । ତାହାର ଦୂରଦର୍ଶୀ ପରିଣାମ ମଣିଷ ଅଲ୍ଲାଙ୍କ ନିକଟରେ ମଣିଷ ନିଜର ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରି ଲୋଭ ମାୟାରୁ ଦୂରେଇ ରହି ଏକ ପବିତ୍ର ଜୀବନ ନିର୍ବାହ କରିଥାଏ । ଏହି ଦିବସଟି ତ୍ୟାଗ ଓ ଭାବପ୍ରବଣତାର ଦିବସ ଅଟେ । ସେଥିପାଇଁ ମୁସଲମାନ ଆର୍ଥିକ ସକ୍ଷମ ଥିବା ଭାଇ ଓ ଭଉଣୀମାନେ ଛେଳି, ମେ„ା, ଓଟ ଆଦି ଜୀବର ବଳିଦାନ ଅଲ୍ଲାଙ୍କ ନିକଟରେ କରନ୍ତି । ସମାଜରେ ଭାଇଚାରା ପ୍ରତିଷ୍ଠା ପାଇଁ ନିଜର ମାୟା ଓ ମମତା ଓ କ୍ରୋଧ ତ୍ୟାଗ କରିବା ଉଚିତ୍‌ । ତାହା ହେଲେ ସୁସ୍ଥ ସମାଜର ଗଠନ ହୋଇପାରିବ ।
ପରିଶେଷରେ କହିବାର କଥା ହେଉଛି ଇଦୁଜୁହା ପର୍ବ ମନୁଷ୍ୟ ମଧ୍ୟରେ ଥିବା ପଶୁତ୍ୱର ବଳିକୁ ସୂଚାଇଥାଏ । ମନୁଷ୍ୟ ତା’ର ଲୋଭ, ମୋହ, ମାୟାକୁ ତ୍ୟାଗ କଲେ ଅଲ୍ଲାଙ୍କ ନିକଟରେ ହୋଇପାରିବ ଓ ତାଙ୍କ କରୁଣା ଲାଭ କରିପାରିବ । କାରଣ ଇସ୍‌ଲାମ ହେଉଛି ଅହିଂସାର ପର୍ବ ।

 

ମୌଲାନା ମହମ୍ମଦ ମୋତିଉଲ୍ଲା

Leave A Reply