ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି ; ବହୁତ ଦିନତଳେ କେଉଁ ଏକ ଟିଭି ଧାରାବାହିକରୁ କାହାଣୀଟିଏ ମନେପଡେ ଯେ ଗୋଟିଏ ରାଜ୍ୟର ରାଜାଙ୍କ ଜୀବନରକ୍ଷା କରିଥିବା ଜନୈକ ପ୍ରଜା ପରଶୁକୁ ରାଜା ପୁରସ୍କାର ଦେବାକୁ ଚାହିଁଲେ । କଟୁଆଳ ହାତରେ ସେହି ପରଶୁକୁ ଡକାଇ ତା’ର ମନବାଂଛା ବିଷୟରେ ଅବଗତ ହୋଇ ଜାଣିପାରିଲେ ଯେ ସିଏ ପୁରସ୍କାରବାବଦକୁ କିଛି ଜମି ଆଶାକରୁଛି । ରାଜା ଖୁସିହୋଇ କହିଲେ, ‘କାଲିପ୍ରଭାତରେ ତୁମେ ରାଜପ୍ରାସାଦକୁ ଆସ । ରାଜପ୍ରାସାଦର ଦୁଆରବନ୍ଧ ଛୁଇଁ ଠିକ୍ ସୂର୍ଯେ୍ୟାଦୟ ସମୟରେ ବାହାରିଯିବ । ତୁମେ ଯେଉଁସବୁ ଜମିଚାରିପଟେ ବୁଲି ଠିକ୍ ସୂର୍ଯ୍ୟାସ୍ତର ମୁହୂର୍ତ୍ତେ ପୂର୍ବରୁ ଫେରିଆସି ସେହି ରାଜପ୍ରାସାଦର ଦୁଆରବନ୍ଧ ଛୁଇଁଦେବ, ସେ ସମସ୍ତଜମି ତୁମର ହୋଇଯିବ ।’ ଲୋକଟି ଆନନ୍ଦରେ ବିଭୋର ହୋଇଗଲା । ଘରକୁ ଫେରି ପରଶୁ ରାତିପାହିବାକୁ ଅପେକ୍ଷା କଲା । ରାତିସାରା ଅନିଦ୍ରା ଓ ଉତ୍ସାହ ହେତୁ ପରଶୁର ବଳକମି ଶରୀର ଦୁର୍ବଳ ଲାଗିଲା ।
କିନ୍ତୁ ରାଜାଙ୍କ ନିଦେ୍ର୍ଦଶାନୁସାରେ ସୂର୍ଯେ୍ୟାଦୟ ଅଧଘଂଟା ପୂର୍ବରୁ ରାଜପ୍ରାସାଦରେ ହାଜର ହେଲା । ମନରେ ଅଭିଳାସ ଅନେକ, ଆଶା ଅସୁମାରୀ । ଆଜିର ସନ୍ଧ୍ୟାରେ ସିଏ ହେବ ଜମିଦାର । କାଲିର ସୂର୍ଯେ୍ୟାଦୟ ସହ ତା’ର ଭାଗ୍ୟୋଦୟ ହେବ । ଆବେ ପରଶୁ ଯାବେ ପରଶୁ ଆଉ କେହି କହିବାକୁ ସାହସ କରିବେନି । ଅତିକମରେ ପଚାଶଏକରରୁ ଷାଠିଏଏକର ସମ୍ପତ୍ତି ଚାରିପଟେ ସିଏ ନିଶ୍ଚିତ ଭାବରେ ବୁଲିଆସିବ । ଏତେବଡ ଜମିଦାର ହେଲାପରେ ସମସ୍ତଙ୍କ ମୁହଁରୁ ବାହାରିବ ବାବୁ ପରଶୁରାମ୍ । ଜମିଦାର ହେଲା ପରେ ଭଳିଭଳି ରଙ୍ଗବେରଙ୍ଗ ପୋଷାକ ପିନ୍ଧିବ । ଯାହା ଇଚ୍ଛା ତାହା କିଣି ଖାଇବ । ଦେଶ ବିଦେଶ ତୀର୍ଥକରି ସବୁ ଦର୍ଶନୀୟ ସ୍ଥାନ ବୁଲିବ । ଚାକରବାକର ରଖି ଅୟେସ୍ରେ କାଳାତିପାତ କରିବ । ପୂର୍ବଦିଗରେ ସିନ୍ଦୁରା ଫାଟିଲା ବେଳକୁ ରାଜପ୍ରାସାଦର ଦୁଆରବନ୍ଧରେ ହାତଛୁଆଁଇ ରଖିଲା । ସୂରୁଜଉଇଁବା ମାତ୍ରେ ଦୌଡିବ । ରାଜାଙ୍କ ନିଦେ୍ର୍ଦଶରେ ଆରକ୍ଷୀମାନେ ପରଶୁର ପଛେପଛେ ଦୌଡିବା ପାଇଁ ପ୍ରସ୍ତୁତ ରହିଲେ । ସେ ଶୁଭସମୟ ଆସିଲା । ପରଶୁ ଆଗେଆଗେ ଦୌଡିଲା, ପଛେପଛେ ରାଜାଙ୍କ ଲୋକ । ସୂର୍ଯ୍ୟମାହାପ୍ରୁ ମୁଣ୍ଡଉପରେ ହେଲାରୁ ଭାବିଲା ଅଧାସମୟ ଆଗକୁ ଆସିଲିଣି, ଏବେ ଫେରିବାକୁ ହେବ । କିନ୍ତୁ ଟିକିଏ ଆଗରେ ବିରାଟବଡ ଜଳାଶୟ । ଭାବିଲା ଏହି ଜଳାଶୟଟି ମୋ’ଜମିର ଜଳସେଚନର କାମରେ ଆସିବ । ଏଇଟା ତ ନିହାତି ଦରକାର । ଫେରିଲାବେଳେ ଟିକିଏ ଜୋରରେ ଦୌଡିଲେ ପହଁଚିଯିବ ।
ଲୋଭ ସମ୍ବରଣ କରିନପାରି ସେ ଜଳାଶୟ ଚାରିପଟେ ବୁଲୁବୁଲୁ ଅପରାହ୍ନ ଦୁଇଟା ହୋଇଗଲା । ପରଶୁ ଦୌଡିଦୌଡି ଧଇଁସଇଁ ହେବାକୁ ଲାଗିଲା । ଆରକ୍ଷୀମାନେ କ୍ଲାନ୍ତ ହୋଇ ପଡିଲେ । ଅଶ୍ୱାରୋହୀମାନେ ଅଧାରାସ୍ତାରେ ସକାଳୁ ଆସିଥିବା ଆରକ୍ଷୀମାନଙ୍କୁ ବିଶ୍ରାମ କରିବାକୁ କହି ପରଶୁର ପଛେପଛେ ଅନୁଗମନ କଲେ । ଦିଗବଳୟର ଅଳ୍ପ ଉପରକୁ ସୂର୍ଯ୍ୟ ଥିବାବେଳେ ପରଶୁ ଦେଖିଲା ରାଜପ୍ରାସାଦ ଆଉରି ଆଗକୁ ଚାରିକୋଷ ବାଟ ଅଛି । ପାଦ ଚଳୁନାହିଁ । ଶରୀର ବଳ ଶୂନ୍ୟ । ସୂର୍ଯେ୍ୟାଦୟରୁ ଏପର୍ଯ୍ୟନ୍ତ ଅଧିକ ଜମି ଅଧିଗ୍ରହଣ କରିବାପାଇଁ ଘଡିଏ ବି ବିଶ୍ରାମ କରିନି କି ଖାଦ୍ୟପାନୀୟ କିଛି ପାଟିରେ ଦେଇନି । ତଥାପି ହାରିଲାନି । ବହୁତ କଷ୍ଟରେ ତିନିକୋଷ ଅତିକ୍ରମ କଲାପରେ ଗୋଟେ ଖାଲରେପଡି ଆଣ୍ଠୁଗଣ୍ଠି ଛିଣ୍ଡିଗଲା । ଘୁଷୁରିଘୁଷୁରି ଅଧାକୋଷ ଯିବାପରେ ବେହୋସ ହୋଇଗଲା । ପଛେପଛେ ଆସୁଥିବା ଅଶ୍ୱାରୋହୀମାନେ ମୁହଁରେ ପାଣିଛିଂଚିବାରୁ ପରଶୁର ଚେତା ଫେରିଲା । ସଙ୍ଗେସଙ୍ଗେ ପଶ୍ଚିମ ଦିଗକୁ ଚାହିଁ ପୁଣି ଦୌଡିଲା । ସୂର୍ଯ୍ୟ ବୁଡିବାକୁ ଅଳ୍ପବାକି ଥାଏ । ସୂର୍ଯ୍ୟକୁ ଚାହିଁଚାହିଁ ଦୌଡିବା ବେଳେ ଗୋଟିଏ ପଥର ଝୁଂଟି ପୁଣିଥରେ ପଡିଗଲା ଯେ ଆଉ ଉଠିପାରିଲାନି । ସେହିଠାରୁ ରାଜପ୍ରାସାଦର ସେହି ଦୁଆରବନ୍ଧ ମାତ୍ର ପଚାଶଫୁଟ ଭିତରେ । ସାରା ଶରୀରରେ କ୍ଷତହୋଇ ରକ୍ତ ବୋହୁଥାଏ । ତା’ର ସେ’ସବୁକୁ ତିଳେମାତ୍ର ଖାତିର ନଥାଏ । ଗତରାତିର ଅନିଦ୍ରା, ଦିନଯାକ ବିଶ୍ରାମ ନାହିଁ କି ଖିଆପିଆ ନାହିଁ । ଘୁଷୁରିଘୁଷୁରି ରାସ୍ତାଉପରେ କୋଡିଏଫୁଟ ଅତିକ୍ରମ କଲାପରେ ପ୍ରଚୁର ରକ୍ତସ୍ରାବ ହେତୁ ରାଜପ୍ରାସାଦର ସେହି ଦୁଆରବନ୍ଧ ଆଡକୁ ହାତ ଲମ୍ବାଇ ଆଖି ବୁଜିଦେଲା । ସେହିଠାରେ ପରଶୁର ପ୍ରାଣବାୟୁ ଉଡିଗଲା । ମାତ୍ର ଦଶଫୁଟ ଦୂରତା ପାଇଁ ସେ ସବୁତକ ଜମି ହରେଇବା ସଙ୍ଗେସଙ୍ଗେ ନିଜପ୍ରାଣର ବି ଆହୁତି ଦେବାକୁ ହେଲା । ପ୍ରାୟ ବିସ୍ତାରବାଦୀ ଚିନ୍ତାଧାରା ରଖୁଥିବା ଲୋକମାନଙ୍କୁ କି ଦେଶମାନଙ୍କୁ ଏହି ଫଳ ଭୋଗିବାକୁ ହୁଏବୋଲି ନିଃସନେ୍ଦହରେ କୁହାଯାଇପାରେ । ଏକବିଂଶ ଶତାଦ୍ଦୀର ବିଶ୍ୱ ବିସ୍ତାରବାଦୀଙ୍କର ନୁହେଁ ବରଂ ବିକାଶବାଦୀଙ୍କ ସପକ୍ଷରେ ହେବାଭଳି ଅନୁମାନ କରାଯାଏ ।
ଏବେ ଚୀନର ବିସ୍ତାରବାଦୀ ମନୋଭାବ ଯୋଗୁଁ ଭାରତ ସହିତ ଗୁରୁତର ମତଭେଦ ସୃଷ୍ଟି ହୋଇଛି । ଭାରତର ସୀମା ସମସ୍ୟା କହିଲେ ମୁଖ୍ୟତଃ ଚୀନ୍ ସମସ୍ୟା । ଚୀନ୍ଠାରୁ ଭିତିରିଆ ସମର୍ଥନ ପାଇ ଉତ୍ତର-ପଶ୍ଚିମ ଦିଗରେ ପାକିସ୍ଥାନ ଭାରତ ସହିତ ବାରମ୍ବାର ସିଜ୍ଫାୟାର୍ ଉଲ୍ଲଙ୍ଘନ କରିବାରେ ଲାଗିଛି । ଚୀନ ଓ ଭାରତ ଉଭୟେ ପୃଥିବୀର ପ୍ରାଚୀନ ସଭ୍ୟରାଷ୍ଟ୍ର । ପରସ୍ପର ପଡୋଶୀ ଥିବାହେତୁ ଧାର୍ମିକ, ସାଂସ୍କୃତିକ, ଅର୍ଥନୈତିକ ଓ ରାଜନୈତିକ ସମ୍ପର୍କ ପୁରାକାଳରୁ ଅଛି । ଦିନେ ବୁଦ୍ଧଦେବଙ୍କ ବାଣୀ ପୁରା ଏସିଆ ମହାଦେଶକୁ ବାଟ ଦେଖାଉଥିଲା । ସତ୍ୟ ଓ ଅହିଂସାର ପୂଜାରୀ ବୁଦ୍ଧଙ୍କର ରାସ୍ତାରେ ଚୀନ୍ ଚାଲୁଚାଲୁ ହଠାତ୍ ବ୍ୟତିକ୍ରମ ଦେଖାଦେଇଛି । ଅଷ୍ଟାଦଶଶତାଦ୍ଦୀର ପ୍ରାରମ୍ଭରେ ସାମ୍ରାଜ୍ୟବାଦ ପ୍ରଭାବରୁ ଉଭୟେ ଚୀନ ଓ ଭାରତ ନିଜକୁ ମୁକ୍ତ ରଖିବାକୁ ନିଶ୍ଚୟ କରିଥଲେ । ୧୯୩୭ରେ ଚୀନ୍ ଓ ଜାପାନ ଭିତରେ ଯୁଦ୍ଧହେବା ସମୟରେ ଚୀନ୍ପ୍ରତି ଭାରତ ସହାନୁଭୁତି ଦେଖାଇ ଜାପାନୀଦ୍ରବ୍ୟ ବର୍ଜନ କରିବାପାଇଁ ନିଷ୍ପତ୍ତି ନେଇଥିଲା । ଏହାପରେ ଚ୍ୟାଙ୍ଗ କାଇଶେକ୍ ୧୯୪୨ରେ ଭାରତଭ୍ରମଣରେ ଆସି ଆମ ସ୍ୱାଧୀନତା ସଂଗ୍ରାମକୁ ସମର୍ଥନ ଜଣାଇଥିଲେ । ଚୀନକୁ ଜାତିସଂଘର ସଭ୍ୟ ଶ୍ରେଣୀଭୁକ୍ତ କରିବାକୁ ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀଙ୍କର ଅଗ୍ରଣୀ ଭୁମିକା ଥିଲା, ଯେଉଁ ଶକ୍ତିବଳରେ ଚୀନ ପାକିସ୍ଥାନକୁ ସାହାଯ୍ୟ କରିବାକୁ ଯାଇ ଆଜି ଭାରତକୁ ଅଡୁଆରେ ପକାଉଛି । ସୀମାବିବାଦର ଅୟଂଆରମ୍ଭ ତିବ୍ଦତ ରାଜ୍ୟରୁ । ହିମାଳୟର ଉପରିଭାଗରେ ଏହି ଛୋଟିଆ ତିବ୍ଦତ ରାଜ୍ୟ ଅବସ୍ଥିତ । ଚୀନ ସାଙ୍ଗରେ ୧୯୧୧ ମସିହାରେ ସ୍ୱାଧୀନ ହୋଇଥିଲା । ଚୀନ୍ର ସଦାସର୍ବଦା ନିଜର ସାର୍ବଭୌମତ୍ୱ ତିବ୍ଦତ ଉପରେ ଜାହିର କରିବାରେ ଇଚ୍ଛା । କିନ୍ତୁ ତିବ୍ଦତବାସୀଙ୍କର ସବୁବେଳେ ସ୍ୱାଧୀନ ରହିବାପାଇଁ ମନ । ତିବ୍ଦତର ଲୋକମାନେ ଦଲାଇଲାମାଙ୍କୁ ତାଙ୍କର ଶାସନମୁଖ୍ୟ ରୂପେ ମାନନ୍ତି । ଚୀନ୍ ତିବ୍ଦତକୁ ନିଜସାଥିରେ ମିଶାଇଦେବାର ମନସାରଖି ଦଲାଇଲାମାଙ୍କୁ ବହୁବାର ନିର୍ଯ୍ୟାତନା ଦେଇଛନ୍ତି । ୧୭୦୬ରେ ତକ୍ରାଳୀନ ଦଲାଇଲାମାଙ୍କୁ ମୃତୁ୍ୟଦଣ୍ଡ ଦେଇଥିଲା । ଚୀନ୍ଭୟରେ ଦଲାଇଲାମା ଭାରତରେ ସସମ୍ମାନେ ରାଜଶରଣାର୍ଥୀ ପରି ଅନେକ ବର୍ଷ ବିତାଇଛନ୍ତି । ତିବ୍ଦତ ଉପରେ ଏବେ ବି ଚୀନ୍ର ଲୋଲୁପଦୃଷ୍ଟି ଅଛି ଏବଂ ଚୀନ୍ର ଏହି ବିସ୍ତାରବାଦୀ ରାସ୍ତାରେ ଭାରତ କଂଟା ହେଉଥିବାରୁ ଚୀନ ଭାରତ ସହ ଶତ୍ରୁପରି ଆଚରଣ କରୁଛି ।
୧୯୧୪ ମସିହାରେ ବ୍ରିଟିଶ ପ୍ରତିନିଧି ମ୍ୟାକ୍ମହନ୍ଙ୍କ ଅଧ୍ୟକ୍ଷତାରେ ସିମ୍ଳାଠାରେ ଭାରତ-ଚୀନ-ତିବ୍ଦତ ପ୍ରତିନିଧିମାନଙ୍କୁ ନେଇ ଏକ ସମ୍ମିଳନୀର ଆୟୋଜନ ହୋଇ ଭାରତ ଓ ଚୀନ ସୀମାରାଖା ନିର୍ଣ୍ଣୟ କରାଯାଇଥିଲା ଯାହାକୁ ସଦାବେଳେ ଭାରତ ମାନ୍ୟତା ଦେଇଆସିଛି । କିନ୍ତୁ ଚୀନ୍ ଏହାକୁ ଆଦୌ ମାନେନି । ଏହା ସୀମା ବିବାଦର ଦ୍ୱିତୀୟ କାରଣ । ୧୯୬୨ରେ ହଠାତ୍ ଚୀନ୍ ଅରୁଣାଚଳପ୍ରଦେଶ ଅଂଚଳରେ ସୈନ୍ୟ ମୁତୟନକରି ଅତର୍କିତ ଯୁଦ୍ଧଘୋଷଣା କରିବାବେଳେ ଭାରତ ପ୍ରସ୍ତୁତ ନଥିବାରୁ ଅନେକ ଅଂଚଳ ଚୀନସେନା କବଳକୁ ଚାଲିଗଲା । ଚୀନ ଭାରତ ସହ ଛଳକପଟର ଆଶ୍ରୟ ନେଇ ହିନ୍ଦୀ-ଚୀନ ଭାଇଭାଇ କହି ବହୁତ ଅଂଚଳ ଦଖଲ କରିନେଲା । ଏବକାର ରାଜନୀତି ବିଶେଷଜ୍ଞ ମାନେ କୁହନ୍ତି ଯେ ଏଥିପାଇଁ ପ୍ରକୃତରେ ଦାୟୀ ତକ୍ରାଳୀନ ପ୍ରଧାନମନ୍ତ୍ରୀ , କିନ୍ତୁ ସେତେବେଳେ ତାଙ୍କର ଦବ୍ଦବା ଆଗରେ କେହି ଜଣେ ବି ସତ୍ୟ କହିବାକୁ ସାହସ କରି ପାରୁନଥିଲେ । ତେଣୁ ଭାରତର ଏହି ଯୁଦ୍ଧରେ ପରାସ୍ତ ଏବଂ ଚୀନର ଅତିକ୍ରମଣ ସହ ଅନେକ ଭାରତୀୟ ଅଂଚଳକୁ ଦଖଲକରିବାର ଦୋଷ ମୁଣ୍ଡେଇଲେ ତକ୍ରାଳୀନ ରକ୍ଷାମନ୍ତ୍ରୀ କୃଷ୍ଣ ମେନନ୍ । ତା’ଙ୍କୁ ପରୋକ୍ଷରେ କମୁ୍ୟନିଷ୍ଟପ୍ରୀତିର ପୃଷ୍ଠପୋଷକ ବୋଲି ପରିଚିତକରାଇ ସର୍ବସାଧାରଣରେ ନିନ୍ଦିତ କରାଗଲା । ଭାରତର ଉତ୍ତର-ପଶ୍ଚିମ ସୀମାନ୍ତରେ ଅବସ୍ଥିତ ସିଆ-ଚୀନ ଅଂଚଳ ବି ସୀମା ବିବାଦର ତୃତୀୟ କଡି । ୧୯୬୨ ଯୁଦ୍ଧପରେ ଚୀନ୍ ଏହାକୁ ଚାଲାକକରି ପାକିସ୍ଥାନକୁ ଦେଇଦେଇଛି, କିନ୍ତୁ ନିଜ ଆୟତ୍ତରେ ରଖିଲାପରି ରଖିଛି । ଏହି ବାଟଦେଇ ଚୀନ୍ ଓ ପାକିସ୍ଥାନର ଗମନାଗମନ ପଥ ଏବଂ ସଡକ ପରିବହନ ବ୍ୟବସ୍ଥା ଚାଲିଛି, ଯାହାକି ସାମରିକ ଦୃଷ୍ଟି କୋଣରୁ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତର କିଛି ତୁଙ୍ଗନେତାଙ୍କର ଚୈନାପ୍ରୀତି ଆଗରେ ମାତୃଭୁମିର ପ୍ରେମ କମି ପଡିବାରୁ ସେ ସଂସଦରେ କହିଥିଲେ, ‘ଅକସାଇ-ଚୀନ୍ରେ ଦୁବଘାସ ବି କଅଁଳୁନି, ଚୀନ୍ ନେଉ ।’ ଭାରତର ଅକସାଇ-ଚୀନ୍ ଉପରେ ନ୍ୟାର୍ଯ୍ୟ ଅଧିକାର ଥାଇମଧ୍ୟ ଚୀନ ଜବରଦସ୍ତି ଅଧିକାର କରି ଏପର୍ଯ୍ୟନ୍ତ ତା ଅଧିନରେ ରଖିଛି ।
ଏବେ ଅନେକକିଛି ପୁରୁଣାତଥ୍ୟ ଧିରେଧିରେ ଲୋକଲୋଚନକୁ ଆସୁଛି । କେବଳମାତ୍ର ଗୋଟିଏପରିବାର ବିଦେଶରୁ ଭାରତଆସି ତିନିଭାଇଙ୍କ ସନ୍ତୁଷ୍ଟି କରଣପାଇଁ ଅଖଣ୍ଡଭାରତକୁ ଭାଗଭାଗ କରାଯାଇ ଧାରା୩୭୦ ଓ ୩୫(କ) ଭଳି କେତେକ ନିୟମମାନ ତିଆରି କରାଯାଇଥିଲା । ଏବେ ଗଲୱାନ୍ଘାଟିରେ କ’ଣ ବାସୁମତି ଚାଉଳ ଚାଷ ହେଉଛି? ଯେଉଁଦଳର ନେତା ଦିନେ ଘାସ କଅଁଳୁନଥିବା କହି ଅକସାଇ-ଚୀନ ଛାଡିଦେଲେ ସେମାନେ ଯଦି ଆଜି କ୍ଷମତାରେ ଥାଆନ୍ତେ ତେବେ ଚୀନ ଗଲୱାନ୍ ଘାଟି ଦଖଲକରି ସାରନ୍ତାଣି । ଭାଗ୍ୟଭଲ ଭାରତବାସୀ ସେମାନଙ୍କୁ ଭଲରେ ଚିହ୍ନି କ୍ଷମତାବାହାରେ ରଖିଛନ୍ତି । ଯେଉଁଦଳର ତିନିପୁରୁଷଙ୍କ ମୁଖିଆଙ୍କ ନାଁରେ ୧୯୬୨ରେ ଚୀନ୍ସହ ଭିତିରିଆ ସଲାସୁତୁରା, ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ଓ ବୋଫର୍ସ ପରି ସାଙ୍ଘାତିକ ଦେଶଦୋ୍ରହ ଅଭିଯୋଗମାନ ରହିଛି ସେମାନେ ଏ ଅସମୟରେ ବାରମ୍ବାର ପ୍ରମାଣମାଗି ସେନାର ମନୋବଳ ଭାଙ୍ଗିବା ସହ ମା ଭାରତୀ ବିରୁଦ୍ଧରେ ଚୀନ୍କୁ ସାହାଯ୍ୟ କରିବାଛଡା ଅନ୍ୟକିଛି କରୁନାହାନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତ ରାଜନୈତିକ ଦଳ ସରକାରଙ୍କ ସପକ୍ଷରେ ଯିବାବେଳେ ଗୋଟିଏ ଦଳ କାହିଁକି ସବୁଥିରେ ପ୍ରମାଣ ଖୋଜୁଛି? ଏଥିରେ ବୁଦ୍ଧିଜୀବୀ ମନମୋହନ ସିଂ, ପି. ଚିଦାମ୍ବରମ୍ ଓ ଶଶିଥରୁର୍ ଶ୍ରୀପାଳିଆ ମାନଙ୍କପରି ସ୍ୱରମିଶାଣ ବି ଅତ୍ୟନ୍ତ ନିନ୍ଦନୀୟ । ସେମାନେ ଭାବୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାନସମ୍ମାନ କ୍ଷତି କରିବାକୁ ଏସବୁ କରୁଛନ୍ତି, କିନ୍ତୁ ପ୍ରକୃତରେ ବିଶ୍ୱ ସମୁଦାୟରେ ଭାରତର ସ୍ଥିତି ବହୁତ ଦୁର୍ବଳ ହେଉଛି । ଗଣମାଧ୍ୟମମାନଙ୍କୁ ଅନୁରୋଧ ଏଭଳି ଟୁକୁଡେଟୁକୁଡେ ଗ୍ୟାଙ୍ଗ୍ର ଟୁ୍ୟଟ୍ରଆକାଉଁଟ୍ ସନେ୍ଦଶକୁ ଗୁରୁତ୍ୱଦେଇ ସମୟ ଅପଚୟ କରିବା ପରିବର୍ତ୍ତେ ଅନ୍ୟ କିଛି ମନୋରଞ୍ଜନ ଧର୍ମୀ ଧାରାବାହିକ ପ୍ରସାରଣ କଲେ ଜନସାଧାରଣ ଉପକୃତ ହୁଅନ୍ତେ ।
ପ୍ରକୃତରେ ସ୍ୱାଧୀନତାର ଦୁଇବର୍ଷ ପୂର୍ବରୁ ଏବଂ ଦୁଇବର୍ଷ ପରେ ଯଦି ଭାରତୀୟ ଦେଶପ୍ରେମୀଙ୍କ ମୃତୁ୍ୟସଂଖ୍ୟା ଯୋଡାଯାଏ ତେବେ ତିରିଶ ଲକ୍ଷ ଉପରେ ହେବ । ଆଣ୍ଡାମାନ୍ ନିକୋବରର ସେଲୁଲାର୍ ଜେଲ୍ ଯିଏ ଦେଖିଛି, ସିଏ ଭାରତୀୟ ଦେଶପ୍ରେମୀଙ୍କ ତ୍ୟାଗ ସହଜରେ ବୁଝିପାରିବ । କିନ୍ତୁ ଆମ ଇତିହାସ କୁହେ ବିନା ରକ୍ତପାତରେ ଆମେ ସ୍ୱାଧୀନତା ହାସଲ କରିଛେ । ସେହିପରି କେତେ ମିଛକଥା ଆମେ ପଢୁଛେ, ‘ସାବର ମତିକି ସନ୍ଥ ତୁନେ କରଦିୟା କମାଲ୍ । ଦେ ଦି ହମେ ଆଜାଦି ବିନା ଖଡ୍ଗ ବିନା ଢାଲ୍ ।’ ନିକଟରେ ବରିଷ୍ଠ ଓକିଲ ମହେଶ ଜେଠାମାଳିନୀଙ୍କ ଚୀନ୍ ଓ କଂଗ୍ରେସଦଳର ସମ୍ପର୍କ ବିଷୟରେ ଅନୁସନ୍ଧାନ ହେବା ଆବଶ୍ୟକ ଅଛି ବୋଲି ଦାବୀ ଏବେ ସମ୍ପୂର୍ଣ୍ଣ ଯଥାର୍ଥ ମନେହୁଏ । ଦେଶଦୋ୍ରହୀମାନଙ୍କ ପାଇଁ କଠୋର ନୂତନ ଏକ ନିୟମ ସୃଷ୍ଟି କରିବାର ମଧ୍ୟ ସମୟ ଆସିଛି । ଏପରି ହେଲେ ଆମର ବିରୋଧୀଦଳର ନେତା ତୁଣ୍ଡ ଖୋଲିଲା ପୂର୍ବରୁ ମୁଣ୍ଡ ଖର୍ଚ୍ଚ କରିବେ । ନହେଲେ ପକ୍ଷୀ ପାଇଖାନା କଲାଭଳି ତଳ ଉପର କିଛି ଦେଖିବାର ନାହିଁ ଯାହା ପାଟିକୁ ଆସିଲା ବକିଦେଲେ ଚଳିବ! ଗଣତନ୍ତ୍ରରେ ଏହା କ’ଣ କଥାକହିବାର ସ୍ୱାଧୀନତା! ପଡୋଶୀ ଶତ୍ରୁଦେଶର ମୁଖିଆ ତା’ଙ୍କ କଥାକୁ ଜାତିସଂଘରେ କହି ଭାରତକୁ ଅଡୁଆରେ ପକାଇଲେ ବି ତା’ଙ୍କର କିଛି ଚିନ୍ତା କରିବାର ନାହିଁ । ଏସବୁ ଭୁଲ୍ପାଇଁ କିଛି ଶାସ୍ତି ରହିବା ଦରକାର । ଏବେ ଇତିହାସର ପ୍ରତ୍ୟେକ କଡିକୁ ଆଲୋଚନା ପର୍ଯ୍ୟାଲୋଚନା କରି ସଂଶୋଧନ କରିବାର ବି ସମୟ ଆସିଛି ।
ଭାରତବାସୀ ପ୍ରକୃତ ସତ୍ୟଜାଣିଲେ ବହୁତ ଉପକୃତ ହେବେ । ନହେଲେ ଗଣତନ୍ତ୍ରର ସୁବିଧା ଆଢୁଆଳରେ ଆମରି ଭିତରୁ କିଛି ଘରଢିଙ୍କି କୁମ୍ଭୀର ସାଜି ବିସ୍ତାରବାଦୀଙ୍କ କଥା ଆମଲୋକମାନଙ୍କ ମଧ୍ୟରେ ପ୍ରଚାରପ୍ରସାର କରି ଆମ ଭାରତମାତାକୁ ବିଶ୍ୱ ଦରବାରରେ ନିନ୍ଦିତ କରିବାକୁ ଏମିତି ଅନେକ ସୁଯୋଗ ପାଇବେ । ଏ ସବୁର ପୁନରାବୃତ୍ତି ନହୋଇ ଆଶୁ ସମାପ୍ତି ହେବା ବାଂଛନୀୟ । ଭାରତ ଏବେ କରୋନା ମହାମାରି ସାଙ୍ଗରେ ଲଢିଲଢି ବେଦମ୍ ହେଲାବେଳକୁ କରୋନାର ଜନ୍ମଦାତା ଚୈନା ସୀମାବିବାଦରେ ଯୁଦ୍ଧଭଳି ସ୍ଥିତି ଉତ୍ପନ୍ନ କରୁଛି । ଏତିକିବେଳକୁ ଆମର ଚିରଶତ୍ରୁ ଜାମ୍ମୁ କାଶ୍ମିରୀରେ ଆତଙ୍କ ଖେଳାଇବା ଯୋଜନା ସହ ମଝିରେମଝିରେ ସୀମାରେ ସିଜ୍ଫାୟାର ଉଲ୍ଲଂଘନ କରି ଗୁଳିବର୍ଷଣ କରୁଛି । ବିକାଶବାଦର ଚାଦର ତଳେ ଭାରତ ଶାନ୍ତିର ନିଶ୍ୱାସ ମାରିବାକୁ ଖୋଜିଲାବେଳେ ବିସ୍ତାରବାଦୀ ଚୀନ୍ ଭାରତକୁ ଅସ୍ଥିର କରିବା ଯୋଜନାରେ ଲାଗିପଡିଛି । କିନ୍ତୁ ଏଥର ଆମସେନା ଯେଉଁପରି ମୁହଁତୋଡ ଜବାବଦେଇଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଲାଦାଖ ଲେହ ଗସ୍ତ ଆଦିରେ ଚୀନ୍ ଭୟଭୀତ ହୋଇ ପଛଘୁଂଚା ଦେଇଛି ସତ କିନ୍ତୁ ଆମକୁ ସଦାସର୍ବଦା ସଜାଗ ରହିବାକୁ ହେବ । ଆଉ କେବେ ବି ଚୀନ୍କୁ ବିଶ୍ୱାସ କରିବା ଅନୁଚିତ୍ । ଚୀନ୍ର ଏପରି ନରମା ବ୍ୟବହାରକୁ ଭାରତର ଏକ ବିରାଟ କୁଟନୈତିକ ବିଜୟବୋଲି ବିଶ୍ୱର ବୁଦ୍ଧିଜୀବୀମାନେ କହୁଛନ୍ତି ଏବଂ ଚୀନ୍ ଭଲଭାବରେ ଜାଣିଗଲା ଯେ ଆଜିର ନୂଆ ଭାରତ ୧୯୬୨ର ଭାରତଠାରୁ ସମ୍ପୂର୍ଣ୍ଣ ଭିନ୍ନ । ୫୯ଟି ଆପ୍କୁ ନିଷିଦ୍ଧ କରି ଭାରତ ସରକାର ଚୀନ୍କୁ କଡା ଚୁନୌତି ଦେଲାପରେ ବିଶ୍ୱର ଅନେକ ସମୃଦ୍ଧରାଷ୍ଟ୍ରମାନେ ଭାରତର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ତେଣୁ ଆଜି ବିସ୍ତାରବାଦ ଉପରେ ବିକାଶବାଦ ଭାରି ବୋଲି ସ୍ପଷ୍ଟ ହୋଇଯାଇଛି । ଚୀନ୍ର ବୈଦେଶିକ ମନ୍ତ୍ରୀ ଯେତେ ସଫେଇ ଦେଲେମଧ୍ୟ ଗଲୱାନ୍ ସୀମାରେ କୋଡିଏଜଣ ଭାରତୀୟ ସୈନ୍ୟ ଶହୀଦ୍ ହେବାପରେ ବିଶ୍ୱରେ ଚୀନ୍ର ମୁଖା ଖୋଲିଯାଇଛି । ସମସ୍ତେ କହୁଛନ୍ତି ବିସ୍ତାରବାଦୀ ଚୀନ୍ ।