Odisha news

ରାହାମା ବଜାରରେ କୋଭିଡ-୧୯ର ନିୟମାବଳୀ ଅନୁଧ୍ୟାନ କଲେ ତହସିଲଦାର

0

ରାହାମା ତା ୯/୫- : କୋଭିଡ-୧୯କୁ ନେଇ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା-୫୧୬, ତା ୪/୫/୨୦୨୦ରିଖ ନିଦେ୍ର୍ଦଶ ନାମା ଅନୁସାରେ ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ବ୍ୟବସାୟ ଅନୁଷ୍ଠାନ ନିମନ୍ତେ ଏକ ନିଦେ୍ର୍ଦଶନାମା ଜାରୀ କରିଥିଲେ । ନିଦେ୍ର୍ଦଶନାମା ମୁତାବକ କେଉଁକେଉଁ ବ୍ୟବସାୟ ପ୍ରତିଷ୍ଠାନ ଖୋଲବ ଏବଂ କେଉଁକେଉଁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦରହିବ ତାହାର ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ବିଜ୍ଞପ୍ତିରେ ନାମ ପ୍ରକାଶ ପାଇଥିବା ଦୋକାନ ଗୁଡିକ ଖୋଲିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ଚାପ ପ୍ରୟୋଗ କରି କୈାଣସି ଦୋକାନ ଖୋଲାଇଦେଇନଥିଲେ । ୬ ତାରିଖ ପର୍ଯ୍ୟନ୍ତ ପୂର୍ବଭଳି ରାହାମାରେ ସମସ୍ତ ଦୋକାନ ବନ୍ଦ ରହିବା ପାଇଁ ପ୍ରଶାସନିକ ଅଧିକାରୀମାନେ ଚାପ ପ୍ରୟୋଗ କରିଥିଲେ, ଫଳରେ ରାହାମା ବଜାର କମିଟି ଏ ସଂପର୍କରେ ଜଗତସିଂହପୁର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ ।

କୋଭିଡ-୧୯ ନିୟମାବଳୀ ପାଳନ କରିବା , ଦୋକାନ ଖୋଲିବାକୁ ନିୟମ କରାଯାଇଥିବା ଦୋକାନ ଗୁଡିକ ଖୋଲିବାପାଇଁ ଜିଲ୍ଲାପାଳ କହିଥିଲେ । ଏଥି ନିମନ୍ତେ ତିର୍ତୋଲ ପୋଲିସ, ରାହାମା ବଜାର କମିଟି, କୁଜଙ୍ଗ ତହସିଲ ପକ୍ଷରୁ ଆଲୋଚନା କରାଯାଇ ଦୋକାନ ଗୁଡିକ ଖୋଲିଥିଲା । ରାହାମା ବଜାରରେ କୋଭିଡ-୧୯ ର ନିୟମାବଳୀ ପାଳନ ହେଉଛି କି ନାହିଁ ତାହା ପରଖିବା ପାଇଁ ଆଜି କୁଜଙ୍ଗ ନୂତନ ତହସିଲଦାର ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀ, ଅତିରିକ୍ତ ତହସିଲଦାର ଦିଲ୍ଲିପ କୁମାର ନାୟକ.ତିର୍ତୋଲ ଥାନା ଅଧିକାରୀ କୃ୍ର୍ଷ୍ଣପ୍ରସାଦ ମିଶ୍ରଙ୍କ ସମେତ ରାହାମା ବଜାର କମିଟି ସଭାପତି ଜଟାଧାରୀ ଦାସ ସଂପାଦକ ସୁନାକର ବେହେରା, ଉପ-ସଭାପତି ମନୋଜ କୁମାର ସାହୁ, ରାହାମା ବଜାରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଯାଚଂ କରିଥିଲେ ।

ସାନିଟାରିଜେସନ, ୧ ମିଟର ଦୁରତ୍ୱ ଗ୍ରାହକମାନେ ରକ୍ଷାକରିବା ଓ ମାସ୍କ ପରିଧା କରିବା ପାଇଁ ତହସିଲଦାର ପ୍ରିୟଦର୍ଶିନୀ ସମସ୍ତଙ୍କ ପରାମର୍ଶ ଦେଇଥିଲେ । ଅପରପକ୍ଷରେ ଆଗକୁ ସାବିତ୍ରୀ ବ୍ରତ ପଡୁଥିବାରୁ ଲୁଗାଦୋକାନୀ ମାନେ ଦୋକାନ ଖୋଲିବାକୁ ଅନୁମତି ଦେବାପାଇଁ ତହସିଲଦାରଙ୍କୁ ଅନୁରୋଧ କରିଥିଲେ ।

Leave A Reply