Odisha news

ବିଜୁ ଜନତା ଦଳ ପକ୍ଷରୁ ସେଲୁନ କରିଥିବା ୨୦ ଜଣ ଦୋକାନୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ

0

ଭୁବନ ତା ୪.୫.୨୦୨୦- ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ମଧ୍ୟରେ ସେଲୁନ କରିଥିବା ୨୦ ଜଣ ଦୋକାନୀଙ୍କୁ ଶୁଖିଲା ଖାଦ୍ୟ ବିଜୁ ଜନତା ଦଳ ପକ୍ଷରୁ ପ୍ରଦାନ କରାଯାଇଛି । କରୋନା ମହାମାରୀ ପାଇଁଲକଡାଉନ ଘୋଷଣା ସମୟରେ କିଛି ଦୋକାନ ସାମୟିକ ଖୋଲାଯାଉଥିଲା । କିଛି ବନ୍ଦ ରହିଥିଲା । ସେଥିମଧ୍ୟରୁ ସେଲୁନ ଦୋକାନ ଅନ୍ୟତମ ।

ଏହାକୁ ନେଇ ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଙ୍କ ସହାୟତାରେ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ତଥା ମନ୍ତ୍ରୀଙ୍କ କାମାକ୍ଷାନଗର ପ୍ରତିନିଧି ଧର୍ମାନନ୍ଦ ପରିଡା , ଭୁବନ ପ୍ରତିନିଧି ନନ୍ଦକିଶୋର ସାହୁ ଙ୍କ ନେତୃତ୍ୱରେ ପୂର୍ବତନ ଉପନଗରପାଳ ହୃଦାନନ୍ଦ ମହାରଣା , ମାୟାଧର ସାହୁ , ବିଜେଡି ଉପସଭାପତି ବିପିନ ବିହାରୀ ଦାସ , ଜିଲ୍ଲା ଯୁବ ସଂପାଦକ ସୁଶାନ୍ତ ପୃଷ୍ଟି , ଛାତ୍ରନେତା ସଂଜୀବ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଏନ.ଏ.ସି କାର୍ଯ୍ୟାଳୟ ମଧ୍ୟରେ ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିଲେ ।

Leave A Reply