Odisha news

ମୟୂରଭଞ୍ଜରେ ଲକ୍ଡାଉନ୍ ସମୟରେ ଅସହାୟ ଏବଂ ପ୍ରବାସୀ ଶ୍ରମିଖ ମାନଙ୍କୁ ରନ୍ଧାଖାଦ୍ୟ/ରେସନ ସାମଗ୍ରୀ ବଣ୍ଟନ

0

ବାରିପଦା : ରାଜ୍ୟସରକାରଙ୍କ ନିଦେ୍ର୍ଦଶ କ୍ରମେ ଲକ୍ଡାଉନ ସମୟରେ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ତତ୍ୱାବଧାନରେ ଜିଲ୍ଲାରେ ଥିବା ଅତି ଗରିବ, ନିସ୍ୱଅସହାୟମ ଶାରିରୀକ ଦୁର୍ବଳ, ଭିକ୍ଷକ/ମାନସୀକ ବିକୃତ ବ୍ୟକ୍ତି ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଅଛି । ବିଶେଷ କରି ଉପରୋକ୍ତ ଲୋକମାନଙ୍କୁ ଦୈନ୍ୟନ୍ଦିନରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯିବା ଦିଗରେ ବିଶେଷ ଦୃଷ୍ଟି ନେଇ ଜିଲ୍ଲାର ମାଗଣା ରନ୍ଧାଖାଦ୍ୟ ପ୍ରତ୍ୟେକଦିନ ଯୋଗାଇ ଦିଆଯିବାର ବ୍ୟବସ୍ଥାରେ ଜିଲ୍ଲାର ୨୬ଟି ବ୍ଲକ ଅନ୍ତର୍ଗତ ଗ୍ରାମପଂଚାୟତର ବିଭିନ୍ନ ଗ୍ରାମାଂଚଳ ଓ ୪ଟି ସହରାଂଚଳର ବିଭିନ୍ନ ୱାର୍ଡରେ ୧୭ତାରିଖ ସୁଦ୍ଧା ମୋଟ୍ ୨,୪୦,୫୧୭ଜଣ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଅଛି । ଏଥିରେ ୨,୧୭,୮୯୧ ବୟସ୍କ ଲୋକ ଏବଂ ୨୨,୬୨୬ଜଣ ପିଲାଙ୍କୁ ବଣ୍ଟନ କରାଯାଇଅଛି । ସେହିପରି ଜିଲ୍ଲାର ଲକ୍ଡାଉନ ସମୟରେ ଅଟକି ରହିଥିବା ୮୨,୮୨୪ ପ୍ରବାସୀ ଶ୍ରମିକ ମାନଙ୍କୁ ୨୬ବ୍ଲକ ୪ ସହରାଂଚଳର ବିଭିନ୍ନ ବିଦ୍ୟାଳୟ ୫୪ଟି ଆଶ୍ରୟ ସ୍ଥଳି ଏବଂ ଅନ୍ୟାନ୍ୟ ସ୍ଥାନରେ ରଖାଯାଇ ଆଜି ସୁଦ୍ଧା ସେମାନଙ୍କୁ ରନ୍ଧାଖାଦ୍ୟ/ଶୁଖିଲା ରାସନ୍ ସାମଗ୍ରି ମାଗଣାରେ ବଣ୍ଟନ କରାଯାଉଅଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଯନô ପ୍ରତି ମଧ୍ୟ ସ୍ୱତନ୍ତ୍ର ସଭେଲିଆନ୍ ଟିମ୍ ଦ୍ୱାରା ତଦାରଖ କରାଯାଉଅଛି ।

Leave A Reply