ନୂଆଦିଲ୍ଲୀ : ସୁପ୍ରିମ କୋର୍ଟ ଙ୍କ ପକ୍ଷରୁ ମଙ୍ଗଳବାର ଦିନ କେନ୍ଦ୍ର ସରକାର ଙ୍କୁ ଝଟକା ମିଳିଛି l ସୁପ୍ରିମ କୋର୍ଟ 𝙴𝙳 ମୁଖ୍ୟ ସଞ୍ଜୟ ମିଶ୍ରା ଙ୍କ ର ତୃୟୀୟ ଥର ଏକ୍ସଟେନସନ ଉପରେ ରୋକ ଲଗାଇଛନ୍ତି l କୋର୍ଟ ଙ୍କ ପକ୍ଷରୁ କୁହାଯାଇଛି ଯେ ED ମୁଖ୍ୟ ଙ୍କ ତୃତୀୟ ଥର ଏକ୍ସଟେନସନ ଉଚିତ ନୁହେଁ l ସୁପ୍ରିମ କୋର୍ଟ କହିଛନ୍ତି ଯେ ତୃତୀୟ ଥର ED ମୁଖ୍ୟ ଙ୍କ ଏକ୍ସଟେନସନ ଅବୈଧ ଓ ନିୟମ ବିରୁଧ ଅଟେ l
ସୁପ୍ରିମ କୋର୍ଟ କହିଛନ୍ତି ଯେ ED ନିର୍ଦେଶକ ସଞ୍ଜୟ କୁମାର ମିଶ୍ରା ଙ୍କ କାର୍ଯ୍ୟକାଳ ବିସ୍ତାର ଅବୈଧ ଅଟେ , କିନ୍ତୁ ସେ ଜୁଲାଇ ୩୧ ୨୦୨୩ ପର୍ଯ୍ୟନ୍ତ ନିଜ ପଦବୀ ରେ ରହି ପାରିବେ , କାରଣ ସୁଚାରୁ ରୂପରେ କାର୍ଯ୍ୟ ହସ୍ତାନ୍ତର କରାଯାଇ ପାରିବ l କାହିଁକି ଆଗାମୀ ଦିନରେ ଏଫ ଏଟି ଏଫ ର ସମୀକ୍ଷା ହେବ l
ସଞ୍ଜୟ ମିଶ୍ରା ଙ୍କୁ ନଭେମ୍ବର ୧୯ ତାରିଖ ୨୦୧୮ ରେ ୨ ବର୍ଷ ପାଇଁ କାର୍ଯ୍ୟକାଳ ଅବଧି ବଢ଼ାଯାଇ ଇଡି ର ନିର୍ଦେଶକ ଭାବରେ ନିଯୁକ୍ତି ଦିଆ ଯାଇଥିଲା l ସେ ୨୦୨୦ ରେ ନିଜ ପଦବୀ ରୁ ନିବୃତ ହୋଇ ଥାଆନ୍ତେ , କିନ୍ତୁ ଏହା ପୂର୍ବରୁ ଅବସର ନେବା ପାଇଁ ୬୦ ବର୍ଷରେ ପହଂଚି ଯାଇଥିଲେ l ୨୦୨୦ ରେ ତାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ ହେବା ପୂର୍ବରୁ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳ କୁ ୨ ବର୍ଷ ରୁ ବଢ଼ାଇ ୩ ବର୍ଷ କରି ଦେଇଥିଲେ l
ଏହାପରେ କେନ୍ଦ୍ର ସରକାର ନଭେମ୍ବର ୨୦୨୧ ରେ କେନ୍ଦ୍ରୀୟ କାର୍ଯ୍ୟକର୍ତା ଆୟୋଗ ଅଧିନିୟମ ସହିତ ଦିଲ୍ଲୀ ବିଶେଷ ପୋଲିସ ପ୍ରତିଷ୍ଠାନ ଅଧିନିୟମ ରେ ସଂଶୋଧନ ପାଇଁ ଅଧ୍ୟାଦେଶ ଆଣି ଥିଲେ l ଏହି ନିୟମ ଅନୁସାରେ ସିବିଆଇ ଓ ଇଡି ମୁଖ୍ୟ ୧-୧ ବର୍ଷର ୩ ଟି ସେବା ବିସ୍ତାର ଦେବାର ପ୍ରବଧାନ ରହିଛ l
ଇଡି ମୁଖ୍ୟ ଙ୍କ ସେବା ବିସ୍ତାର ନେଇ ସୁପ୍ରିମ କୋର୍ଟ ରେ ଜନହିତ ଆବେଦନ ଦାଖଲ କରାଯାଇ ଥିଲା l ସୁପ୍ରିମ କୋର୍ଟ ଏହାକୁ ନେଇ କେନ୍ଦ୍ର ସରକାର ଙ୍କୁ ଜବାବ ମାଗିଥିଲେ l
