Odisha news

ମିଳିଗଲା କ୍ୟାନ୍ସର ଭଳି ରୋଗର ଚିକିତ୍ସା ପାଇଁ ଔଷଧ, ଟ୍ରାୟଲ ରେ ୬ମାସ ରେ ଠିକ ହୋଇଗଲେ ରୋଗୀ

0

ଦୀର୍ଘ ସମୟରୁ କ୍ୟାନ୍ସର କୁ ଗୋଟିଏ ଦୁରାରୋଗ ଭାବରେ କୁହାଯାଇଛି l ଯେଉଁ ରୋଗର କୌଣସି ଚିକିତ୍ସା ନାହିଁ l କିନ୍ତୁ ନିକଟରେ ଗବେଷକ ମାନେ କ୍ୟାନ୍ସର ଚିକିତ୍ସା ଖୋଜି ବାହାର କରିଛନ୍ତି l ବୈଜ୍ଞାନିକ ମାନେ କ୍ୟାନ୍ସର ଚିକିତ୍ସା ପାଇଁ ଗୋଟିଏ ଔଷଧ ଖୋଜି ବାହାର କରିଛନ୍ତି , ଯାହାକୁ ୬ମାସ ସେବନ କରିବା ଦ୍ୱାରା କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗରୁ ମୁକ୍ତି ମିଳିଥାଏ l ପ୍ରାରମ୍ଭିକ ପରୀକ୍ଷଣ ରୁ ଏହିଁ ଔଷଧ ୧୦୦ ପ୍ରତିଶତ କାମ କରୁଛି ତଥାପି ପରୀକ୍ଷଣ ଜାରି ରହିଛି l

ଏହି ଗବେଷଣାରେ ରେ କ୍ଲିନିକାଲ ଟ୍ରାୟଲ ରେ ରେକଟଲ କ୍ୟାନ୍ସର ରେ ଗ୍ରାସିତ ୧୮ ଜଣ ରୋଗୀଙ୍କୁ ନେଇ କରାଯାଇଥିଲା l ଏମାନଙ୍କୁ ୬ମାସ ପାଇଁ ଡୋଷ୍ଟରଲିମୈବ       (Dostarlimab ) ନାମକ ଔଷଧ ଦିଆ ଯାଇଥିଲା l ଯାହା ୬ମାସ ପରେ ପ୍ରଭାବ ଦେଖାଇବ ବୋଲି କୁହାଯାଉଛି l

ନ୍ୟୁୟର୍କ ଟାଇମ୍ସ ର ତଥ୍ୟ ଅନୁସାରେ ଡୋଷ୍ଟରଲିମୈବ ନାମକ ଔଷଧ ଯାହା ଲ୍ୟାବ ରେ ପ୍ରସ୍ତୁତ କରାଯାଇ ଥିବା ଅଣୁ ମାନଙ୍କ ଦ୍ୱାରା ହୋଇଥିଲା l ମିଳିଥିବା ତଥ୍ୟ ଅନୁସାରେ କ୍ଲିନିକାଲ ତ୍ରୟଲ ରେ ସାମିଲ ରୋଗୀ ଏହା ପୂର୍ବରୁ କ୍ୟାନ୍ସର ଚିକିତ୍ସା ପାଇଁ କଷ୍ଟଦାୟକ ଚିକିତ୍ସା ଯେପରିକି କେମୋଥେରାପି. ରେଡ଼ିଏସନ ଓ ସର୍ଜରୀ ଦେଇ ଗତି କରିବାକୁ ପଡୁଛି l

ମିଳିଲାନି କିଛି ସାଇଡ ଇଫେକ୍ଟ –
କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ବିଶେଷଜ୍ଞ ଡାକ୍ତର ଏଲନ ପି. ବେନୁକ କହିଛନ୍ତି ସମସ୍ତ ରୋଗୀଙ୍କୁ ସମ୍ପୂର୍ଣ ଭାବରେ ଠିକ ହେବ ଆଶ୍ଚର୍ଯ୍ୟ ଜନିତ କଥା l ସେ ଆହୁରି ମଧ୍ୟ କହିଛନ୍ତି ଚିକିତ୍ସା ସମୟରେ କୌଣସି ସାଇଡ ଇଫେକ୍ଟ ମଧ୍ୟ ଦେଖିବାକୁ ମିଳିଲାନି l ରିସର୍ଚ୍ଚ ପେପର ର କୋ ଅର୍ଥର କହିଛନ୍ତି ଯେତେବେଳେ ରୋଗୀମାନେ ଜାଣି ପାରିଲେ ଯେ ସେମାନେ କ୍ୟାନ୍ସର ମୁକ୍ତ ସେମାନଙ୍କ ଚକ୍ଷୁରୁ ଖୁସିରେ ଲୁହ ଝରିବାକୁ ଲାଗିଲା l

ଏହି ଟ୍ରାଏଲ ରେ ରୋଗୀ ମାନଙ୍କୁ ୬ମାସ ପର୍ଯ୍ୟନ୍ତ ପ୍ରତି ତୃତୀୟ ସପ୍ତାହ ରେ ଔଷଧ ଦିଅ ଯାଇଥିଲା l ସେମାନଙ୍କ ଶରୀରରେ କ୍ୟାନ୍ସର ର ଭୁତାଣୁ ଥିଲେ ସୁଦ୍ଧା ଅନ୍ୟ ଅଙ୍ଗକୁ ପ୍ରଭାବିତ କରି ନଥିଲା l ଏହାର ରିଭ୍ୟୁ କରୁଥିବା ଗବେଷକ ମାନେ କହିଛନ୍ତି ଯେ ଚିକିତ୍ସାକୁ ନେଇ ଆଶା ଜାଗିଥିଲେ ସୁଦ୍ଧା ଏହାର ଟ୍ରାୟଲ ପରେ ମଧ୍ୟ ଅଧିକ ଗବେଷଣା ଆବଶ୍ୟକ l

Leave A Reply