ଭୁବନେଶ୍ୱର, ୨୯ ଜାନୁଆରୀ ୨୦୨୩: ୨୦୨୩ ହକି ବିଶ୍ୱକପ୍ ପୃଷ୍ଠଭୂମିରେ ଅନୁଷ୍ଠିତ ଡଟ୍ ଫେଷ୍ଟର ଦ୍ୱିତୀୟ ସଂସ୍କରଣ ରବିବାର ସମାପ୍ତ ହୋଇଛି । ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଆୟୋଜିତ ସାଂସ୍କୃତିକ, ସଙ୍ଗୀତ, ଖାଦ୍ୟ ଏବଂ କାହାଣୀ ଉତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଅଂଶଗ୍ରହଣ କରିଥିଲେ । ଏହି ଉତ୍ସବ ଜାନୁୟାରୀ ୧୫ ତାରିଖରେ ଉଦ୍ଘାଟିତ ହୋଇ ୧୫ଦିନ ଧରି ଚାଲିଥିଲା । ଗତ ୧୫ ଦିନ ମଧ୍ୟରେ ୬ ଲକ୍ଷରୁ ଅଧିକ ଲୋକ ଏହି ଉତ୍ସବରେ ଯୋଗ ଦେଇଥିଲେ । ଇଡ୍କୋ ପ୍ରଦର୍ଶନୀ ପଡିଆରେ ଦୈନିକ ହାରାହାରି ୪୦ହଜାର ଲୋକଙ୍କ ଆଗମନ ହୋଇଥିଲା । ଭୁବନେଶ୍ୱର ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ, ବିଏମସି, ପୋଲିସ ଫୋର୍ସ ଏବଂ ଭୁବନେଶ୍ୱରର ଟ୍ରାଫିକ ପୋଲିସ ଫୋର୍ସ ଭଳି ବିଭିନ୍ନ କର୍ତୁପକ୍ଷଙ୍କ ନିରବଚ୍ଛିନ୍ନ ସହଯୋଗରେ ସର୍ବାଧିକ ସୁରକ୍ଷା, ନିରାପେକ୍ଷ ଏବଂ ପରିଷ୍କାର ପରିଚ୍ଛନ୍ନତା ସହିତ ଏହି ଉତ୍ସବ ୧୫ ଦିନ ମଧ୍ୟରେ ଯତ୍ନର ଆୟୋଜିତ ହୋଇଥିଲା । ଉତ୍ସବରେ ଓଡିଶା ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ଖଣି ନିଗମର ପ୍ରମୁଖ ସମର୍ଥନ ମଧ୍ୟ ଦେଖିବାକୁ ମିଳିଥିଲା ।
ଇଭେଂଟର ସଫଳ ଆୟୋଜନ ବିଷୟରେ ବକ୍ତବ୍ୟ ଦେଇ ଭୁବନେଶ୍ୱର ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ, ଶ୍ରୀ ବଲୱନ୍ତ ସିଂ କହିଛନ୍ତି, ଭୁବନେଶ୍ୱର ବାସିନ୍ଦାଙ୍କୁ ଏକ ନିଆରା ଅନୁଭୂତି ଦେବା ପାଇଁ ବିଡିଏ ଚଳିତ ବର୍ଷର ମହୋତ୍ସବ ଯୋଜନା କରିଥିଲା । ଯେଉଁଥିରେ ସମାଜର ସମସ୍ତ ବର୍ଗ କ୍ରମାଗତ ଭାବରେ ଉତ୍ସାହର ସହ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଡଟ୍ଫେଷ୍ଟ କେବଳ ଏକ ଭିତିଭୂମି ବିକାଶ ନୁହେଁ, ବରଂ ଏଥିରେ ଜୀବନ ସହିତ ଅନ୍ତର୍ଭୂକ୍ତ ସହରଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନିଆରା ଉପାୟ ଅବଲମ୍ବନ କରାଯାଇଛି । ବାସ୍ତବରେ ଏକ ଏପରି ଜୀବନ୍ତ ସହର ଯେଉଁଠାରେ ସାମାଜିକ-ଅର୍ଥନୈତିକ ଏବଂ ରାଜନୈତିକ ପାର୍ଥକ୍ୟର ବଡ଼ ପ୍ରତିବନ୍ଧକ ବିନା ସମସ୍ତେ ନିରାପଦରେ ସବୁକିଛି ଉପଭୋଗ କରିପାରିବେ ।
ଡଟ୍ ଫେଷ୍ଟ ୨୦୨୩ ସମୟରେ ଲୋକମାନେ ଖାଦ୍ୟ, ମନୋରଞ୍ଜନ, କଳା, ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଯେପରିକି ଭୁବନେଶ୍ୱର ଲାଇଭ, ଭୁଫେଷ୍ଟୋ, ଟ୍ରେଲ୍ସ ଏବଂ ସେବେ-ଓ-ଏବେରେ ଯୋଗ ଦେଇଥିଲେ । ପର୍ଯ୍ୟଟକ ଏବଂ ନାଗରିକମାନେ କିଛି ରୋମାଂଚକର ମୂହୁର୍ତ ସାକ୍ଷୀ ରହିଛନ୍ତି, ଯେଉଁଥିରେ କିଛି ଅନ୍ତର୍ଜାତୀୟ ସଙ୍ଗୀତଜ୍ଞଙ୍କ ସହ ବଲିଉଡର ଅଗ୍ରଣୀ ତଥା ଆଂଚଳିକ ସଙ୍ଗୀତଜ୍ଞଙ୍କ ଦ୍ୱାରା ଚମତ୍କାର କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଏହି ବର୍ଷର ମହୋତ୍ସବରେ ପ୍ରାୟ ୨୦୦୦ ଲୋକ ଏକାମ୍ରୱାକ୍ ଅନ୍ତର୍ଗତ ୮୦ ପ୍ରକାରର ଟ୍ରେଲ୍ସରେ ଭାଗ ନେଇଥିଲେ । ଯାହାକି ୩ଟି ଶ୍ରେଣୀ ଯଥା ନେଚର୍ ଟ୍ରେଲ୍, ଫୁଡ୍ ଟ୍ରେଲ୍ ଏବଂ ମ୍ୟୁଜିୟମ୍ ଟ୍ରେଲ୍ରେ ବିଭକ୍ତ କରାଯାଇଥିଲା । ଡଟ୍ଫେଷ୍ଟ ୨୦୨୩ ମଧ୍ୟ ସେବେ-ଓ-ଏବେ ଫଟୋ ପ୍ରଦର୍ଶନୀ ଆୟୋଜନ କରିଥିଲା । ୪୫୦ରୁ ଅଧିକ ଚିତ୍ରର ଏକ ଫଟୋ ପ୍ରଦର୍ଶନୀ ଭୁବନେଶ୍ୱରର ପରିବ ର୍ନଶୀଳ ଯାତ୍ରାକୁ ଦର୍ଶାଇଥିଲା, ଯାହା ଶ୍ରୀ ରମାକାନ୍ତ ସାମନ୍ତରାୟଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଏହାକୁ ପ୍ରତିଦିନ ପ୍ରାୟ ୪-୫ ହଜାର ଦେଖିବାକୁ ଯାଉଥିଲେ ।
ସେହିପରି ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବକୁ ଜନସାଧାରଣ ଉପଭୋଗ କରିଥିଲେ । ଏଠାରେ ୧୬ଟି ହକି ବିଶ୍ୱକପ୍ ଅଂଶଗ୍ରହଣକାରୀ ଦେଶର ପ୍ରାୟ ୮୦-୯୦ କିସମର ଆନ୍ତର୍ଜାତୀୟ ରୋଷେଇ ଖାଦ୍ୟ ଉପଲବ୍ଧ ଥିଲା । ଏଥିରେ ସମୁଦାୟ ୬ଟି ଆନ୍ତର୍ଜାତୀୟ ଷ୍ଟଲ୍ ଏବଂ ଭାରତର ବିଭିନ୍ନ ରାଜ୍ୟର ୨୪ଟି ରାଜ୍ୟର ଷ୍ଟଲ୍ ଅନ୍ତର୍ଭୂକ୍ତ ହୋଇଥିଲା । ଯାହା ଅ ।ନ୍ତର୍ଜାତୀୟ ତଥା ଆଂଚଳିକ ସୁସ୍ୱାଦୁ ଖାଦ୍ୟ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୪ଟି ସରକାରୀ ଚାଳିତ ଷ୍ଟଲ ଯଥା ମିଲେଟ୍ ମିଶନ୍ ଠାରୁ ମିଶନ୍ ଶକ୍ତି ଏବଂ କୋରାପୁଟ କାଫେ ପର୍ଯ୍ୟନ୍ତ ଖାଦ୍ୟ ପରିବେଷଣ ହେଉଥିଲା । ହୋଟେଲ ଏବଂ ରେଷ୍ଟୋୁରାଂଟ ଆସୋସିଏସନ୍ ଅଫ୍ ଓଡିଶା ଦ୍ୱାରା ପରିଚାଳିତ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ସୁପର ହିଟ୍ ହୋଇଥିଲା । ୧୫ଦିନ ଧରି ଚାଲିଥିବା ଏହି ଖାଦ୍ୟ ମହୋତ୍ସବ ୨ କୋଟି ଟଙ୍କା ବ୍ୟବସାୟ ସୃଷ୍ଟି କରିଥିବା ବେଳେ ପ୍ରତିଦିନ ପ୍ରାୟ ୧୮ ରୁ ୨୦ ହଜାର ଲୋକ ଏଠାରେ ସମାଗମ ହେଉଥିଲେ ।
ଚଳିତ ବର୍ଷ ଡଟ୍ଫେଷ୍ଟର ଅନ୍ୟ ଏକ ପ୍ରମୁଖ ଅ ।କର୍ଷଣ ସାଜିଥିଲା ଭୁବନେଶ୍ୱରର ପ୍ରଥମ ନାଇଟ୍ ଫ୍ଲି ମାର୍କେଟ । ଯାହା ପ୍ରତିଦିନ ପ୍ରାୟ ୭-୧୦ ହଜାର ଲୋକଙ୍କ ଉପସ୍ଥିତି ଦେଖିଥିଲା । ଏହା ଓସିଏଏଲ୍ ଏବଂ ଏଏଲ୍ବିଏ ର ସୋନାଲ୍ ଏନ. ମୋରେଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା । ଫ୍ଲି ମାର୍କେଟରେ ସ୍ଥାନୀୟ କାରିଗର, ନୂତନ ଡିଜାଇନର୍, ଉଦ୍ୟୋଗୀ ଏବଂ ୨୭୦ରୁ ଅଧିକ ଷ୍ଟଲ୍ ପ୍ରଦର୍ଶିତ ହୋଇଥିଲା । ୧୫ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ପ୍ରାୟ ୧କୋଟିର ବ୍ୟବସାୟ କରିଛି । ନାଇଟ୍ ଫ୍ଲି ମାର୍କେଟ୍ରେ ୩ଟି ଷ୍ଟେଜ୍ରେ ବିଭିନ୍ନ କାର୍ଯ୍ୟକ୍ରମ ଅ ।ୟୋଜିତ ହୋଇଥିଲା । ଯାହାକି ୮୦୦ରୁ ଅଧିକ ଆଂଚଳିକ କଳାକାରଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା । ସମ୍ବଲପୁରୀ ଲୋକନୃତ୍ୟ, ଡେମ୍ସା ନୃତ୍ୟ, ଘୁମୁରା, ପାଇକା ଅଖଡା, ନବଦୁର୍ଗା ନୃତ୍ୟ, ଯୋଡିଶଙ୍ଖ ସହିତ କମେଡି, ମ୍ୟାଜିକ୍, ସ୍ଥାନୀୟ ରକ୍ ବ୍ୟାଣ୍ଡ, ନୃତ୍ୟ ଆଦି ପରିବେଷଣ କରାଯାଇ ଲୋକଙ୍କ ମନୋରଞ୍ଜନ କରାଯାଇଥିଲା ।
