Odisha news

e-Shram କାର୍ଡ ରେଜିଷ୍ଟ୍ରେସନ୍ ଫର୍ମ : ଶ୍ରମିକ ଭାଇ ମାନଙ୍କୁ ସେମାନଙ୍କ କୌଶଳ ଆଧାରରେ ରୋଜଗାର ପ୍ରଦାନ

0

ନୂଆଦିଲ୍ଲୀ : e-Shram card Self Registration 2022, ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଦ୍ଵାରା ଭାରତର ଶ୍ରମିକ ଭାଇ ମାନଙ୍କ ପାଇଁ ଇ ଶ୍ରମ ଯୋଜନା ୨୦୨୨ ର ଶୁଭାରମ୍ଭ ହୋଇଛି । ଯେଉଁ ମାଧ୍ୟମରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ଗରିବ ଶ୍ରମିକ ମାନଙ୍କୁ ତାଙ୍କର କୌଶଳ ଆଧାରରେ ରୋଜଗାର ପ୍ରଦାନ କରାଯିବ । ଇ ଶ୍ରମିକ କାର୍ଡ ୨୦୨୨ ର ଲାଭ ପାଇବା ପାଇଁ ଇଛୁକ ଭାରତୀୟ ନାଗରିକ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ର ଅଫିସିଆଲ୍ ୱେବସାଇଟ eshrama.gov.in ମାଧ୍ୟମ ରେ e – shrama card online registration ମାଧ୍ୟମରେ ଆବେଦନ କରି ପାରିବେ। ଇ ଶ୍ରମ କାର୍ଡ ପୋର୍ଟାଲ ଗ୍ରାମୀଣ ଶ୍ରମିକ ଭାଇ ମାନଙ୍କ ଲାଭ ପାଇଁ ଭାରତ ସରକାରଙ୍କ ଦ୍ୱାରା ଜାରୀ କରାଯାଇଛି । ଶ୍ରମିକ ଭାଇ ମାନେ ରେଜିଷ୍ଟ୍ରେସନ୍ କରିବା ପରେ କେନ୍ଦ୍ର ସରକାର ଙ୍କ ପକ୍ଷରୁ ସୁବିଧା ସୁଯୋଗ ମିଳିବା ଆରମ୍ଭ ହୋଇଯିବ ।

ଇ ଶ୍ରମ କାର୍ଡ ର ମୁଖ୍ୟ ଉଦ୍ଦେଶ୍ୟ –
ଇ ଶ୍ରମ କାର୍ଡ ୨୦୨୨ ର ଅନ୍ତର୍ଗତ ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ ଓ ପ୍ଲାଟ ଫର୍ମ ଶ୍ରମିକ, ଷ୍ଟ୍ରିଟ ଭେଣ୍ଡର, ଘରୋଇ ଶ୍ରମିକ, କୃଷି ଶ୍ରମିକ ଙ୍କ ସହିତ ସମସ୍ତ ଆସଂଗ ଗଠିତ କ୍ଷେତ୍ରର ଶ୍ରମିକ ମାନଙ୍କର କେନ୍ଦ୍ରକୃତ୍ ଡାଟା ବେଶ୍ ର ନିର୍ମାଣ କରିବେ । ଇ ଶ୍ରମ ପୋର୍ଟାଲ ମାଧ୍ୟମରେ ସାମାଜିକ ସୁରକ୍ଷା ର ଏକିକରଣ କରାଯିବ । ଯାହା ସେମାନଙ୍କ ପାଇଁ ଗୋଟିଏ ଭଲ ସୁଯୋଗ ଆଣିବ ।

ଇ ଶ୍ରମ କାର୍ଡ ଯୋଜନା କରିବା ପାଇଁ ଆବଶ୍ୟକ –

-ଭାରତୀୟ ନାଗରିକ ହୋଇଥିବେ
– ଆୟୁ ସୀମା – ୧୬-୫୯ ବର୍ଷ ହୋଇଥିବା ଆବଶ୍ୟକ
– ଆଧାର କାର୍ଡ
– ପ୍ୟାନ୍ କାର୍ଡ
– ପାସପୋର୍ଟ
– ମୋବାଇଲ ନମ୍ବର
– ବ୍ୟାଙ୍କ୍ ଖାତା ବିବରଣୀ

ଆବେଦନ କରିବାର ପ୍ରକ୍ରିୟା –

– ସର୍ବ ପ୍ରଥମେ ଇ ଶ୍ରମ ପୋର୍ଟାଲ ର ଅଫିସିଆଲ୍ eshrama.gov.in କୁ ଯାଆନ୍ତୁ
– ଏହାର ହୋମ ପେଜ କୁ ଯାଇ ରେଜିଷ୍ଟ୍ରେସନ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
– ଏଠାରେ ରେଜିଷ୍ଟ୍ରେସନ୍ ଫମ୍ ଖୋଲିବା ପରେ କରିବା ପରେ ସମସ୍ତ ବ୍ୟକ୍ତିଗତ ବିବରଣୀ ଦେଇ ଭରନ୍ତୁ
– ଏହାପରେ ମୋବାଇଲ୍ ନମ୍ୱର୍ ରେ ଓଟିପି ପଠାଇବାର ବିକଳ୍ପ କୁ ବାଛନ୍ତୁ
– ଏହାପରେ ସମସ୍ତ ଅତ୍ୟାବଶ୍ୟକୀୟ କାଗଜ କୁ ଅପଲୋଡ଼ କରି ସବ୍ ମିଟ କରନ୍ତୁ

ଯଦି ଅନ୍ୟ କିଛି ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ସରକାରଙ୍କ ର ଅଫିସିଆଲ୍ ଟୁଇଟର ରେ ଟୁଇଟ କରି ପାରିବେ ।

Leave A Reply