Odisha news

ପୁଣି ଆରମ୍ଭ ହେବ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ

0

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପୁଣି ଆରମ୍ଭ ହେବ । ଡିଏଲ, ଏଲଏଲ ଟେଷ୍ଟ ଆରମ୍ଭ ହେବା ନେଇ ପରିବହନ କମିଶନର ସୂଚନା ପ୍ରଦାନ କରିଛନ୍ତି । ସାମାଜିକ ଦୂରତ୍ୱ ସହ ସମସ୍ତ ଗାଇଡଲାଇନ ମାନି ଟେଷ୍ଟ ଆରମ୍ଭ ହେବ । ଡିଏଲ ଟେଷ୍ଟ ପାଇଁ ଆସନ୍ତାକାଲି ଠାରୁ ସାନି ସ୍ଲଟ ବୁକିଂ ଆରମ୍ଭ ହେବ । ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ୭ଟାରୁ ଡିଏଲ ଟେଷ୍ଟ ସ୍ଲଟ ବୁକିଂ ଖୋଲିବ । ଲଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ ୨୨ ତାରିଖ ଠାରୁ ଆରମ୍ଭ ହେବ ବୋଲି କୁହାଯାଇଛି । ଡିଏଲ ଟେଷ୍ଟ ୧୮ରୁ ଓ ଏଲଏଲ ଟେଷ୍ଟ ୨୯ରୁ ଆରମ୍ଭ ହେବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଟେଷ୍ଟିଂ ସମୟରେ ସାମାଜିକ ଦୂରତ୍ୱ ପାଳନ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ବାଦ୍ ଦେଲେ ସମସ୍ତ ଆବେଦନକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଦର୍ଶାଯାଇଛି ।

 

Leave A Reply