Odisha news

ବେଦାନ୍ତ ଫେକରର ଜନଶୁଣାଣି ଅଞ୍ଚଳବାସୀଙ୍କ ସହମତି

0
ଡ଼ୁବୁରୀ : ଖଣ୍ଡୁରାଇପାଟଣା ମୌଜାଠାରେ ବେଦାନ୍ତ ଫେକରର ମେସର୍ସ ଫେରୋ ଆଲଏଜ କର୍ପୋରେସନ ଲିମିଟେଡ଼ ପକ୍ଷରୁ ଯାଜପୁର ଜିଲ୍ଲା ଦାନଗଦି ତହସିଲ ଅନ୍ତର୍ଗତ ଖଣ୍ଡୁରାଇପାଟଣାଠାରେ ବାର୍ଷିକ ୪,୯୫,୦୦୦ ଟନ କ୍ଷମତା ବିଶିଷ୍ଟ କ୍ରୋମ ଓର ବେନିଫିସିଏସନ ଗ୍ଲାଣ୍ଡ ସ୍ଥାପନ ନିମନ୍ତେ ପରିବେଶୀୟ ମଞ୍ଜୁରୀ ନିମନ୍ତେ ସର୍ବସାଧାରଣ ଶୁଣାଣୀ ଅନୁଷ୍ଠିତ।ଉକ୍ତ କାର୍ଯ୍ୟକ୍ରମରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଳିଙ୍ଗନଗର ସଖା ର ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ଉପସ୍ଥିତରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା।ଏଥିରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ପରିବେଶୀୟ ସଂସ୍ଥା ଏବଂ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାପନ ହେଉଥିବା ସ୍ଥାନରେ ଜନବର୍ଗ, ପ୍ରକଳ୍ପ ଯୋଗୁଁ ଉଚ୍ଛେଦ ହେଉଥିବା ବାସିନ୍ଦା, ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେଉଥିବା ବାସିନ୍ଦାମାନଙ୍କ ଠାରୁ ପ୍ରକଳ୍ପ ସ୍ଥାପନ ଯୋଗୁଁ ପରିବେଶୀୟ ପ୍ରଭାବ ସମ୍ବନ୍ଧୀୟ ପ୍ରସ୍ତାବ ନିଜେ ନିଜର ମନ୍ତବ୍ୟ ଦେଇଥିଲେ।ଏହି ଶୁଣାଣିରେ ୨୩ଜଣ ଭାଗ ନେଇଥିଲା ବେଳେ ପ୍ଲାଣ୍ଟ ସ୍ଥାପନ ସପକ୍ଷରେ ୨୦ଜଣ ଦେଇଥିଲେ ଓ ୩ଜଣ ବିରୋଧ କରିଥିଲେ।ଉକ୍ତ ଶୁଣାଣିରେ ଦାନଗଦି ତହସଲିର ଅତିରିକ୍ତ ଜିଲ୍ଲାପାଳ ନାରଣ ଚନ୍ଦ୍ର ଦୀକ୍ଷିତ,କଳିଙ୍ଗ ନଗର ଅତିରିକ୍ତ ଏସ୍ପି ଏସ ଟୋପ,ବେଦାନ୍ତ ଫେକରର ମୁଖ୍ୟ ଲୋଜିଷ୍ଟିକ ଅଜୟ କୁମାର ପାତ୍ର,ବେଦାନ୍ତ ଫେକରର ମୁଖ୍ୟ ଆଣ୍ଡ ଆଡ଼ମିନ ଅଶୋକ କୁମାର ସେଠୀ,କଳିଙ୍ଗନଗର ପ୍ରଦୂଷଣ ବୋର୍ଡ ଶାଖାର କର୍ମଚାରୀ,ବେଦାନ୍ତ ଫେକରର ଅନ୍ୟ କର୍ମଚାରୀ ସହ ସୁରକ୍ଷା ଦୃଷ୍ଟିରୁ ଟମକା ଥାନର ଅଧିକାରୀ ସୁକାନ୍ତ ପାତ୍ର, କାଳିଆପାଣି ଥାନ ଅଧିକାରୀ ସୁଶାନ୍ତ ଦାସ, ଯଖପୁରା ଥାନ ଅଧିକାରୀ ଜଗଦୀଶ କର ,ସ୍ଥାନୀୟ ଜନ ପ୍ରୀତିନିଧି ଓ ସ୍ଥାନୀୟ ଜନ ସାଧାରଣଙ୍କ ଉପସ୍ଥିତରେ ହୋଇଥିଲା।ସ୍ଥାନୀୟ ୪ପଞ୍ଚାୟତରୁ ୪୦ଅଧିକ ଜନପ୍ରତିନିଧି ସମେତ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ଥିଲେ।

Leave A Reply