Odisha news

ଦେଶର ପ୍ରଥମ ସ୍ବଦେଶୀ ଡ୍ରୋନ ବରୁଣ : ୧୦୦ କେଜି ଓଜନ ସହିତ ଉଡିବାକୁ ପ୍ରସ୍ତୁତ, ଶୀଘ୍ର ହେବ ନୌସେନା ରେ ସାମିଲ

0

ନୂଆଦିଲ୍ଲୀ : ଭାରତୀୟ ନୌସେନା ରେ ମଣିଷଙ୍କୁ ନେଇ ଉଡାଣ ଭରିବାକୁ ଥିବା ପ୍ରଥମ ଡ୍ରୋନ ସାମିଲ ହେବାକୁ ଯାଉଛି l ଏହି ଡ୍ରୋନ ର ନାମ ବରୁଣ ରଖା ଯାଇଛି l  ଏହି ଡ୍ରୋନ ଟି ୧୦୦ କିଲୋଗ୍ରାମ ଓଜନ ନେଇ ଉଡାଣ ଭରି ପାରିବ l

୨୫ ରୁ ୩୦ କିମି ଦୂରତା ୩୦ ମିନିଟ ରେ ସମ୍ପୂର୍ଣ କରିବ l  ଭାରତୀୟ ନୌସେନା ନିଜ ମନ୍ତବ୍ୟରେ କହିଛି ଯେ ଏହି ଡ୍ରୋନ ଟିକୁ ପୁନା ସ୍ଥିତ ଭାରତୀୟ ଷ୍ଟାର୍ଟଅପ ସାଗର ଡିଫେନ୍ସ ଇଂଜିନିୟରିଂ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ବିକଶିତ କରା ଯାଇଛି l କମ୍ପାନୀର ଫାଉଣ୍ଡର ନିକୁଞ୍ଜ ପରାଶର କହିଛନ୍ତି ଯେ ଡ୍ରୋନ ଟି ଯଦି ଯାନ୍ତ୍ରିକ ତୃଟି ଯୋଗୁଁ ଖରାପ ହୁଏ ଆକାଶ ମାର୍ଗରେ ତେବେ ସୁରକ୍ଷିତ ଭାବରେ ଲାଣ୍ଡିଙ୍ଗ କରିବା ପାଇଁ ସକ୍ଷମ ଅଟେ l

ଏଥିରେ ଗୋଟିଏ ପାରାଚ୍ୟୁଟ ମଧ୍ୟ ରହିଛି l ଯାହାକି ଅପାତକାଳୀନ ସ୍ଥିତି ରେ ଖୋଲିଯିବ ଓ ସୁରକ୍ଷିତ ଭାବରେ ଲାଣ୍ଡିଙ୍ଗ କରି ପାରିବ l ଏହାଛଡା ବରୁଣ ର ବ୍ୟବହାର ଏୟାର ଆମ୍ବୁଲାନ୍ସ ଭାବରେ ଓ ସୁଦୂର ଅଞ୍ଚଳ କୁ ଜିନିଷ ଟ୍ରାନ୍ସପୋର୍ଟ କରାଯିବ l ଡ୍ରୋନ ର ପ୍ରଦର୍ଶନ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇ ଥିଲା l ଏହି ସମୟରେ ତାଙ୍କ ସହିତ କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ l ଏହି ଡ୍ରୋନ ଦ୍ୱାରା ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖା ଯାଇ ପାରିବ l

Nalco
Leave A Reply