ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବୈଠକ ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଗୁରୁତ୍ୱ
ଭୁବନେଶ୍ୱର : ବୃହତ୍ତ ପାନୀୟଜଳ ଯୋଗାଣ ପ୍ରକଳ୍ପ ବୈଠକ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ବୈଠକରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ୍ର ୪୬ଟି ଗ୍ରାମକୁ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ, କୃଷ୍ଣ ପ୍ରସାଦ ବ୍ଲକ୍ର ୯୯ଟି ଗ୍ରାମ, ବ୍ରହ୍ମଗିରି ବ୍ଲକ୍ର ୬୯ଟି ଗ୍ରାମ, କୃଷ୍ଣପ୍ରସାଦ ବ୍ଲକ୍ର ୭ଟି ପଞ୍ଚାୟତ, କଣାସ ବ୍ଲକ୍ର ୧୨୬ଟି ଗ୍ରାମ, ବ୍ରହ୍ମଗିରି ବ୍ଲକ୍ର ୧୮ଟି
ଗ୍ରାମ, ସତ୍ୟବାଦୀ ବ୍ଲକ୍ର ୧୪ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ତଥା ବ୍ରହ୍ମଗିରି, ଭଣ୍ଡାରୀକୁଦାର ଗୋବର୍ଦ୍ଧନପୁରଠାରେ ନିର୍ମାଣାଧୀନ ୫୯ଟି ଗ୍ରାମକୁ ବୃହତ୍ତ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଛି ଏବଂ ଏହି ପ୍ରକଳ୍ପଗୁଡ଼ିକୁ ଖୁବ୍ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ଦାସବର୍ମା ଗୁରୁତ୍ୱ ପ୍ରଦାନ କରିଛନ୍ତିା ଚିଲିକା ହ୍ରଦ ମଧ୍ୟରେ ଥିବା ମହିଷା ଓ ବ୍ରହ୍ମପୁର ଗ୍ରାମକୁ ସ୍ୱତନ୍ତ୍ର ପାନୀୟ ଜଳ ପ୍ରକଳ୍ପ ନିମନ୍ତେ
୨ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ପ୍ରଦାନ କରିଥିଲୋ
ଏଥି ସହିତ ପୁରୀ ସଦର ବ୍ଲକ୍ର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ଟି ପଞ୍ଚାୟତ ଏବଂ ପୁରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୯ଟି ପଞ୍ଚାୟତକୁ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇଦେବାକୁ ରାଜ୍ୟସ୍ତରୀୟ ମଞ୍ଜୁର ପାଇଁ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲାା ଏଥି ସହିତ ପୁରୀ ସଦର, ଗୋପ, ଡେଲାଙ୍ଗ, କାକଟପୁର ବ୍ଳକ୍ ଓ ଅସ୍ତରଙ୍ଗ ବ୍ଲକ୍ ତଥା ପୁରୀ ସଦର ବ୍ଲକ୍ରେ ବିଶୁଦ୍ଧ ପାନୀୟ ଜଳ ଆବଶ୍ୟକତାକୁ ଆଖି ଆଗରେ ରଖି ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଆଲୋଚନା କରାଯାଇଥିଲାା
ଏଥି ସହିତ କ୍ୱାରାଣ୍ଟାଇନ୍ ସେଣ୍ଟରଗୁଡ଼ିକରେ ଶୌଚାଳୟ ଓ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ପାଇଁ ଶ୍ରୀ ଦାସବର୍ମା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲୋ ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ବିଭାଗୀୟ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଶ୍ରୀ ବି. ପରମେଶ୍ୱରନ୍, ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଅଭୟ କୁମାର ବିଶ୍ୱାଳ, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସୁମନ୍ତ କୁମାର ହରିଚନ୍ଦନ, ନିର୍ବାହୀ ଯନ୍ତ୍ରୀ ଶ୍ରୀ ବସନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲୋ