Odisha news

ଆଜି ହେଉଛି ଶାରଦୀୟ ନବରାତ୍ରୀ ର ଦ୍ଵିତୀୟ ଦିନ : ମା ବ୍ରହ୍ମଚାରିଣୀଙ୍କ ଆଶୀର୍ବାଦ ରେ ସୁଖମୟ ହୋଇଥାଏ ଦାମ୍ପତ୍ୟ ଜୀବନ

0

ମହିଷାମର୍ଦିନୀ ସିଂହବାହିନୀ ଧରାପୃଷ୍ଠକୁ ଅବତରଣ କରି ମଣିଷ ସମାଜର ଦୁଃଖଦୁର୍ଦଶା ଦୂର କରି ସୁଖଶାନ୍ତିର ଆଶୀର୍ବାଦ ପ୍ରଦାନ କରିବେ l ଆଜି ହେଉଛି ଆଶ୍ୱିନ ମାସ ପ୍ରତିପଦ ତିଥିରେ ଶାରଦୀୟ ନବରାତ୍ରୀ ର ଆରମ୍ଭ ହୋଇଥାଏ l ଏହି ୯ଦିନ ମାଙ୍କ ର ବିଭିନ୍ନ ରୂପର ବିଧିବଧ ଭାବରେ ପୂଜା କରାଯାଇ ଥାଏ l ନବରାତ୍ରୀ ର ଦ୍ଵିତୀୟ ଦିନରେ ମା ବ୍ରହ୍ମଚାରୀଣୀ ଙ୍କ ର ପୂଜାର୍ଚନା କରାଯାଇଥାଏ l ମା ବ୍ରହ୍ମଚାରୀଣୀ ଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସୁଖ- ସମୃଦ୍ଧି ଲାଭ ହୋଇଥାଏ l

* ମା ବ୍ରହ୍ମଚାରୀଣୀ କିପରି ଆବିର୍ଭାବ ହୋଇଥିଲେ –
ପୌରାଣିକ କଥା ଅନୁସାରେ, ମା ବ୍ରହ୍ମଚାରୀଣି ଙ୍କ ଜନ୍ମ ପାର୍ବତୀ ରୂପ ରେ ପର୍ବତରାଜ ଙ୍କ ଘରେ କନ୍ୟା ଭାବରେ ହୋଇଥିଲା l ମହାଦେବ ଙ୍କ ସହିତ ବିବାହ କରିବା ପାଇଁ ନାରଦ ମୁନୀ ମା ପାର୍ବତୀ ଙ୍କ ବ୍ରତ ରଖିବା ପାଇଁ କହିଥିଲେ l ମହାଦେବ ଙ୍କୁ ଲାଭ କରିବା ପାଇଁ ମା ଗୌରୀ ନିର୍ଜଳା, ନିରାହାର ହୋଇ କଠୋର ତପସ୍ୟା କରିଥିଲେ l ହଜାର ହଜାର ବର୍ଷ ତପସ୍ୟା କରିବା ପରେ ମା ଙ୍କୁ ବ୍ରହ୍ମଚାରୀଣୀ ବା ତପସ୍ଛାରିଣୀ ନାମରେ ନାମିତ କରାଯାଇ ଥିଲା l

* କିପରି ହୋଇଥାଏ ମା ବ୍ରହ୍ମଚାରୀଣିଙ୍କ ରୂପ -:
ମା ଦୁର୍ଗା ଙ୍କର ଦ୍ଵିତୀୟ ଦିନର ପୂଜାରେ ଶକ୍ତି ସ୍ୱରିପିଣୀ ଙ୍କର ବ୍ରହ୍ମଚାରୀଣି ରୂପ ଖୁବ ଦୁର୍ଲଭ ଅଟେ l ଯିଏ ମଧ୍ୟ ଏହାକୁ ଦର୍ଶନ କରିଥାଏ ତାର ସମସ୍ତ ମନୋସ୍କାମନା ପୁର୍ଣ ହୋଇଥାଏ l ମା ବ୍ରହ୍ମଚାରୀଣୀ ଙ୍କ ଦକ୍ଷିଣ ହସ୍ତ ରେ ଜପ ମାଳା ଓ ବାମ ହସ୍ତରେ କମଣ୍ଡଳୁ ରହିଥାଏ l ଦେବୀ ବ୍ରହ୍ମଚାରୀଣୀ ସାକ୍ଷାତ ବ୍ରହ୍ମାଙ୍କ ରୂପ ବୋଲି ପୁରାଣରେ ବର୍ଣନା ରହିଛି l

* ମା ବ୍ରହ୍ମଚାରୀଣୀ ଦାମ୍ପତ୍ୟ ଜୀବନରେ ଆଣି ଥାଆନ୍ତି ସୁଖ ସମୃଦ୍ଧି -:
ନାବରାତ୍ରୀର ଦ୍ଵିତୀୟ ଦିନରେ ମା ବ୍ରହ୍ମଚାରିଣୀଙ୍କୁ ଦର୍ଶନ କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ନିବିଡ଼ତା ବୃଦ୍ଧି ହୋଇଥାଏ ଓ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ l ଶାସ୍ତ୍ର ଅନୁସାରେ ଏହିଦିନ ମାଙ୍କୁ ସିନ୍ଦୁର, ବେଲପତ୍ର ଓ ମନ୍ଦାରଫୁଲ ମାଳ ଅର୍ପଣ କରିବା ଉଚିତ l ଏହାଛଡା ବିଡିଆ ପାନ ମାଙ୍କ ନିକଟରେ ଅର୍ପଣ କରିବା ନୀହଟି ଜରୁରୀ l ଯେଉଁଥିରେ ପାନ ପତ୍ର, ଗୁଆ, ଲବଙ୍ଗ, ଗୁଜୁରାତୀ ଇତ୍ୟାଦି ଥିବ l ଏହି ପାନ ଟିକୁ ସନ୍ଧ୍ୟା ସମୟରେ ସମସ୍ତଙ୍କୁ ପ୍ରସାଦ ଭାବରେ ବାଣ୍ଟି ଦେବେ l

* ମା ବ୍ରହ୍ମଚାରୀଣୀ ଙ୍କ ମନ୍ତ୍ର -:
ପୂଜା ସାରିବା ପରେ ହାତରେ ଫୁଲ ଧରି ମାଙ୍କୁ ଧ୍ୟାନ ଦେଇ ଏହି ମନ୍ତ୍ର ପାଠ କରନ୍ତୁ ‘ ବ୍ରହ୍ମଚାରୟୀତୁମ ଶୀଳମ ଯସ୍ୟା ସା ବ୍ରହ୍ମଚାରୀଣୀ, ସଚ୍ଚିଦାନନ୍ଦ ସୁଶୀଳା ଚ ବିଶ୍ୱରୁପା ନମୋସ୍ତୁତେ ‘ l ଏହି ମନ୍ତ୍ରକୁ ଉଚ୍ଚାରଣ କରିସାରି ପୁଷ୍ପାଞ୍ଜଳୀ ଅର୍ପଣ କରନ୍ତୁ l

Nalco
Leave A Reply