Odisha news

କରୋନା ର ଦ୍ଵିତୀୟ ଲହରୀ ଲକଡାଉନ ଆରମ୍ଭ

0
ବୋରିଗୁମ୍ମା (କେ.ସାକିଲି ଦୋରା )—–ମହାମାରୀ କରୋନା ଦ୍ଵିତୀୟ ଲହରୀ ଏତେ ତୀବ୍ର ହୋଇପଡିଛି ଯେ,ଏହାକୁ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ ନେଇଛନ୍ତି। ଦେଶରେ ସବୁ ରାଜ୍ୟରେ ପ୍ରାୟ ଲକଡାଉନ କରିସାରିଥିବା ବେଳେ ଓଡ଼ିଶାରେ ଆଜି ଠାରୁ କରୋନା ର ଦ୍ଵିତୀୟ ଲହରୀ ର ପ୍ରଥମ ଲକଡାଉନ ଆରମ୍ଭ ହୋଇଛି। ରାଜ୍ୟ ସରକାର ସାରା ରାଜ୍ୟରେ ୧୪ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି।କୋରାପୁଟ ଜିଲ୍ଲା ବୋରିଗୁମ୍ମା ସହରରେ ଲକଡାଉନ ର ପ୍ରଥମ ଦିନର ବେଶ ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ପୋଲିସ ଓ ତହସିଲ ପ୍ରଶାସନ ମିଳିତ ଭାବେ ସହର ପରିକ୍ରମା କରି ରାସ୍ତା କଡ ରେ ଦୋକାନୀ ମଧ୍ୟରେ ଦୂରତା ୩୦ ମିଟର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲି ପାରିବେ ନାହିଁ ବୋଲି କହିଥିଲେ।ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ମାନେ ସକାଳ ୬ ଟା ରୁ ଟ୍ରାଫିକ ପୋଷ୍ଟ ରେ ରହି ପଇଁତରା  ମାରୁଥିଲେ। କୌଣସି କାମ ନ ଥାଇ ଲୋକେ ବାଇକ ରେ ଯିବାଆସିବା କରିବା ଦେଖାଦେଇ ଥିଲା। ପୋଲିସ ଲକଡାଉନ ର ପ୍ରଥମ ଦିନରେ ଅମାନିଆ ବାଇକ ଚାଳକ ମାନଙ୍କୁ ତାଗିଦ କରିଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଦିନ ୧୨ ଟା ପରେ ବନ୍ଦ ହୋଇଥିଲା। ଦିନ ୧୨ ଟା ପରେ ସହର ସୁନସାନ ହୋଇଯାଇଥିଲା। ପୋଲିସ ଏସ ଆଇ ଶ୍ରୀକାନ୍ତ ସାହୁ, ପ୍ରବେସିନାରୀ ଏସ ଆଇ ପ୍ରଶାନ୍ତ କୁମାର ସାବତ, ଏ ଏସ ଆଇ ପ୍ରକାଶ ଚନ୍ଦ୍ର ମିଶ୍ର, ପ୍ରବେସିନାରୀ ଏ ଏସ ଆଇ ଅଜୟ କୁମାର ସିଂ, ମନ୍ମଥ ସିଂ, ସଂଜୟ କୁମାର ନାୟକ ପ୍ରମୁଖ ସହର ମଧ୍ୟରେ ପେଟ୍ରୋଲିଂ କରୁଥିଲେ। ଅନ୍ୟପଟେ ସହରରେ ଦିନ କୁ ଦିନ କରୋନା ଆକ୍ରାନ୍ତ ଙ୍କ ବୃଦ୍ଧି ପାଇବାରେ ଲାଗିଛି।ତେଣୁ ପ୍ରଶାସନ ର ନିର୍ଦେଶ କ୍ରମେ ଅଗ୍ନିଶମ ବିଭାଗ ସହର ର ରାସ୍ତା,ସରକାରୀ କାର୍ଯ୍ୟାଳୟ କୁ ସାନିଟାଇଜ କରିଥିଲେ। ଆଜି କୋରାପୁଟ ଜିଲ୍ଲାରେ ମୋଟ ୯୪ ଜଣ କୋଭିଡ ପୋଜିଟିଭ ବାହାରିଥିବା ବେଳେ ବୋରିଗୁମ୍ମା ରେ ୪ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି।
Nalco
Leave A Reply