ନୂଆଦିଲ୍ଲୀ, ୧୯ ଜୁନ୍ : ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜମ୍ମୁ-କଶ୍ମୀରର ପୂର୍ବତନ ଡିଏସପି ଦେବନ୍ଦର ସିଂ ଏବଂ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଇରଫାନ୍ ଶାଫି ମିରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅତିରିକ୍ତ ଅଧିବେଶନ ବିଚାରପତି ଧର୍ମେନ୍ଦ୍ର ରାଣା ଏକ ଲକ୍ଷ ଟଙ୍କାର ମୁଚାଲିକାରେ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି ।ଉଭୟଙ୍କ ପକ୍ଷରୁ ଓକିଲ ଏମଏସ ଖାନ ଜାମିନ ଆବେଦନ କରି କହିଥିଲେ ଯେ ଅନୁସନ୍ଧାନକାରୀ ସଂସ୍ଥା ଆଇନ ଅନୁଯାୟୀ ୯୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିନାହାଁନ୍ତି । ତେଣୁ ସେମାନଙ୍କୁ ଡିଫଲ୍ଟ ଜାମିନ ଦିଆଯିବା ଉଚିତ୍ । ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି ଜାଭେଦ ଇକବାଲ ଏବଂ ସୟଦ ନାଭିଦ୍ ମୁଶାକ । କୋର୍ଟ କହିଛନ୍ତି ଯେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ୯୦ ଦିନ ପରେ ଚାର୍ଜସିଟ୍ ଦାଖଲ କରିପାରି ନାହିଁ, ତେଣୁ ଉଭୟଙ୍କୁ ଜାମିନ ପ୍ରଦାନ କରାଯାଇଛି ।