ଡ଼ୁବୁରୀ : ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତର ବାରଖାଇ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଶାଳୀଜଙ୍ଗା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତା ସମ୍ପ୍ରସାରଣ ହେବ l ଏହି ରାସ୍ତା ନିର୍ମାଣରେ ବାଧକ ସାଜିଥିବା ଜବର ଦଖଲ କୁ ପ୍ରଶାସନ ବୁଧବାର ଦିନ ଉଚ୍ଛେଦ କରିଛି l ଏହି ରାସ୍ତାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟ ଆରମ୍ଭ ହୋଇଛି l ସାତବାଟିଆ, ରଗଡା, ନୀଳକଣ୍ଠପୁର, ଭାଲୁବସା ଓ ନହୁରାଣିପଶି ଗ୍ରାମ ଗୁଡିକ ଦେଇ ଯାଉଥିବା ଏହି ରାସ୍ତା ଅନେକ ସ୍ଥାନରେ ସଙ୍କୁଚିତ ହୋଇ ପଡିଥିଲା l ନୂତନ ରାସ୍ତା ଦୁଇ ପାର୍ଶ୍ଵ ପ୍ରଶସ୍ତ ହେବା ସହ ଡ୍ରେନେଜ ର ବ୍ୟବସ୍ତା ହେଉଛି l ଏଥିପାଇଁ ପ୍ରଶସ୍ତ ଜାଗା ଆବଶ୍ୟକ ରହିଥିବା ରୁ ନୀଳକଣ୍ଠପୁର ଗାଁ ରେ ରାସ୍ତାକୁ ଲାଗି ରହିଥିବା ସରକାରୀ ଜମି ରେ ଥିବା ଘର, ବାଡ଼ ଓ ପାଚେରୀ ସବୁକୁ ପ୍ରଶାସନ ତରଫରୁ ଉଚ୍ଛେଦ କରାଯାଇଛି l ଜବରଦଖଲ ଉଚ୍ଛେଦ ବେଳେ ତହସିଲଦାର ନମ୍ରତା ମୋଦୀ, ଲ୍ୟାଣ୍ଡ ଆକ୍ୟୁଏସନ ଅଫିସର ନାରାୟଣ ଚନ୍ଦ୍ର ଦୀକ୍ଷିତ ଏବଂ କଳିଙ୍ଗନଗର ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରିୟବ୍ରତ ରାଉତ ଉପସ୍ଥିତ ରହିଥିଲେ l ଅପ୍ରିତିକାର ପରିସ୍ଥିତି ର ମୁକାବିଲା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ ।