Odisha news

ବ୍ରାଉନସୁଗାର ଜବତ ତିନି ଗିରଫ

ଜୟପୁର / ବୋରିଗୁମ୍ମା (କେ.ସାକିଲି ଦୋରା)—ପୂର୍ବରୁ କୋରାପୁଟ ଜିଲ୍ଲା ଜୟପୁର ଗ୍ରୀନ ଗଲ୍ଡ ଗଞ୍ଜେଇ ହବ ପାଲଟିଥିବା ବେଳେ ଏବେ ଧଳା ଜହର ବ୍ରାଉନ ସୁଗାର କାରବାର।ଏଥିରେ ଯୁବଗୋଷ୍ଠୀ ସମ୍ପୃକ୍ତ ଥିବା ସୂଚନା ମିଳିଛି।ଜୟପୁର ସହରରେ ପ୍ରଥମ ଥର ପାଇଁ  ବ୍ରାଉନ ସୁଗାର ମିଳିଥିବା ଘଟଣା ପୋଲିସ ପାଇଁ ସଫଳତା ମିଳିଛି।ବ୍ରାଉନ ସୁଗାର ସହ ତିନି ଗିରଫ କୁ ଗିରଫ କରାଯାଇଛି ବୋଲି ଜୟପୁର ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।।ତିନି ଜଣ ମଧ୍ୟରୁ ITI ଏବଂ B TECH ଛାତ୍ର ଜଡିତ ଥିବା ସୂଚନା।କୌଣସି ସୂତ୍ରରୁ ଖବର ପାଇ ଜୟପୁର ଟାଉନ ପୋଲିସ ଜୟପୁର ଅଞ୍ଚଳର ଘାଟଗୁଡା ନିକଟରେ ବ୍ରାଉନ ସୁଗାର ପେକିଙ୍ଗ ହେଉଥିବା ସ୍ଥାନରେ ଚଢ଼ାଉ କରି ପୋଲିସ  ତିନି ଜଣକୁ କାବୁ କରି ଥାନାକୁ ଆଣିଥିଲେ।ସେମାନଙ୍କ ଠାରୁ 2 ଗ୍ରାମ 71ମିଲିଗ୍ରାମ  ବ୍ରାଉନ ସୁଗାର ଦୁଇଟି ବାଇକ ଏବଂ ନଗଦ 1400 ଶହ ଟଙ୍କା ଜବତ କରିଛନ୍ତି।ଜବତ ବ୍ରାଉନ ସୁଗାର ର ଅନୁମାନିକ ମୂଲ୍ୟ 11000 ହଜାର ଟଙ୍କା ହେବ ବୋଲି କହିଛନ୍ତି ଟାଉନ ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ।ଏହି ରାକେଟ ରେ ଆଉ କିଏ କିଏ ସଂଶ୍ଲିଷ୍ଟ ଅଛନ୍ତି ତଦନ୍ତ ପରେ ଜଣାପଡିବ।ଏନେଇ ଜୟପୁର ଟାଉନ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି।ଆଜି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।ବ୍ରାଉନ ସୁଗାର ଜବତ ହେବା କୋରାପୁଟ ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି।
Shares