Odisha news

ଇଡି ପକ୍ଷରୁ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ଙ୍କୁ ସମନ ଜାରୀ, ପଚାର ଉଚରା ପାଇଁ ଡାକରା

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ପ୍ରବର୍ତନ ନିର୍ଦେଶାଳୟ ପାତ୍ରା ଚୋଲ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତ ଙ୍କ ପତ୍ନୀ ବର୍ଷା ରାଉତ ଙ୍କୁ ମଧ୍ୟ ସମନ ଜାରୀ କରାଯାଇଛି l ଇଡି ପକ୍ଷରୁ ତାଙ୍କୁ ଶୁକ୍ରବାର ଦିନ ସକାଳ ୧୧ ଟା ବେଳକୁ ପଚରା ଉଚରା ପାଇଁ ଡାକରା ଆସିଛି l ଇଡି ନିଜ ବୟାନ ଦେଇଛନ୍ତି ଯେ ବର୍ଷା ଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପଇସା ଦିଆନିଆ ହୋଇଛି l

ସୂଚନାଯୋଗ୍ୟ ଯେ ED ଦ୍ୱାରା ଗୋରେଗାଓଁ ରେ ପାତ୍ରା ଚୋଲ ର ପୁନର୍ବିକାଶ ରେ କଥିତ ବିତିୟ ଅନିୟମିତତା ଓ ତାଙ୍କର ପତ୍ନୀଙ୍କ ସମ୍ପତି ସହିତ ଜଡିତ ବିତିୟ ଲେନଦେନ ସମ୍ବଧରେ ରାଉତ ରବିବାର ଦିନ ଗିରଫ କରାଯାଇଥିଲା l ଗୁରୁବାର ଦିନ ସଞ୍ଜୟ ରାଉତ ଙ୍କୁ ମୁମ୍ବାଇ ର ଅଦାଲତ ରେ ହାଜର କରାଯାଇ ଥିଲା l ଯେଉଁଠାରେ କୋର୍ଟ ରାଉତ ଙ୍କ ହାଜତ ଅବଧି ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବଢାଇଥିଲେ l

କୋର୍ଟ ଙ୍କ ନିଷ୍ପତି ର କିଛି ସମୟ ପରେ ବର୍ଷା ରାଉତ ଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା l ଏହା ପୂର୍ବରୁ ପ୍ରବର୍ତନ ନିର୍ଦେଶାଳୟ ଅଦାଲତ ଙ୍କୁ କହିଥିଲେ ଯେ ଶିବସେନା ସାଂସଦ ଓ ତାଙ୍କ ପରିବାର କୁ ମୁମ୍ବାଇ ରେ ଗୋଟିଏ ଚୋଲ ର ପୁନର୍ବିକାଶ ପରିଯୋଜନା ରେ କଥିତ ଭାବରେ ଅନିୟମିତତା ରେ ୧କୋଟି ଟଙ୍କା ହାସଲ ହୋଇଛି

Leave A Reply