ଲକଡାଉନ ସମୟରେ କୌଣସି ପ୍ରକାର ଧାମିକ ଉତ୍ସବ ଆୟୋଜନ ଉପରେ ରୋକ , ଚର୍ଛରେ ପ୍ରାଥନା ଅଭିଯୋଗରେ ୪୧ଜଣଙ୍କ ନାମରେ ମାମଲା ରୁଜୁ
ଆର,ଉଦୟଗିରି: – ମାରାମ୍ଭକ କରୋନାରୁ ରକ୍ଷା ପାଇବା ପାଇଁ ପ୍ରଶାସନ ଦିନରାତି ଏକକକାର କରିଥିବା ବେଳେ କେତେକ ଅମାନିଆ ତାହାକୁ ଟାଳିବାରେ ଲାଗିଛନ୍ତି । ଲକଡାଉନ ସମୟରେ କୌଣସି ପ୍ରକାର ଧାମିକ ଉତ୍ସବ ଆୟୋଜନ ଉପରେ ରୋକ ଲାଗିଛି। କିନ୍ତୁ କେତେକ ଧାମିକ ସଂଗଠନ ପ୍ରଶାସନିକ ନିର୍ଦେଶକୁ ଖାତିର ନକରି ମନଇଛା କାମ କରୁଥିବା ଦେବାକୁମିଳୁଛି ।
ତାଲାବନ୍ଦ ସମୟରେ କୌଣସି ପରିସ୍ଥିତିରେ ମଧ୍ୟ ମନ୍ଦିର , ମସ୍ଜିତ୍ ଓ ଚର୍ଛ ଆଦି ଧାମିକ ଅନୁଷ୍ଠାନରେ ଲୋକେ ଏକତ୍ରିତ ହୋଇପାରିବେ ନାହିଁ । ଏପରିକି ସଭାସମିତି ,ଭୋତିଭାତ ନକରିକୁ ନିଦ୍ଦେଶ ରହିଛି । ରବିବାର ମୋହନା ବ୍ଲକ ତେତୁଲିଖୁଣ୍ଟି ଚର୍ଛରେ ପ୍ରୟ ୪୧ ରୁ ଉଦ୍ଦ ଲୋକ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିବା କୌଣସି ସୁତ୍ରରୁ ଖବରପାଇ ତହସିଲିଦାର କଲ୍ୟାଣ ସଂଘମିତ୍ରା ଦେବୀ ଉକ୍ତ ଚର୍ଛରେ ପହଞ୍ଚି ପ୍ରାର୍ଥନା ବନ୍ଦ କରାଯାଇଥିଲା ।
ସମସ୍ତଙ୍କୁ ପଦାକୁ ବାହାର କରିବା ପରେ ୪୧ ଜଣକୁ ବାହର କରିବା ପରେ ୪୧ ଜଣଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲେ । ମୋହନା ଥାନାରେ କେସ୍ ରୁଜୁ ହେବା ପରେ ୪୧ ଜଣଙ୍କୁ ଥାନାକୁ ଆଣି ତାଗିଦ୍ ଓ ନୋଟିସ୍ ଦେଇ ଛଡାଯାଇଥିବା ଆଇଆଇସି ସୁଜିତି କୁମାର ନାୟକ କହିଛନ୍ତି ।