Odisha news

ଆଜି ହେଉଛି ମାଙ୍କ ଷଷ୍ଠୀ ପୂଜା : ମା କାତ୍ୟାୟନୀ ଙ୍କୁ ଏହି ମନ୍ତ୍ର ପଢି କରନ୍ତୁ ସନ୍ତୁଷ୍ଟ ଓ ଜୀବନ ର ସମସ୍ତ ପାପ ହେବ କ୍ଷୟ

0
ନବରାତ୍ରି ର ଷଷ୍ଠ ଦିନରେ ମା କାତ୍ୟାୟନୀ ଙ୍କୁ ପୂଜା କରାଯାଇ ଥାଏ l ତାଙ୍କର ଉପାସନା ଓ ଆରାଧନା ଦ୍ୱାରା ଭକ୍ତଙ୍କୁ ଖୁବ ସହଜରେ ଅର୍ଥ, ଧର୍ମ, କାମ ଓ ମୋକ୍ଷ ୪ଟି ଫଳ ପ୍ରାପ୍ତି ହୋଇଥାଏ l ଉକ୍ତ ବ୍ୟକ୍ତିର ରୋଗ, ଶୋକ, ସଂତାପ ଓ ଭୟ ନଷ୍ଟ ହୋଇ ଯାଇଥାଏ l ଜନ୍ମର ସମସ୍ତ ପାପ ନଷ୍ଟ ହୋଇଯାଏ l
* ମାତା କାତ୍ୟାୟନୀ ଙ୍କ ଜନ୍ମ –
ମାତା କାତ୍ୟାୟନୀ ଙ୍କ ନବରାତ୍ରି ର ଷଷ୍ଠ ଦିନରେ ପୂଜା କରାଯାଏ l କାତ୍ୟା ଗାତ୍ରରେ ବିଶ୍ୱପ୍ରସିଧ ମହର୍ଷି କାତ୍ୟାୟନ ଭଗବତୀ ପରମ୍ୱା ଙ୍କ ଉପାସନା କରିଥିଲେ l ତାଙ୍କର ଇଛା ଥିଲା ଯେ ତାଙ୍କର ଗୋଟିଏ କନ୍ୟା ଜନ୍ମ ହେଉ l ମା ଭଗବତୀ ତାଙ୍କ ଗୃହରେ କନ୍ୟା ରୂପରେ ଜନ୍ମ ଗ୍ରହଣ କରିଥିଲେ l ସେଥିପାଇଁ ତାଙ୍କୁ ମାତା କାତ୍ୟାୟନୀ କୁହାଯାଏ l
* ଆଜିର ବିଜ୍ଞାନ ଯୁଗରେ ମା କାତ୍ୟାୟନୀଙ୍କ ମହତ୍ୱ ସର୍ବାଧିକ ଅଟେ l ତାଙ୍କ କୃପା ଦୃଷ୍ଟି କାରଣରୁ ସମସ୍ତ କାର୍ଯ୍ୟ ପୁରଣ ହୋଇଥାଏ l ମା କାତ୍ୟାୟନୀ ଅମୋଘ ଫଳଦାୟିନୀ ଅଟନ୍ତି l ମା କାତ୍ୟାୟନୀ ବୈଦନଥ ନାମକ ସ୍ଥାନରେ ପ୍ରଘଟ ହୋଇ ପୂଜା ପାଉଥିଲେ ।
କୃଷ୍ଣ ଙ୍କୁ ସ୍ବାମୀ ଭାବରେ ଲାଭ କରିବା ପାଇଁ ବ୍ରଜ ର ଗୋପୀ ମାନେ ଏହି ଦେବୀ ଙ୍କୁ ପୂଜା କରୁଥିଲେ । ଏହି ପୂଜା କାଳନ୍ଦି ଘାଟରେ ଯମୁନା ନଦୀ କୂଳରେ ପୂଜା କରାଯାଉ ଥିଲା । ତେଣୁ ମା କାତ୍ୟାୟନୀ ସମଗ୍ର ବ୍ରଜ ମଣ୍ଡଳ ର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି । ତାଙ୍କ ର ସ୍ୱରୂପ ଖୁବ୍ ଦିବ୍ୟ ଅଟେ ।
ମା କାତ୍ୟାୟନୀ ଚତୁର୍ଭୁଜା ଅଟନ୍ତି । ମାତା କାତ୍ୟାୟନୀ ଙ୍କ ବାହନ ସିଂହ ଅଟେ । ମା କାତ୍ୟାୟନୀ ଙ୍କ ଡାହାଣ ପାର୍ଶ୍ଵର ୨ ଟି ହାତ ଅଭୟ ମୁଦ୍ରା ଓ ବର ମୁଦ୍ରାରେ ରହିଥାଏ । ବାମ ପାର୍ଶ୍ୱରେ ଖଡଗ ଓ ପଦ୍ମ ଫୁଲ ଶୋଭା ପାଇଥାଏ ।
ମା କାତ୍ୟାୟନୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଜିର ଦିନରେ ” ଚନ୍ଦ୍ରହାସୋ ଜ୍ଵଳ କରା ସର୍ଦୂଳ ବର ବାହାନା, କାତ୍ୟାୟନୀ ଶୁଭଙ୍ଗ ଯଦ୍ୟା ଦେବୀ ଦାନବ ଘତିନୀ ” ।
ଏହି ମନ୍ତ୍ର କୁ ଜପ କରିବା ଦ୍ୱାରା ରୋଗ , ଶୋକ , ସନ୍ତାପ, ଓ ଭୟ ନଷ୍ଟ ହୋଇଥାଏ ।
Nalco
Leave A Reply