Odisha news

ନଛିପୁରାଗ୍ରାମର ବହୁ ଯୋଗ୍ୟ ହିତାଧିକାରୀଙ୍କ ଭତ୍ତାରୁ ବଞ୍ଚିତ ନେଇ ଗଣମାଧ୍ୟମ ଅଭିଯୋଗ

0
ଡୁବୁରୀ : ସରକାରଙ୍କ ମାଳ ମାଳ ଯୋଜନା କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି ସଠିକ ଯୋଜନା। ଦାନଗଦି ବ୍ଲକ ଅନ୍ତର୍ଗତ ନଛିପୁରା ପଞ୍ଚାୟତର ନଛିପୁରାଗ୍ରାମରେ କୋଡ଼ିଏରୁ ପଚିଛି ଭତ୍ତାଯୋଗ୍ୟ ହିତାଧିକାରୀରୁ ଏକ ବର୍ଷ ଅଧିକ ଦିନ ହେବ ବଞ୍ଚିତ ଥିବା ନେଇ ଏକ ଗ୍ରାମର ଗୋଟିଏ ଜାଗାରେ ଏକତ୍ରିତ ହୋଇ ଗଣମାଧ୍ୟମ ଆଗରେ ଭତ୍ତା ପାଇବା ଅପେକ୍ଷରେ ସମସ୍ତ ହିତାଧିକାରୀଙ୍କ ପକ୍ଷରୁ ଅଭିଯୋଗ କରିଛନ୍ତି।ଏଥିରେ ବିଭିନ୍ନ ପ୍ରକାର ଭତ୍ତା ଶ୍ରେଣୀର ହିତାଧିକାରୀ ସାମିଲ ଅଛନ୍ତି।ହିତାଧିକାରୀଙ୍କ ପକ୍ଷରୁ ଅଭିଯୋଗ କରିଛନ୍ତି ସେ ଆଗରୁ ଭତ୍ତା ପାଉଥିବା ବେଳେ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ବଞ୍ଚିତ ଅଛନ୍ତି।ସମସ୍ତ ଭତ୍ତା ହିତାଧିକାରୀଙ୍କ ବହୁ ବାର ପଞ୍ଚାୟତ ଅଫିସ, ବ୍ଳକ ଅଫିସ ଓ ଜିଲ୍ଲାପାଳ ଅଫିସ ଦୌଡ଼ ଦୌଡ଼ ନୟାନ୍ତ ହେଲେଣି ।ଦୁଃଖର କଥା ଏଠି ସରକାର ଙ୍କ ମାଳ ମାଳ ଯୋଜନା କିନ୍ତୁ ପକୃତ ହିତାଧିକାରୀଙ୍କ ପାଖରେ ବାଟ ବଣା ହଉଛି। ପକୃତ ହିତାଧିକାରୀ ଏଠି ପଟେ ଚାଖଣ୍ଡେ ପାଇଁ ବାର ଦୁଆର ସୁଣ୍ଡିପିଣ୍ଡା ହେଉଛନ୍ତି।ତେଣୁ ଆଜି ଗଣ ମାଧ୍ୟମ ଆଗରେ ଆକୁଳ ହୋଇ ଭତ୍ତା ଟଙ୍କା ପାଇଁ ଗୁଆହାରି କରିଛନ୍ତି।ଉକ୍ତ ଗ୍ରାମର ପାଉନଥିବା ହିତାଧିକାରୀ ହେଲେ ଧନେଶ୍ୱର ପଲେଇ, ବିଦ୍ୟା ପଲେଇ, ମେଘି ପଲେଇ, ସଞ୍ଜୁ ନାୟକ, ସୁକା ବାରିକ, ଦୌପଦୀ ପ୍ରଧାନ, ମଞ୍ଜି ନାୟକ,ସୁନି ନାୟକ, ଧନୀ ପଲେଇ, ତପନ ଡାଙ୍ଗୁଆ,ପ୍ରାଣନାଥ, ମୋହନ ନାୟକ ଭତ୍ତା ଓ ଅନ୍ୟ ମାନେ ପାଉନଥିବା ଅଭିଯୋଗ କରିଛନ୍ତି।ଏଠି ପ୍ରଶ୍ନ ଉଠୁଛି ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ମଧ୍ୟ ମାସିକଭତ୍ତା ରୁ ବଞ୍ଚିତ ଥିବା ବେଳେ କେବେ ବ୍ଳକ ପ୍ରଶାସନ ଯୋଗ୍ୟ ହିତାଧିକାରୀ କଥା ବୁଝୁଛି ଦେଖିବାକୁ ବାକି ରହିଲା।
Nalco
Leave A Reply