Odisha news

ମହାଭାରତ ର ରୋଚକ କଥା : ଅଧର୍ମୀ ଦୁର୍ଯ୍ୟୋଧନକୁ କଣ ପାଇଁ ମିଳିଥିଲା ସ୍ଵର୍ଗରେ ସ୍ଥାନ

ମହାଭାରତର ସ୍ୱର୍ଗ ଧାରଣ କଥା ଅନୁସାରେ ଯୁଧିଷ୍ଠିର ଯୁଦ୍ଧରେ ବିଜୟ ହାସଲ କରି ୩୬ ବର୍ଷ ପର୍ଯ୍ୟନ୍ତ ହସ୍ତିନା ପୁରରେ ରାଜତ୍ୱ କରିଥିଲେ l ଯେତେବେଳେ ଶ୍ରୀକୃଷ୍ଣ ଦେହ ତ୍ୟାଗ କଲେ ସେତେବେଳେ ଯୁଧିଷ୍ଠିର ମଧ୍ୟ ଧରି ନେଲେ ଯେ ତାଙ୍କୁ ମଧ୍ୟ ବର୍ତମାନ ପୃଥିବୀରୁ ଯିବାର ଅଛି l ଏହାପରେ ସେ ପରୀକ୍ଷିତ ଙ୍କୁ ରାଜପାଟ  ସମର୍ପଣ କରି ଭାଇ ମାନଙ୍କୁ ସାଙ୍ଗରେ ନେଇ ଦ୍ରୌପଦୀ ଙ୍କ ସହିତ ସଶରୀରେ ସ୍ୱର୍ଗ ଯାତ୍ରା କରିବା ପାଇଁ ସ୍ଥିର କଲେ l

ସ୍ୱର୍ଗଲୋକ ରେ ଯୁଧିଷ୍ଠିର ଦେଖିଲେ ଦୁର୍ଯ୍ୟୋଧନ ତେଜସ୍ୱି ଦେବତା ମାନଙ୍କ ସହିତ ଦିବ୍ୟ ସିଂହlସନା ରେ ବସି ସୂର୍ଯ୍ୟଙ୍କ ଭଳି ଚମକୁ ଛନ୍ତି l ଏହାକୁ ଦେଖି ଯୁଧିଷ୍ଠିର କ୍ରୋଧିତ ହୋଇ ଦେବତା ମାନଙ୍କ ଆଡକୁ ମୁହଁ କରି ବୁଲିଗଲେ ଓ କହିଲେ ହେ ଦେବଗଣ ! ଯେଉଁ ବ୍ୟକ୍ତି ନିଜ ଲୋକ ମାନଙ୍କର ବିନାଶ ଘଟାଇଲା , ସମ୍ପୂର୍ଣ ପୃଥିବୀକୁ ଧ୍ବଂସ କରିଦେଲା , ଯିଏ ଆମକୁ ଏତେ କଷ୍ଟ ଦେଲା ସେହି ଅଧର୍ମୀ କିପରି ସ୍ୱର୍ଗ ଲୋକରେ ସ୍ଥାନ ପାଇଲା l ମୁଁ ଏଠାରେ ଦୁର୍ଯ୍ୟୋଧନ ସହିତ ରହି ପାରିବି ନାହିଁ ମୁଁ ମର୍ତ୍ୟ ଲୋକକୁ ଯିବି ଯେଉଁଠି ମୋ ଭାଇମାନେ ଅଛନ୍ତି l

ଯୁଧିଷ୍ଠିରଙ୍କ କଥା ଶୁଣି ନାରଦ ମୁନି କହିଲେ ଧର୍ମରାଜ ସ୍ଵର୍ଗରେ ରହିବା ଦ୍ୱାରା ପୂର୍ବର ଶତ୍ରୁତା କମିଯାଏ , ଆପଣଙ୍କୁ ଏପରି କଥା କହିବା ଶୋଭା ପାଉନାହିଁ l କଥାଟି ହେଲା ଦୁର୍ଯ୍ୟଧାନ କୁରୁକ୍ଷେତ୍ର ଯୁଦ୍ଧରେ ଶରୀରର ଆହୁତି ଦେଇ ବିରଗତି ପ୍ରାପ୍ତ କରିଥିଲା l ଯିଏ କି ଯୁଦ୍ଧରେ ଦେବ ତୁଲ୍ୟ ତମ ଭାଇ ମାନଙ୍କର ସାମ୍ନା କରିଥିଲା l ଦୁର୍ଯ୍ୟୋଧନ ଭୟ ସମୟରେ ମଧ୍ୟ ନିର୍ଭିକ ରହିଥିଲା l ସେ କ୍ଷତ୍ରିୟର ଧର୍ମ ଅନୁସାରେ ଯୁଦ୍ଧ କରିଥିଲା l

ଯେତେବେଳେ ଭୀମ ଉକ୍ତ ପ୍ରଶ୍ନ ଯୁଧିଷ୍ଠିର ଙ୍କୁ ପଚାରିଲେ ଭାଇ ଦୁର୍ଯ୍ୟୋଧନ ଏତେ ପାପ କରି ସ୍ୱର୍ଗ କିପରି ଲାଭ କଲା ? ଏହାର ଜବାବରେ ଯୁଧିଷ୍ଠିର କହିଲେ ତାର ସଂକଳ୍ପ କୁ ପୁରା କରିବା ପାଇଁ ସେ ସାରା ଜୀବନ ଲାଗି ପଡିଲା l ତାକୁ ପିଲାବେଳୁ ଭଲ ସଂସ୍କାର ମିଳି ନଥିଲା , ସେଥିପାଇଁ ସେ ସତ୍ୟର ସହିତ ରହି ପାରିଲାନାହିଁ l ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ସେ ନିଜର ଲକ୍ଷରେ ଦୃଢ ସଂକଳ୍ପ ରହିଲା l  ତେଣୁ ସେ ଯେତେ ଅଧର୍ମ କର୍ମ କଲେ ମଧ୍ୟ ସ୍ୱର୍ଗ ପ୍ରାପ୍ତି କରିଥିଲା l ଏହାପରେ ପାଣ୍ଡଵ ମାନେ ସନ୍ତୁଷ୍ଟ ହୋଇ ଦୁର୍ଯ୍ୟୋଧନ ସହିତ ସ୍ଵର୍ଗରେ ଖୁସିରେ ରହିଲେ l

Comments are closed.