Odisha news

ଚଳିତ ବର୍ଷ ନବରାତ୍ରୀ ରେ ୩୦ ବର୍ଷ ପରେ ଘଟୁଛି ବିଶେଷ ଯୋଗ, ଘରର ସୁଖ ସମୃଦ୍ଧି ପାଇଁ କରନ୍ତୁ ଏହି ବିଶେଷ ଉପାୟ

0

ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରି ର ଖୁବ ମହତ୍ୱ ରହିଛି l ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହେଉଛି l ଏହି ସମୟରେ ସମଗ୍ର ଭାରତ ବର୍ଷ ସମ୍ପୂର୍ଣ ଉତ୍ସବ ମୁଖର ହୋଇଥାଏ l ଶାରଦୀୟ ନବରାତ୍ରୀ ରେ ହିନ୍ଦୁ ପରିବାର ରେ କଳସ ସ୍ଥାପନା ର ବିଶେଷ ମହତ୍ୱ ରହିଛି l ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ୩୦ ବର୍ଷ ପରେ ବିଶେଷ ଯୋଗ ଘଟୁଛି l

– ଚଳିତ ଥର ନବରାତ୍ରୀ ରେ ଶନିଦେବ ନିଜ ରାଶି ମକର ରାଶିରେ ଓ ଦେବ ଗୁରୁ ବୃହସ୍ପତି ମୀନ ରାଶିରେ ରେ ରହୁ ଥିବାରୁ ଘଟୁଛି ବିଶେଷ ଯୋଗ l ଚଳିତ ଥର ନବରାତ୍ରୀ ର ଶୁଭ ମୁହୂର୍ତ ୨୬ ତାରିଖ ସକାଳ ୩ଟା ସମୟରେ ଆରମ୍ଭ ହେଉଛି l

– ନବରାତ୍ରୀ ସମୟରେ ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣ ପର ନିନ୍ଦା, ଖରାପ ବ୍ୟବହାର, ଅହଂକାର, ମିଛ, ଲୋଭ, ଘୃଣା, ଇତ୍ୟାଦି ଠାରୁ ଦୁରେଇ ରହିବା ଆବଶ୍ୟକ l ଏହିସବୁ ଗୁଣକୁ ନିଜ ମଧ୍ୟରୁ ତ୍ୟାଗ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ l ଏହାଛଡା ଜୀବନରେ ସକାରାତ୍ମକ ଶକ୍ତିର ସଂଚାର ହୋଇଥାଏ l

– ନବରାତ୍ରୀ ବ୍ରତ କରୁଥିବା ମହିଳାମାନେ ଘରର ସଦସ୍ୟ ମାନଙ୍କ ପ୍ରତି ସ୍ନେହ ଓ ସଦଭାବନା ରଖିବା ଦ୍ୱାରା ସେମାନଙ୍କ ମଧ୍ୟରେ ସୁଧୀ କରଣ ହୋଇଥାଏ ଓ ପରିବାରର ମଙ୍ଗଳ ହୋଇଥାଏ l

– ମାଙ୍କୁ ଏହି ୯ଦିନ ପାନ ଓ ଗୁଆ ଅର୍ପଣ କରିବାକୁ ଭୁଲିବେ ନାହିଁ l ପ୍ରତିଦିନ ସନ୍ଧ୍ୟା ଆଳତୀ ପରେ ଏହି ପାନ ଓ ଗୁଆକୁ ଘରର ସଦସ୍ୟ ମାନେ ନିଜ ମଧ୍ୟରେ ବାଣ୍ଟି ଖାଇବା ଦ୍ୱାରା ଘରର ସମସ୍ତ ବିଘ୍ନ ଦୂର ହେବ ଓ ରୋଗ ବୈରାଗ ଦୁରେଇ ଯିବ l

– ମାଙ୍କ ନିକଟରେ ପ୍ରତିଦିନ ପ୍ରସାଦ ଭାବରେ ଆପଣ ଯାହାବି ଅର୍ପଣ କରନ୍ତୁ ସେଥିରେ ମିଶ୍ରି ନିହାତି ଅର୍ପଣ କରିବା ଆବଶ୍ୟକ l ଏହାଦ୍ୱାରା ଘରେ ଖାଦ୍ୟର ଅଭାବ ରୁହେନାହିଁ l

– ନବରାତ୍ରୀ ରେ ସଧବା ନାରୀଙ୍କୁ ଶଙ୍ଖା ସିନ୍ଦୁର ଅର୍ପଣ କରିବା ଉଚିତ l ଏହାଦ୍ୱାରା ସ୍ୱାମୀ ମାନଙ୍କ ଜୀବନ ରୁ ଦୁଃଖ ଦୁର୍ଦଶା ଦୂର ହୋଇଥାଏ ଓ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l

Nalco
Leave A Reply