Odisha news

ବେସରକାରୀ ବିଦ୍ୟାଳୟରେ ନାମ ଲେଖା ପାଇଁ ଆବେଦନ ଆରମ୍ଭ।

0
ବୋରିଗୁମ୍ମା (କେ.ସାକିଲି ଦୋରା)—ରାଜ୍ୟରେ ଥିବା ଆର୍ଥିକ ଓ ସାମାଜିକ ଅନଗ୍ରସର ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟରେ ପାଠ ପଡୁଥିବା ଛାତ୍ର ଛାତ୍ରୀ ଙ୍କ ସହ ସମକକ୍ଷ କରିବା ପାଇଁ ରାଜ୍ୟ ସରକାର ବେସରକାରୀ ବିଦ୍ୟାଳୟରେ ୨୫ ପ୍ରତିଶତ ସ୍ଥାନ ସରକ୍ଷଣ କରିଛନ୍ତି। ଶିକ୍ଷା ଅଧିକାରୀ ଆଇନ ୨୦୦୯ ଧାରା ୧୨ ( ୧ )( ସି ) ଅନୁଯାୟୀ ଓଡ଼ିଆ ଓ ଇଂରାଜୀ ବେସରକାରୀ ବିଦ୍ୟାଳୟରେ ନାମ ଲେଖା ପାଇଁ ରାଜ୍ୟ ସରକାରଙ୍କ ପୋର୍ଟାଲ ଖୋଲାଯାଇଛି।
ଅନୁସୂଚିତ ଜାତି ଓ ଜନଜାତି, ସାମାଜିକ ଓ ଶୈକ୍ଷିକ ଅନଗ୍ରସର, ଭିନ୍ନକ୍ଷମ, ଏଚ ଆଇ ଭି ଆକ୍ରାନ୍ତ ପିତାମାତାଙ୍କ ଶିଶୁ,ଶିଶୁ ଶ୍ରମିକ, ପଥପ୍ରାନ୍ତ ଶିଶୁ, ନିର୍ମାଣ ଶ୍ରମିକ ଙ୍କ ପିଲାମାନେ ଆବଶ୍ୟକୀୟ ଦସ୍ତାବିଜ ଆଣି ଆବେଦନ କରିପାରିବେ। ବୋରିଗୁମ୍ମା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିନ ରେ ସାତ ଗୋଟି ଓଡ଼ିଆ ଓ ଇଂରାଜୀ ବେସରକାରୀ ବିଦ୍ୟାଳୟ ରହିଛି। ବୋରିଗୁମ୍ମା ସହରରେ ପାଞ୍ଚ ଗୋଟି, ସସାହାଣ୍ଡି ରେ ଗୋଟିଏ ଓ କୁମୁଲି ଗ୍ରାମ ରେ ଗୋଟିଏ ବେସରକାରୀ ବିଦ୍ୟାଳୟ ରହିଛି। ଯେଉଁ ମାନେ ସାମାଜିକ ଓ ଆର୍ଥିକ ଅନଗ୍ରସର ସେହିମାନେ ୩୦.୦୪.୨୦୨୧ ମଧ୍ୟରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆସି ନାମ ଲେଖା ପାଇଁ ଆବେଦନ କରିପାରିବେ ବୋଲି ଵିଇଓ ଲୋକନାଥ ସୁନା ସୂଚନା ଦେଇଛନ୍ତି।
IEC 2 years
Leave A Reply